ବ୍ରେକ୍‌ଅପ୍‌ ପରେ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ, ସମ୍ପର୍କ ଭାଙ୍ଗିବା ଦ୍ୱାରା ହୋଇଥାଏ ଏହି ୫ଟି ବଡ଼ ଫାଇଦା

ପ୍ରେମ ସମ୍ପର୍କରେ ସବୁଠାରୁ କଷ୍ଟ ମୁହୂର୍ତ୍ତ ହେଉଛି ବ୍ରେକ୍‌ଅପ୍‌ ବା ସମ୍ପର୍କ ଭାଙ୍ଗିବା। ଜୀବନଠୁ ଅଧିକ ଭଲ ପାଉଥିବା ବ୍ୟକ୍ତି ଯଦି ହଠାତ୍‌ ଦୂରେଇଯାଏ, ଯେ କେହି ବି ଭାଙ୍ଗିପଡ଼ିବା ସ୍ୱାଭାବିକ। ଏବେ ପ୍ରାୟ ପ୍ରେମୀଯୁଗଳ ଏହି ସମୟ ଦେଇ ଗତି କରୁଥିବା ଦେଖିବାକୁ ମିଳୁଛି। କିଛି ଲୋକ ବ୍ରେକ୍‌ଅପ୍‌ ପରେ ଏତେ ଡିପ୍ରେସନ୍‌ରେ ଚାଲିଯାଇଥାନ୍ତି ଯେ ତାଙ୍କୁ ଲାଗେ ଏବେ ଦୁନିଆରେ ଆଉ ବଞ୍ଚିବା ପାଇଁ କିଛି ନାହିଁ। କିନ୍ତୁ ଆପଣ ଜାଣିଛନ୍ତି କି ବ୍ରେକଅପ୍‌ର କେତେକ ଫାଇଦା ମଧ୍ୟ ରହିଛି। ହୃଦୟ ଭାଙ୍ଗିବା ପରେ ଆମକୁ ନିମ୍ନୋକ୍ତ କଥାଗୁଡ଼ିକ ଶିକ୍ଷା ମିଳେ

ଆମର ସବୁ ଇଚ୍ଛା ପୂର୍ଣ୍ଣ ହୁଏନାହିଁ

ଯେକୌଣସି ସମ୍ପର୍କର ଆରମ୍ଭ ଯଦି ଭଲରେ ହେଉଛି, ଶେଷ ମଧ୍ୟ ଭଲ ହେବ ବୋଲି କୌଣସି ମାନେ ନାହିଁ। ବେଳେବେଳେ ଛୋଟ ଛୋଟ କଥାରୁ ମଧ୍ୟ ସମ୍ପର୍କ ଭାଙ୍ଗିଯାଏ। ଯାହାକୁ ଆପଣ ପସନ୍ଦ କରୁଥାନ୍ତି ସବୁ ସମୟରେ ତାଙ୍କ ଉପସ୍ଥିତି ଆପଣଙ୍କୁ ଖୁସି ଦେଇଥାଏ। କିନ୍ତୁ ସମ୍ପର୍କରେ ଦୂରତା ବଢ଼ିଗଲେ ପାର୍ଟନର ବି ଧୀରେ ଧୀରେ ଦୂରେଇଯାଆନ୍ତି। ଯାହା କଷ୍ଟ ଦେଇଥାଏ। ଏଥିରୁ ଶିକ୍ଷା ମିଳେ ଯେ ଆମର ସବୁ ଇଚ୍ଛା ପୂରଣ ହୋଇନଥାଏ।

ଗାଡ଼ିର ଦୁଇଟି ଚକା ଭଳି ହୋଇଥାଏ ସମ୍ପର୍କ

ରିଲେସନ୍‌ସିପ୍‌ରେ ପାର୍ଟନର ଗାଡ଼ିର ଦୁଇଟି ଚକା ସଦୃଶ ହୋଇଥାନ୍ତି। ଜଣେ ଯଦି ଲକ୍ଷ୍ୟଚ୍ୟୁତ ହୁଏ ତେବେ ଜୀବନ ରୂପକ ଗାଡ଼ି ଟଳମଳ ହେବା ଆଶଙ୍କା ରହିଛି। ଏଣୁ ଉଭୟଙ୍କୁ ଠିକ୍‌ ଭାବେ ଚାଲିବାକୁ ହେବ। ଜଣେ ସମ୍ପର୍କକୁ ଉଚିତ୍‌ ସମ୍ମାନ ନ ଦେଲେ ଏହାର ପ୍ରଭାବ ଅନ୍ୟ ଜଣଙ୍କ ଉପରେ ପଡ଼ିଥାଏ। ଫଳରେ ସମ୍ପର୍କ ତୁଟିଯାଏ।

ଭବିଷ୍ୟତ ସମ୍ପର୍କ ପାଇଁ ମିଳେ ସାହାଯ୍ୟ

ଜଣେ ଭଲ ଜୀବନସାଥୀ ହେବା ଏତେଟା ସହଜ ନୁହେଁ। ବେଳେ ବେଳେ ଯେତେ ଭଲ ହେବାକୁ ଚେଷ୍ଟା କଲେ ମଧ୍ୟ ସମ୍ପର୍କ ତିଷ୍ଠି ପାରିନଥାଏ। ଫଳରେ ଦୀର୍ଘଦିନର ସମ୍ପର୍କରେ ଭଟ୍ଟା ପଡ଼ିଯାଏ। ଏଭଳି ପରିିସ୍ଥିତିରେ ଯଦି କିଛି ନୂଆ ସମ୍ପର୍କ ସ୍ଥାପନ କରିବାକୁ ଯାଉଛନ୍ତି, ତେବେ ପୂର୍ବ ସମ୍ପର୍କରେ ଯେଉଁ କାରଣରୁ ତିକ୍ତତା ସୃଷ୍ଟି ହୋଇଥିଲା ତାହାକୁ ପୁନର୍ବାର ହେବାକୁ ଦିଅନ୍ତୁ ନାହିଁ।

ଏହାସହ ପଢନ୍ତୁ: ବର୍ତ୍ତମାନ ପ୍ରେମରେ ଅଡୁଆ କରୁଛି କି ପୁରୁଣା ସମ୍ପର୍କ ? ତେବେ ଆଜି ହିଁ କରନ୍ତୁ ଏହି କାମ

କିଛି ସମ୍ପର୍କ ଭାଙ୍ଗିିଯିବା ହିଁ ଭଲ

ପ୍ରେମ ଜୀବନରେ ମାତ୍ର ଥରେ ହୋଇଥାଏ… ଏଭଳି ଚିନ୍ତା କରି ଆଦୌ ନିରାଶ ହୁଅନ୍ତୁ ନାହିଁ। ପ୍ରଥମେ ପ୍ରଥମେ ଆପଣଙ୍କୁ ପାର୍ଟନରଙ୍କ ସବୁ କଥା ଭଲ ଲାଗିଥାଏ। କିନ୍ତୁ ଧୀରେ ଧୀରେ ଆପଣ ଅଧିକରୁ ଅଧିକ ସାଥୀଙ୍କୁ ଜାଣିବା ପରେ ସମ୍ପର୍କରେ ତିକ୍ତତା ଆସିଥାଏ। ଫଳରେ ସମ୍ପର୍କ ଭାଙ୍ଗିଯାଏ। କିନ୍ତୁ ବେଳେ ବେଳେ ସମ୍ପର୍କ ଭାଙ୍ଗିବା ମଧ୍ୟ ଜରୁରୀ ହୋଇଥାଏ। ଯେଉଁ ସମ୍ପର୍କର ଖରାପ ପ୍ରଭାବ ଜୀବନ ଉପରେ ପଡ଼ୁଛି ସେଭଳି ସମ୍ପର୍କ ଭାଙ୍ଗିଯିବା ହିଁ ଭଲ।

ଆତ୍ମନିର୍ଭରଶୀଳ ହେବେ

ଯଦି ଆପଣ ପ୍ରତିକଥାରେ ପାର୍ଟନରଙ୍କ ଉପରେ ନିର୍ଭରଶୀଳ ହେଉଛନ୍ତି ତେବେ ବ୍ରେକଅପ୍‌ ପରେ ଆପଣ ଆତ୍ମନିର୍ଭରଶୀଳ ହେବେ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଯାହା ଆପଣଙ୍କ ପାଇଁ ଉତ୍ତମ। ଆଉ କାହା ଉପରେ ନିର୍ଭର କଲେ କଷ୍ଟ ଛଡ଼ା ଆଉ କିଛି ମିଳେ ନାହିଁ। ଏଣୁ ଆଉ କେଉଁ ଅଯୋଗ୍ୟ ଲୋକକୁ ପ୍ରେମ କରିବା ଅପେକ୍ଷା ଆପଣ ସିଙ୍ଗଲ ରହି ନିଜକୁ ହିଁ ଭଲ ପାଆନ୍ତୁ।

Leave A Reply

Your email address will not be published.