ଓଜନ କମାଇବା ପାଇଁ ନୀତିଦିନ ସେବନ କରନ୍ତୁ ଏହି ଡ୍ରିଙ୍କସ୍‌

ଯଦି ଆପଣ ନିଜ ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି, ତହେଲେ ପ୍ରତିଦନି ବ୍ୟାୟାମ କରିବା ସହ ଉତ୍ତମ ଖାଦ୍ୟ ଏବଂ ଡିଟକ୍ସ ଡ୍ରିଙ୍କସଙ୍କୁ ନିଜ ଡାଏଟରେ ସାମିଲ କରନ୍ତୁ । ଏହାଦ୍ୱାରା ଆପଣଙ୍କ ମେଟାବୋଲିଜିମ ମଧ୍ୟ ସଠିକ ରହିବ । ଯାହାଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟା ଠିକ ରୂପେ କାର୍ଯ୍ୟ କରିବ । ଚାଲନ୍ତୁ ଜାଣିବା ଏହାର ଟ୍ରିକସ୍ ।

ଲେମ୍ବୁ ଓ ଅଦା:

ଓଜନ କମାଇବା ପାଇଁ ଆପଣ ଲେମ୍ବୁରେ ଅଦା ମିଶାଇ ଖାଲି ପେଟରେ ପିଇପାରିବେ । ଏହା ଶରୀରକୁ ଶକ୍ତି ଦେବା ସହ ଆପଣଙ୍କ ପେଟ ଜନିତ ସମସ୍ୟା ଦୂର କରେ ।ଉଷୁମ ପାଣିରେ ଲେମ୍ବୁରସ ସହ ଅଦା ମିଶାଇ ପିଅନ୍ତୁ । ଖାଲି ପେଟରେ ଏହାକୁ ସେବନ କରନ୍ତୁ । ଏହାକୁ ୨ମାସ ପର୍ଯ୍ୟନ୍ତ କରନ୍ତୁ ।

ଡାଲଚିନି:

ଉଷୁମ ପାଣିରେ ଛୋଟ ଚାମଚ ଡାଲଚିନି ପାଉଡର ମିଶାଇ ପିଅନ୍ତୁ । ଶୋଇବା ପୂର୍ବରୁ ଏହାକୁ ନୀତିଦିନ ସେବନ କରନ୍ତୁ ।

ପୋଦିନା ଓ କାକୁଡି:

ଏହାକୁ ପ୍ରତିଦିନ ଏକ ଗ୍ଲାସ ପାଣିରେ ମିଶାଇ ଖାଆନ୍ତୁ । କାକୁଡି ଓ ପୋଦିନା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଏହାକୁ ସେବନ କରିବା ଦ୍ୱାରା ପାଚନ ଶକ୍ତି ଠିକ ରୂପେ କାର୍ଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.