ଲାଇଫ୍ ଷ୍ଟାଇଲ୍

ସୁନ୍ଦର ଚେହେରା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ, ମାତ୍ର କିଛି ଦିନରେ ଜାଣିପାରିବେ ଫରକ

ସୁନ୍ଦର ଦେଖାଯିବାକୁ କିଏ ଅବା ନ ଚାହେଁ । ବେଦାଗ ଏବଂ ଚମକପୂର୍ଣ୍ଣ ଚେହେରା କାହାକୁ ବା ପସନ୍ଦ ନୁହେଁ? ମାତ୍ର ସମସ୍ତଙ୍କର ଏ ଇଚ୍ଛା ପୂରଣ ହୋଇପାରେନାହିଁ । କେବେ ସନ୍‌ ଟ୍ୟାନ୍‌ ତ କେବେ ବ୍ରଣ କାରଣରୁ ମୁହଁରେ କଳା ଦାଗ ହୋଇଯାଏ।

କଣ ଆପଣଙ୍କ ମୁହଁରେ କଳାଦାଗ ଅଛି କି? ତାହେଲେ ଚିନ୍ତାର କୌଣସି କାରଣ ନାହିଁ, କେତୋଟି ଘରୋଇ ଉପଚାର ଦ୍ୱାରା ଆପଣ ପାଇପାରିବେ ଦାଗଶୂନ୍ୟ ଚେହେରା। ଆଜିକାଲି ବ୍ୟସ୍ତବହୁଳ ଜୀବନ ହେତୁ ଠିକ୍‌ ଭାବେ ନା ଶରୀରର ଯତ୍ନ ନେଇ ହେଉଛି ନା ତ୍ୱଚାର। ତ୍ୱଚାର ଯତ୍ନ ନ ନେଲେ ସବୁଦିନ ପାଇଁ ସୌନ୍ଦର୍ଯ୍ୟ ଅତୁଟ କିପରି ରହିବ? ଆପଣ ବି ଯଦି ଚାହାନ୍ତି ଆପରଙ୍କ ତ୍ୱଚା ସୁନ୍ଦର ଓ ଦାଗ ହୀନ ହେଉ ତେବେ ନିମ୍ନରେ ଦିଆ ଯାଇଥିବା ଏହି କେତୋଟି କଥାକୁ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

ରାତିରେ ଫେସ୍‌ଓ୍ଵାସ୍‌ କରିବା ପରେ ସାମାନ୍ୟ ମହୁରେ ଟିକେ ଗୋଲାପ ଜଳ ମିଶାଇ ମୁହଁରେ ମାଲସ କରନ୍ତୁ। ଏହା ଦ୍ୱାରା ତ୍ୱଚା ନରମ ହୋଇଥାଏ। ସପ୍ତାହକୁ ଥରେ ଗରମ ପାଣି ବାମ୍ଫ ମୁହଁରେ ଦେବା ପରେ ମସ୍‌ଚୁରାଇଜର୍‌ ନିଶ୍ଚୟ ବ୍ୟବହାର କରନ୍ତୁ। କଞ୍ଚା ହଳଦୀ ସହ ଚନ୍ଦନ ଘୋରି ମୁହଁରେ ଲେପ ଦିଅନ୍ତୁ। ମନେ ରଖନ୍ତୁ ଏହି ଲେପ ରାତି ସମୟରେ ହିଁ ଦେବେ। କାହିଁକି ନା ଦିନରେ ଖରା ବାଜିଲେ ତାହା ଓଲଟା ପ୍ରଭାବ ଦେଖାଏ।

ମୁଲ୍‌ତାନି ମାଟି ସହ ଲିମ୍ବ ପତ୍ର ଗୁଣ୍ଡ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ଯଦି ବ୍ରଣ ସମସ୍ୟା ରହିଥାଏ ତାହଲେ ତୁରନ୍ତ ଦୂର ହେବ। ବହୁବାର ମୁହଁ ଧୋଇବା ସହ ମୁହଁରେ ମଝିରେ ମଝିରେ ବରଫ ଘସନ୍ତୁ।

ଯଦି ଆପଣ ଏହିସବୁ ଘରୋଇ ଉପାୟକୁ ଆପଣେଇଲେ ତାହେଲେ ବିଶ୍ୱାସ କରନ୍ତୁ ମାତ୍ର କେଇ ଦିନରେ ଆପଣ ଆପଣଙ୍କ ଚେହେରାରେ ଫରକ ଜାଣିପାରିବେ ।

Pritiparna

Recent Posts

ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର

କେନ୍ୟୁଜ (ବ୍ୟୁରୋ) : ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝୀଙ୍କ ନାମରେ ବାଜିଲା ମୋହର । ସବୁ କଳ୍ପନାଜଳ୍ପନାର…

41 mins ago

ଘର ଗାଡ଼ି ଭତ୍ତା ସବୁକିଛି ମିଳେ ଫ୍ରିରେ, ଜାଣନ୍ତୁ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆଉ କଣ ସବୁ ସୁବିଧା ପାଆନ୍ତି ଏମାନେ

ଲୋକସଭା ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇ ସାରିଛି । ପ୍ରଧାନମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳରେ ମୋଟ ୭୨ ଜଣ…

45 mins ago

ନକଲି ଭୋଟର କାର୍ଡ କରି ଲୋକସଭା ନିର୍ବାଚନରେ ଦେଇଥିଲେ ଭୋଟ, ୪ ବାଂଲାଦେଶୀଙ୍କୁ ଧରିଲା ଏଟିଏସ

ମହାରାଷ୍ଟ୍ର ଏଟିଏସ୍‌ ୪ ଜଣ ବାଂଲାଦେଶୀଙ୍କୁ ମୁମ୍ବାଇରୁ ଗିରଫ କରିଛି । ଏମାନେ କିଛିଦିନ ହେଲାଣି ଅବୈଧ ଭାବେ ଜାଲ୍‌…

57 mins ago

ସରକାରୀ କର୍ମଚାରୀଙ୍କୁ ୩୦ ଜୁନ ଯାଏ ଛୁଟି ମନା, ସରାକାରୀ ଛୁଟିରେ ବି ରହିବେ ଉପସ୍ଥିତ

କେନ୍ୟୁଜ (ବ୍ୟୁରୋ)  : ସରକାରୀ କର୍ମଚାରୀଙ୍କ ପାଇଁ ଏଥର ରଜ ଫିକା । କାରଣ ଜୁନ ୩୦ ଯାଏ କୌଣସି…

1 hour ago

ପ୍ରେମିକାକୁ ହତ୍ୟା କରି ଥାନାରେ ଆତ୍ମ ସମର୍ପଣ କଲେ ପ୍ରେମିକ, ପୋଲିସର ତନାଘନା

ରାୟଗଡା : କୁହନ୍ତି ପ୍ରେମ ଅନ୍ଧ । କିନ୍ତୁ ଏହି ପ୍ରେମ ବେଳେବେଳେ ଏମିତି ରୂପ ନେଇଥାଏ ଯାହା ବିଷୟରେ…

1 hour ago

ଗ୍ୟାଙ୍ଗଷ୍ଟର୍‌ ଅବୁ ସଲେମ୍‌ଙ୍କ ଜୀବନ ପ୍ରତି ବିପଦ ! ଅନ୍ୟ ଜେଲ୍‌କୁ ସ୍ଥାନାନ୍ତର ନ କରିବାକୁ କୋର୍ଟଙ୍କୁ ନିବେଦନ

ନିଜ ଜୀବନ ପ୍ରତି ବିପଦ ଆଶଙ୍କା କରିଛନ୍ତି କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର ଅବୁ ସଲେମ୍‌ । ବର୍ତ୍ତମାନ ସେ ଜେଲ୍‌ରେ ଅଛନ୍ତି…

1 hour ago