ଗାଧୋଇବା ପାଣିରେ ମିଶାଇ ଦିଅନ୍ତୁ ଏହି ଜିନିଷ, ସୁବଦିନ ପାଇଁ ଚାଲିଯିବ ଆପଣଙ୍କ ଦୁର୍ଭାଗ୍ୟ

କୁହାଯାଏ ସବୁ ସମସ୍ୟାର ଉପାୟ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି । ଯଦି ଏହି ସବୁ ଉପାୟକୁ ଆପଣାଇବେ ତେବେ ଜୀବନରେ ସୁଖ ସମୃଦ୍ଧି ଆସିବ । ଜ୍ୟୋତିଷ ଶାସ୍ତ୍ରରେ ଥିବା ଉପାୟରେ କୁଣ୍ଡଳୀ ଦୋଷ ଏବଂ ଦୁର୍ଭାଗ୍ୟ ମଧ୍ୟ ଦୂର କରାଯାଇପାରିବ । ଆଉ ଏହି ସବୁ ଉପାୟ ବହୁତ ସହଜ ମଧ୍ୟ । ଯଦି ଆପଣଙ୍କର ବି ପିଛା ଛାଡୁନି ଦୁର୍ଭାଗ୍ୟ ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ ଜଣାଇବୁ । ବାସ୍ ଗାଧୋଇବା ପାଣିରେ କିଛି ଜିନିଷ ପକାଇଲେ ଦୁର୍ଭାଗ୍ୟ ସୁବୁଦିନ ଛାଡି ଚାଲିଯିବ ।

ଚନ୍ଦନ :

chandanଗୋଟିଏ ପାତ୍ରରେ ପାଣି ନେଇ ସେଥିରେ କିଛି ଚନ୍ଦନ ପକାଇ ସାରାରାତି ରଖି ଦିଅନ୍ତୁ । ସକାଳେ ଗୋଧୋଇବା ପାଣିରେ ଏହି ଚନ୍ଦନ ପାଣି ମିଶାଇ ଗାଧାନ୍ତୁ । ଏପରି କଲେ ପବିତ୍ରତା ବଢିବା ସହ ଦୁର୍ଭାଗ୍ୟ ଚାଲିଯାଏ ।

ହଳଦୀ :

turmeric7ପାଣିରେ କିଛି ହଳଦୀ ମିଶାଇ ଗାଧାନ୍ତୁ ।ଏପରି କଲେ ଗୁରୁ ଗ୍ରହ ଦୋଷ ଦୂର ହୋଇଥାଏ । ଏହା ସହ ତ୍ବଚା ସମ୍ବନ୍ଧୀୟ ରୋଗ ମଧ୍ୟ ଭଲ ହୋଇଯାଏ ।

କର୍ପୁର :

kapoorସେହିପରି ଗାଧୋଇବା ପାଣିରେ ୨-୩ ଟା କର୍ପୁର ମିଶାଇ ଗାଧୋଇଲେ ଶୁଭ ହୋଇଥାଏ । କର୍ପୁର ବାସ୍ନାରେ ଆଖପାଖର ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସକରାତ୍ମକ ଉର୍ଜା ବିରାଜମାନ କରିଥାଏ ।

ଗଙ୍ଗାଜଳ :

gangajalସେହିପରି ଗାଧୋଇବା ପାଣିରେ ଗଙ୍ଗାଜଳ ମିଶାଇ ଗାଧୋଇବା ଗଙ୍ଗା ନଦୀରେ ଗାଧୋଇବା ସହ ସମାନ ।

ଲୁଣ :

saltକୁହାଯାଏ ଲୁଣରେ ନକରାତ୍ମକତା ଗ୍ରହଣ କରିବାର ଶକ୍ତି ଥାଏ । ତେଣୁ ଗାଧୋଇବା ପାଣିରେ ଅଳ୍ପ କିଛି ଲୁଣ ମିଶାଇ ଗାଧୋଇବା ଦ୍ବାରା ଆଖପାଖରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ ।