ପୂଜାରେ ସାମିଲ କରନ୍ତୁ ଏହି ଜିନିଷ ମାତା ଲକ୍ଷ୍ମୀଙ୍କ କୃପା ପାଇବା ସହିତ ଦୂର ହେବ ଶନି ଦଷା

ଜ୍ୟୋତିଷ ଶାସ୍ତ୍ରରେ ଶନି ଦେବଙ୍କୁ ନ୍ୟାୟର ଦେବତା କୁହାଯାଏ। ଯେଉଁ ବ୍ୟକ୍ତି ଭଲ କାମ ନ କରନ୍ତି ସେମାନଙ୍କ ଉପରେ ଶନିଦେବ ଉତ୍ତମ ଦୃଷ୍ଟି ରଖିଥାନ୍ତି। ସେହିଭଳି ଯେଉଁ ବ୍ୟକ୍ତି ଖରାପ କାର୍ଯ୍ୟରେ ନିୟୋଜିତ ଥାନ୍ତି ସେମାନଙ୍କ ଉପରେ ଶନିଦେବଙ୍କର କୁପ୍ରଭାବ ପଡିଥାଏ। ତାଙ୍କର ସବୁ କାମ ବିଗାଡି ଯାଇଥାଏ। ବାରମ୍ବାର ଚେଷ୍ଟା କରିବା ସତ୍ତ୍ବେ ମଧ୍ୟ ତାଙ୍କୁ ସଫଳତା ମିଳିନଥାଏ।

ଜାତକରେ ଶନି ଗ୍ରହ ଦୋଷ ଥିଲେ କିମ୍ବା ଘରର ବାସ୍ତୁ ସଠିକ୍ ନଥିଲେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଏ ସବୁରୁ ମୁକ୍ତି ପାଇବା ପାଇଁ ଏବଂ ସବୁକ୍ଷେତ୍ରରେ ନିଜକୁ ସଫଳ କରାଇବା ପାଇଁ କିଛି ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ଆପଣ ଏକ ସୁଖସମୃଦ୍ଧି ଭରା ଜୀବନ ପାଇପାରିବେ। ତେବେ ଏଥିପାଇଁ ଆପଣ ପୂଜା କରିବା ସମୟରେ ପ୍ରତିଦିନ ପଞ୍ଚାମୃତ ଭୋଗ ଅର୍ପଣ କରନ୍ତୁ।

ପୂଜା ସରିବା ପରେ ପଞ୍ଚାମୃତକୁ ପରିବାରର ସମସ୍ତ ସଦସ୍ୟଙ୍କୁ ଦେବା ସହ ଏକ ଫୁଲ କିମ୍ବା ଦୁବରେ ଏହାକୁ ଘରର ଚାରିପଟେ ସିଞ୍ଜନ କରନ୍ତୁ ଏହାଦ୍ୱାରା ଘର ଭିତରକୁ ନକାରାତ୍ମକ ଶକ୍ତି ଆସିପାରେ ନାହିଁ ଏବଂ ସମସ୍ତ ପ୍ରକାର ବାସ୍ତୁ ଦୋଷ ଦୂର ହୋଇଥାଏ । ପଞ୍ଚାମୃତ ସିଞ୍ଜନ କରିବା ପରେ ତାହା ଯେପରି କାହାର ପାଦ ସ୍ପର୍ଶରେ ଯେମିତି ନଆସେ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ପଞ୍ଚାମୃତ ଭୋଗ କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପାଦୃଷ୍ଟି ମଧ୍ୟ ମିଳିଥାଏ । ଫଳରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଯଦି ଆପଣ ସବୁଦିନେ ଏହି ବିଧି କରିପାରୁନାହାନ୍ତି, ତାହେଲେ ପ୍ରତ୍ୟେକ ଗୁରୁବାର ଓ ଶନିବାର ଦିନ ଏହାକୁ ନିଶ୍ଚିତ ଭାବେ ପୂଜା ବିଧିରେ ସାମିଲ୍ କରନ୍ତୁ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

20 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

22 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago