ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୬ କାମ, ଜୀବନରେ ଲାଗିରହିବ ସମସ୍ୟା

ମଙ୍ଗଳବାରରେ ପବନପୁତ୍ର ପ୍ରଭୁ ହନୁମାନଙ୍କୁ ସମର୍ପିତ କରାଯାଏ। ଏଥିପାଇଁ ସମସ୍ତେ ହନୁମାନଙ୍କ ସେବା ପାଇଁ ଏବଂ ତାଙ୍କ,ୁ ପ୍ରସନ୍ନ କରିବା ପାଇଁ ଅନେକ କାମ କରନ୍ତି। କିନ୍ତୁ ଏଥିସହିତ ଏହା ଜାଣିବା ଦରକାର ଯେ ମଙ୍ଗଳବାର କେଉଁ କାମ କରିବା ଉଚିତ। ଆଜ୍ଞା ହଁ କିଛି କାମ ଏମିତି ଅଛି ଯାହା ମଙ୍ଗଳବାର ଦିନ କରିବା ଦ୍ୱାରା ମଙ୍ଗଳଙ୍କର ଅଶୁଭ ପ୍ରଭାବ ପଡିଥାଏ ଏବଂ ଜୀବନରେ ଅନେକ ସମସ୍ୟା ମଧ୍ୟ ଆସିଥାଏ। ତାହେଲେ ଆସନ୍ତୁ ଜାଣିବା କଣ ସୌହି କାମ ଯାହାକୁ ମଙ୍ଗଳବାର ଦିନ ଭୁଲରେ ବି କରିବା ଅନୁଚିତ।

ନିବେଶ କରନ୍ତୁନାହିଁ

ଆପଣ କୌଣସି ଶୁଭ କାମର ଆରମ୍ଭ ଏହି ଦିନରେ କରିପାରିବେ। କିନ୍ତୁ ଏହି ଦିନ କୌଣସି ବି ଜିନିଷ ନିବେଶ କରିବା ଅନୁଚିତ। ଏହାଦ୍ୱାରା ଯୋଜନା ସଫଳ ହୋଇନଥାଏ ଏବଂ ଧନହାନି ହୋଇଥାଏ।

moneyକରନ୍ତୁନାହିଁ ଟଙ୍କା ଲେଣଦେଣ

ଜ୍ୟେତିଷଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନ ଉଧାର ଲେଣ ଦେଣ କରିବା ଅନୁଚିତ। ଏହି ଦିନରେ ଋଣ ସୁଝିବା ଏବଂ ଟଙ୍କା ଫେରସ୍ତ ପାଇବାରେ କଷ୍ଟକର ହୋଇଥାଏ।

କଳା ରଙ୍ଗର କପଡା ପିନ୍ଧିବା

ଭୁଲରେ ବି ଏହି ଦିନରେ କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ। ଏହାଦ୍ୱାରା ଶନିଦେବଙ୍କର ପ୍ରଭାବ ପଡିଥାଏ। ମଙ୍ଗଳବାର ଲାଲ ବସ୍ତ୍ର ଧାରଣ କରିବା ଉଚିତ ଏବଂ ଦାନ ମଧ୍ୟ ଲାଲ ରଙ୍ଗର କିଛି କରିବା ଉଚିତ।

ବାଳ କାଟିବା ଅଶୁଭ

cutମଙ୍ଗଳବାର ଦିନ ବାଳ କାଟିବା, ସେଭିଙ୍ଗ କିମ୍ବା ନଖ କାଟିବା ମଧ୍ୟ ଅନୁଚିତ। କୁହାଯାଏ ଯେ ଏହାର ପ୍ରଭାବ ଆପଣଙ୍କ ମସ୍ତିଷ୍କ ଉପରେ ପଡିଥାଏ ଏବଂ ଏହାଦ୍ୱାରା ଧନ ଏବଂ ବୃଦ୍ଧି ହାନି ଘଟିଥାଏ।

ଧାରୁଆ ଜିନିଷ କିଣିବା ଅନୁଚିତ

ଧାରୁଆ ଜିନିଷ ଯେମିତିକି ଛୁରୀ, କଟୁରୀ କିମ୍ବା କଇଁଚି ମଙ୍ଗଳବାର କିଣିବା ଉଚିତନୁହେଁ। କୁହାଯାଏ ଯେ ଏହି ଦିନରେ ଧାରୁଆ ଜିନିଷ କିଣିଲେ ପରିବାରରେ କଳହ ସୃଷ୍ଟି ହୋଇଥାଏ ଏବଂ ଲାଗିକି ରହିଥାଏ।

ଆମିଷ ସେବନ

ମଙ୍ଗଳବାର ଦିନ ଭୁଲରେ ବି ଆମିଷ ସେବନ କରିବା ଅନୁଚିତ। ମାନ୍ୟତା ରହିଛି ଯେ ଏହାଦ୍ୱାରା ପରିବାର ଏବଂ ଆପଣଙ୍କର ସାମାଜିକ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ।

Leave A Reply

Your email address will not be published.