କାଶ ବି କରିପାରେ ଫୁସ୍‌ଫୁସ୍‌ କ୍ୟାନସର, ଏସବୁ ଲକ୍ଷଣ ଦେଖା ଦେଉଥିଲେ ଆଦୌ କରନ୍ତୁନି ଅଣଦେଖା

ଫୁସଫୁସ କ୍ୟାନସର ସମସ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଖାସ କରି ସହରରେ ରହୁଥିବା ଲୋକଙ୍କ ଠାରେ ଏହି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଏହାର ମୁଖ୍ୟ କାରଣ ହେଉଛି ପ୍ରଦୂଷଣ ଓ ଧୂମପାନ। ପ୍ରାରମ୍ଭିକ ଷ୍ଟେଜରେ କ୍ୟାନସରର ଚିକିତ୍ସା ବ୍ୟକ୍ତିର ଜୀବନ ବଞ୍ଚାଇପାରେ। କିନ୍ତୁ ସମସ୍ୟା ହେଉଛି ଏହି ରୋଗକୁ ଚିହ୍ନଟ କରିବା। କାରଣ ସେତିକି ନ ବ୍ୟାପିଲେ କ୍ୟାନସରକୁ ଚିହ୍ନି ହୋଇନଥାଏ।

ଡାକ୍ତରଙ୍କ କହିବାନୁସାରେ, କାଶର ସଙ୍କେତକୁ ଦେଖି ପ୍ରାରମ୍ଭିକ ଷ୍ଟେଜରୁ କ୍ୟାନସର ଚିହ୍ନଟ ହୋଇପାରିବ। ଯଦି ଆପଣ ବିଡ଼ି, ସିଗାରେଟ ସେବନ କରୁଛନ୍ତି ତେବେ ଫୁସଫୁସ କ୍ୟାନସରରେ ପୀଡ଼ିତ ହେବା ଆଶଙ୍କା ରହିଛି। ଏଥିରେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ।

କାଶ ଆମ ଶରୀରର ରେସିପରେଟରି ସିଷ୍ଟମ ବିଷୟରେ ଅନେକ କଥା କହିଥାଏ। ଆମ ଶ୍ୱାସ ନଳୀରେ ଯଦି କୌଣସି କୀଟାଣୁ କିମ୍ବା କ୍ଷତିକାରକ ଜିନିଷ ଅଟକିଯାଏ, ତେବେ ଶରୀରର ସର୍ବ ପ୍ରଥମ ପ୍ରତିକ୍ରିୟା ହୋଇଥାଏ କାଶ। ଫୁସଫୁସ କ୍ୟାନସର ମାମଲାରେ ମଧ୍ୟ ରୋଗକୁ ଚିହ୍ନିବାରେ କାଶ ସର୍ବ ପ୍ରଥମ ତଥା ଗୁରୁତ୍ୱପୂର୍ଣ୍ଣ ସଂକେତ ହୋଇଥାଏ। କ୍ୟାନସର ଯୋଗୁ ହେଉଥିବା କାଶ ସହଜରେ ଭଲ ହୋଇନଥାଏ। ଯଦି ଦୀର୍ଘ ଦିନ ହେଲା କାଶ ଲାଗି ରହୁଛି ତେବେ ଏହା କ୍ୟାନସର ଯୋଗୁ ହେଉ ଥାଇପାରେ।

ଏସବୁ ଲକ୍ଷଣକୁ ଅଣଦେଖା କରନ୍ତୁନି:

  • କାଶରେ ରକ୍ତ ପଡ଼ିବା
  • ଟାଣି ହୋଇ କାଶ ହେବା
  • ଦୀର୍ଘ ଦିନ ଧରି କାଶରେ କୌଣସି ପରିବର୍ତ୍ତନ ନ ଆସିବା
  • କଥା କହିବା ବେଳେ କଷ୍ଟ ହେବା
  • ତଣ୍ଟି ବସିବା
  • ଭୋକ ନ ଲାଗିବା
  • ଅଚାନକ ଓଜନ କମିଯିବା
  • ଥକାପଣ ଅନୁଭବ କରିବା
Leave A Reply

Your email address will not be published.