ଅନେକ ପୁରାଣ ଶାସ୍ତ୍ରରେ ଘରକୁ ଦେବୀ ଲକ୍ଷ୍ମୀଙ୍କ ଆଗମନ ହେବ ସମୟରେ କିଛି ଶୁଭ ସଂକେତ ମିଳିବାର ଉଲ୍ଲେଖ କରାଯାଇଛି । ଏହା ବ୍ୟତୀତ ମାତା ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ପାଖରେ ଅଧିକ ସମୟ ରହିନଥାନ୍ତି । ମତା ଲକ୍ଷ୍ମୀ ଚଂଚଳ ସ୍ୱଭାବର ହୋଇଥାନ୍ତି ।
ଏଥି ସହ ଭକ୍ତିର ସହ ପୂଜା କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଯଦି ଆପଣ ପୂଜା କରିବାରେ ଏପରି କିଛି ଅଣ ଦେଖା କରିଥାନ୍ତି ତେବେ ମାତା ଲକ୍ଷ୍ମୀ କେବେ ମଧ୍ୟ ଆପଣଙ୍କୁ ଆସିନଥାନ୍ତି।
ଯଦି ଆପଣଙ୍କ ଆଖ ପାଖରେ ହଳଦିଆ ରଙ୍ଗର କିଛ ଜିନିଷ ଦେଖା ଯାଇଥାଏ, ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପା ରହିଛି ବୋଲି ଅନୁଭବ କରିବେ। ଏବଂ ବହୁତ ଜଲଦି ଆପଣଙ୍କ କାମ ସଫଳ ହୋଇଥାଏ।
ସେହିପରି ଝାଡୁ ଏବଂ ମାତା ଲକ୍ଷ୍ମୀଙ୍କ ମଧ୍ୟରେ ଗମ୍ଭୀର ସମ୍ପର୍କ ରହିଛି। ଯଦି ଆପଣ ସକାଳୁ ସକାଳୁ ଝାଡୁ କରୁଥିବାର ଦେଖିଥାନ୍ତି ତେବେବହୁତ ଜଲଦି ଆପଣ ଧନବାନ ହେବାକୁ ଯାଉଛନ୍ତି ବୋଲି ଅନୁଭବ କରିପାରିବେ।
ଏହା ବ୍ୟତୀତ ଘରେ ଯଦି ଶଙ୍ଖର ଆବାଜ ଶୁଣାଯାଇଥାଏ ତେବେ ଭାଗ୍ୟରେ ପରିବର୍ତ୍ତନ ଦେଖାଯାଇଥାଏ। ସକାଳୁ ସକାଳୁ ଆଖୁ ଦେଖିଲେ ମଧ୍ୟ ଶୁଭ ହୋଇଥାଏ। ଏହା ଦ୍ୱାରା ଆପଣଙ୍କର ବହୁତ ଦିନ ଧରି ଅଟକି ଥିବା କାମ ଜଲଦି ପୂରଣ ହେବା ସହ ସଫଳତା ମିଳିଥାଏ।