ଆଜିକାଲି ପ୍ରାୟ ଅଧିକାଂଶ ଲୋକ ୟୁରିକ୍ ଏସିଡ ପାଇଁ ଚିନ୍ତିତ। ଏହି ସମସ୍ୟା କାରଣରୁ ଶରୀରରେ ୟୁରିନ୍ ନାମକ ପ୍ରୋଟୀନର ମାତ୍ରା ବଢ଼ିଯାଇଥାଏ। ୟୁରିକ୍ ଏସିଡ୍ ଅଧିକ ହେବା ଦ୍ୱାରା କିଡନୀ ତାହାକୁ ଫିଲ୍ଟର କରିପାରେନାହିଁ। ଯେଉଁ କାରଣରୁ ହାତ ଏବଂ ପାଦରେ ସମସ୍ୟା ହେବାକୁ ଲାଗିଥାଏ। ସେହିପରି ୟୁରିକ ଏସିଡ୍ ହେଲେ ଆଣ୍ଠୁ, ଏଡି, ଆଙ୍ଗୁଳିରେ ଯନ୍ତ୍ରଣା ହେବା ସମସ୍ୟା ଯେମିତି ଆରମ୍ଭ ହୋଇଗଲା ବୋଲି ଜାଣନ୍ତୁ। ଏହାସହିତ ରକ୍ତରେ ୟୁରିକ୍ ଏସିଡର ମାତ୍ରା ବଢ଼ିଯିବା କାରଣରୁ ହାତ ଏବଂ ପାଦ ଫୁଲିବା ଭଳି ସମସ୍ୟା ହୋଇଥାଏ। ଏଥିସହିତ ଓଠିବା ବସିବାରେ ମଧ୍ୟ ବହୁତ ସମସ୍ୟା ହୋଇଥାଏ।
ଏମିତିରେ ଆଜି ଆମେ ଆପଣଙ୍କ ପାଇଁ କିଛି ଦେଶୀ ଉପଚାର ନେଇ ଆସିଛୁ ଯାହା ୟୁରିକ ଏସିଡ କାରଣରୁ ହାତରେ ହେଉଥିବା ଯନ୍ତ୍ରଣା ଠାରୁ ମୁକ୍ତି ମିଳିପାରିବ। ତେବେ ଆସନ୍ତୁ ଜାଣିବା ହାତ ପାଦର ଫୁଲିବାକୁ ଦୂର କରିବାର ଉପାୟ।
ଭରପୂର ପାଣି ପିଅନ୍ତୁ
ହାଇ ୟୁରିକ୍ ଏସିଡ୍ ରୋଗୀଙ୍କ ପାଇଁ ସବୁଠୁ ଜରୁରୀ ହୋଇଥାଏ ନିୟମିତ ପାଣି ପିଇବା। ଦିନରେ ଅତି କମରେ ୨-୩ ଲିଟର ପାଣି ପିଇବା ଉଚିତ। ଏହାଦ୍ୱାରା ୟୁରିକ ଏସିଡ୍ ପରିସ୍ରା ବାଟ ଦେଇ ଶରୀରରୁ ବାହାରକୁ ବାହାରିଯାଇଥାଏ।
ଫାଇବରରେ ଭରପୂର ଫୁଡସ୍
ଡାଏଟରେ ସେହି ଜିନିଷକୁ ସାମିଲ କରିବା ଉଚିତ, ଯେଉଁଥିରେ ଭରପୂର ମାତ୍ରାରେ ଫାଇବର ରହିଥାଏ। ଏହାଛଡା ‘ଭିଟାମିନ ସି’ ସେବନ କରିବା ଦ୍ୱାରା ୟୁରିକ୍ ଏସିଡର ସ୍ତର ନିୟନ୍ତ୍ରିତ ରହିଥାଏ।
ସୋରିଷ ତେଲରେ ମାଲିସ୍
ଶୋଇବା ପୂର୍ବରୁ ସୋରିଷ ତେଲକୁ ଉଷୁମ ପାଣିରେ ଗରମ କରନ୍ତୁ। ଏହାପରେ ହାତ ଗୋଡକୁ ମାଲିସ୍ କରନ୍ତୁ ଏହାପରେ ପାଦରେ ମଜା ପିନ୍ଧି ଦିଅନ୍ତୁ। ଏହାଦ୍ୱାରା ଫୁଲା କମିବା ସହିତ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ।
ଉଷୁମ ପାଣିରେ ବୁଡାନ୍ତୁ ପାଦ
ପାଣିରେ ଅଲିଭ୍ ଅଏଲ ଏବଂ ଲୁଣ ପକାଇ ଫୁଟାନ୍ତୁ ଏହାପରେ ଉଷୁମ ପାଣିରେ ପାଦକୁ ବୁଡାନ୍ତୁ। ଆପଣ ଚାହିଁଲେ ଏଥିପାଇଁ ନିମ୍ବ ପତ୍ରକୁ ମଧ୍ୟ ବ୍ୟବହାର କରିପାରିବେ। ଏହାଦ୍ୱାରା ବି ପାଦ ଫୁଲିବା କମିଯିବ।
ଲେମ୍ବୁ ରସ
ଫୁଲିବା ସମସ୍ୟାରେ ଚିନ୍ତିତ ଥିଲେ ଲେମ୍ବୁ ରସ ବାହାର କରି ଫୁଲିବା ସ୍ଥାନରେ ଲଗାଇବା ଦ୍ୱାରା ମଧ୍ୟ ଭଲ ରେଜଲ୍ଟ ମିଳିଥାଏ।
ହଳଦି ଏବଂ ଅଲିଭ ଅଏଲ
ଅଲିଭ ଅଏଲରେ ହଳଦି ମିକ୍ସ କରି ହାଲକା ଗରମ କରିବାରେ ମଧ୍ୟ ଫୁଲିବା ଏବଂ ଯନ୍ତ୍ରଣା ସମସ୍ୟାରୁ ମୁକ୍ତି ମିଳିଥାଏ।
ପିଆଜ ମଧ୍ୟ ବହୁତ ଲାଭକାରୀ
ଆଣ୍ଟି ବାୟୋଟିକ ଏବଂ ଆଣ୍ଟି ସେପ୍ଟିକ ଗୁଣ ହେବା କାରଣରୁ ପିଆଜ ମଧ୍ୟ ଆଙ୍ଗୁଳିରେ ହେଉଥିବା ଫୁଲିବା ସ୍ଥାନରେ ଲଗାଇ ଛାଡି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ଜଲଦି ଆରାମ ମିଳିବ।