ଅଫିସରେ ଉନ୍ନତି ଏବଂ ସମୃଦ୍ଧି ପାଇଁ ନିଶ୍ଚିତ ଲଗାନ୍ତୁ ଏହି ଗଛ, ଜାଣନ୍ତୁ କ’ଣ 

ଅଫିସ ଏମିତି ଏକ ସ୍ଥାନ, ଯାହା ପ୍ରଡକ୍ଟିଭିଟ୍‌ ଏବଂ କ୍ରିଏଟିଭିଟି କାମ କରିବାର ପ୍ରକୃତ ସ୍ଥାନ। ଏହା ଆପଣଙ୍କ ଆୟ କରିବାର ଉପାୟ। ଏହା କୌଣସି ପୂଜା ସ୍ଥଳରୁ କମ୍‌ ନୁହେଁ। ଏହି କାରଣ ଯୋଗୁଁ ବହୁତ ସାବଧାନ ରହିବା ଉଚିତ। ଆପଣଙ୍କ କାର୍ଯ୍ୟାଳୟ ବାସ୍ତୁ ଅନୁସାରେ ଠିକ୍‌ କି ନୁହେଁ, କୌଣସି ପ୍ରକାର ଜିନିଷ ଆପଣଙ୍କ ଧ୍ୟାନ ଏବଂ କାର୍ଯ୍ୟାଳୟର ଗୁଣବତ୍ତା ବଢାଇବାରେ ସହାୟକ ହୋଇଥାଏ।

କିଛି ଗଛ ରହିଛି, ଯାହାକୁ ଆପଣ ଅଫିସରେ ଲଗାଇପାରିବେ। ଏହା ପ୍ରଡକ୍ଟିଭିଟି ବଢାଇବା, ମନ ଉପରେ ନିୟନ୍ତ୍ରଣ ଏବଂ ସକାରାତ୍ମକତା ବଢାଇଥାଏ। ଏହି ଗଛ ଆପଣଙ୍କ କାର୍ଯ୍ୟାଳୟକୁ ଆକର୍ଷଣୀୟ ଏବଂ ଶାନ୍ତିପୂର୍ଣ୍ଣ ଦେଖିବା ଭାବେ କାମ କରିଥାଏ। ତେବେ ଜାଣନ୍ତୁ କେଉଁ ଗଛ ଲଗାଇବେ…

ଲିଲି ଗଛ: ଲିଲି ଗଛ ଖୁସି ଏବଂ ପବିତ୍ରତାର ପ୍ରତୀକ ହୋଇଥାଏ। ତେଣୁ ଆପଣ ଅଫିସ ସ୍ପେସରେ ନିଶ୍ଚିତ ରଖିବା ଉଚିତ। ଏହି ଗଛ ନକାରାତ୍ମକ ଉର୍ଜାକୁ କମ୍‌ କରି ଆତ୍ମ ସଂଯମକୁ ବଢାଇ ରଖିବାରେ ସହାୟତା କରିଥାନ୍ତି। ଏହାକୁ ଆଧ୍ୟାତ୍ମିକତା ଫୁଲ ବୋଲି ମଧ୍ୟ କୁହାଯାଏ। ତେଣୁ ଉପହାର ସଦୃଶ ଏହାକୁ ଦିଆଯାଏ।

ମନି ପ୍ଲାଣ୍ଟ: ମନି ପ୍ଲାଣ୍ଟ ଆପଣ ସବୁଠାରେ ଦେଖିଥିବେ। ଏହାକୁ କେବଳ ଘର କିମ୍ବା କାର୍ଯ୍ୟ ଡେସ୍କରେ ରଖିବା ଦ୍ୱାରା ରୁମର ସୁନ୍ଦରତା ବଢିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ, ଏହି ପ୍ଲାଣ୍ଟକୁ ଘରେ ରଖିବା ଦ୍ୱାରା ଜୀବନରେ ସମୃଦ୍ଧି ଏବଂ ଧନ ଆସିଥାଏ। ଏହାକୁ ଅଫିସ ରୁମର ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ।

money plant
Photo credit: Livspace

କଦଳୀ ଗଛ: ହିନ୍ଦୁ ପୌରାଣିକ କଥା ଅନୁସାରେ, କଦଳୀ ଗଛରେ ଭଗବାନ ବିଷ୍ଣୁଙ୍କୁ ପ୍ରତିନିଧିତ୍ୱ କରିଥାଏ। ବିଷ୍ଣୁଙ୍କ ପ୍ରତୀକ ବୋଲି କଦଳୀ ଗଛକୁ କୁହାଯାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, କଦଳୀ ଗଛକୁ ଘରେ ରଖିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଲାଗିରହିଥାଏ। ଏହା ପରିବାରକୁ କୌଣସି ଅବୈଧ ଘଟଣାରୁ ରକ୍ଷା କରିଥାଏ ଏବଂ ପରିବାରରେ ଖୁସି ଆଣିଦିଏ। ଏହା ଘରର ବାତାବରଣକୁ ଶୁଦ୍ଧ ରଖିଥାଏ। ତେଣୁ ଏହାକୁ ସଫା ସ୍ଥାନରେ ପୂର୍ବ ଦିଗକୁ ମୁହଁ କରି ରଖିବା ଜରୁରୀ।

ସ୍ନେକ ପ୍ଲାଣ୍ଟ: ବାସ୍ତୁ ଅନୁଯାୟୀ, ସ୍ନେକ ପ୍ଲାଣ୍ଟର ମହତ୍ତ୍ୱ ଅଧିକ ରହିଥାଏ। ଏହା ସକାରାତ୍ମକତାକୁ ଆକର୍ଷିତ କରିଥାଏ। ଆପଣଙ୍କ ଷ୍ଟ୍ରେସକୁ ଦୂର କରିବା ସହିତ ଶୁଦ୍ଧ ବାତାବରଣ ପାଇଁ ସ୍ନେକ ପ୍ଲାଣ୍ଟ ଜରୁରୀ। ଏହାକୁ ଆପଣ ଅଫିସ ଡେସ୍କରେ ରଖିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.