କରୋନା ସଂକ୍ରମଣରୁ ଦୂରେଇ ରଖିବାରେ ସାହାଯ୍ୟ କରେ ସବୁଜ ପତ୍ର ଏବଂ ପନିପରିବା
କୋଭିଡ଼ –୧୯ ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ ଶରୀରରେ ପୋଷକ ତତ୍ତ୍ୱର ଆବଶ୍ୟକତା ରହିଥାଏ । ପୋଷକ ତତ୍ତ୍ୱ ଆମ ଶରୀରର ରୋଗ ପ୍ରତିରୋଧକଶକ୍ତି କ୍ଷମତା ବୃଦ୍ଧି କରାଏ । ରୋଗ ପ୍ରତିରୋଧକଶକ୍ତି କ୍ଷମତା ବୃଦ୍ଧି ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରିଥାନ୍ତି । ଲୋକମାନେ ଏହି ଭୂତାଣୁ ସଂକ୍ରମଣରୁ ଦୂରେଇ ରହିବା ପାଇଁ କାଢା ପିଇଥାନ୍ତି , ତାଜା ଫଳ ଖାଇଥାନ୍ତି ଓ ଉତ୍ତମ ଖାଦ୍ୟ ମଧ୍ୟ ଖାଇଥାନ୍ତି । ଏହାର କ୍ଷମତା ବୃଦ୍ଧିପାଇଁ ଅନ୍ୟ ଏକ ଉପଦାନ ହେଉଛି ସବୁଜ ପନିପରିବା । ସବୁଜ ପନିପରିବା ଅତ୍ୟଧିକ ପରିମାଣରେ ଶରୀରର ରୋଗପ୍ରତିରୋଧକଶକ୍ତି କ୍ଷମତା ବୃଦ୍ଧ ିକରାଇଥାଏ ।
ସବୁଜ ପତ୍ର ଏବଂ ପନିପରିବା ସମସ୍ତଙ୍କୁୁ ଭଲ ନଲାଗିଲେ ମଧ୍ୟ ଏଥିରୁ ମିଳୁଥିବା ପ୍ରାକୃତିକ ପୋଷକ ତତ୍ତ୍ୱ ଶରୀରରେ ରୋଗ ପ୍ରତିରୋଧକଶକ୍ତି କ୍ଷମତା ବୃଦ୍ଧ ିକରାଇଥାଏ । ସବୁଜପତ୍ର , ପନିପରିବାରେ ବହୁଳମାତ୍ରାର ସବୁଜ କଣିକା ବା ପତ୍ରହରିତ ରହିଥାଏ ଯାହା ଶରୀରରେ ହିମଗ୍ଲୋବିନ୍ ର ମାତ୍ରା ବୃଦ୍ଧ ି କରାଇଥାଏ ।
ସବୁଜ ପନିପରିବାରେ ଜିଙ୍କ୍, ଆଇରନ,ଭିଟାମିନ,ଖଣିଜ ଲବଣ ରହିଥାଏ ଯାହା ଆମ ଶରୀରକୁ ପୋଷକ ତତ୍ତ୍ୱ ଯୋଗାଇଥାଏ ଏବଂ ଶରୀରର ରୋଗପ୍ରତିରୋଧକ ଶକ୍ତି କ୍ଷମତା ବୃଦ୍ଧି କରାଇଥାଏ । ଯାହା ଆମକୁ କୋଭିଡ଼ –୧୯ ଭୂତାଣୁ ସଂକ୍ରମଣରୁ ରକ୍ଷା କରିଥାଏ । ଆସନ୍ତୁ ଜାଣିବା କ’ଣ ସବୁ ଖାଦ୍ୟ ଆମକୁ କୋଭିଡରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।
ବ୍ରୋକୋଲି: ବ୍ରୋକଲି ଦେଖିବାକୁ ଫୁଲକୋବି ପରି । ବ୍ରୋକଲିରୁ ଭିଟାମିନ-ଏ,କେ,ସି ପ୍ରଚୁର ପରିମାଣରେ ମିଳିଥାଏ । ପ୍ରତିଦିନ ବ୍ରୋକଲି ଖାଇବା ଦ୍ୱାରା ଶରୀରରେ ବିଟା-ପ୍ରୋଟିନର ମାତ୍ରା ବଢିଯାଏ । ଯାହା ରୋଗପ୍ରତିରୋଧକଶକ୍ତି କ୍ଷମତାକୁ ମଜବୁତ କରିଥାଏ । ବ୍ରୋକଲିକୁ ରୋଷେଇ କରିକି ଏବଂ ସାଲାଡ ହିସାବରେ ବ୍ୟବହାର କରି ପାରିବେ ।
ପାଳଙ୍ଗ : ପାଳଙ୍ଗରେ ଭିଟାମିନ-ସି, ଏ,ଜିଙ୍କ୍, ଆଇରନ ପ୍ରଚୁର ପରିମାଣରେ ରହିଥାଏ । ଏହା ବ୍ୟତୀତ ଆଣ୍ଟି-ଅକ୍ସିଡାଣ୍ଟ , ବିଟା-ପ୍ରୋଟିନ ମଧ୍ୟ ପାଳଙ୍ଗରେ ରହିଥାଏ । ଭିଟାମିନ-ସି, ବିଟା-ପ୍ରୋଟିନ ଭୁତାଣୁ ସଂକ୍ରମଣରୁ ପ୍ରତିରକ୍ଷା କରିବାରେ ସାହାଯ୍ୟ କରିଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ପାଳଙ୍ଗ ଦର ସିଝାକରି ଖାଇବା ଉଚିତ୍ ।
ଶିମ୍ଲା ଲଙ୍କା: ଶିମ୍ଲା ଲଙ୍କାରୁ ଭିଟାମିନ-ସି, ଫାଇବର, ଆଣ୍ଟି-ଅକ୍ସିଡାଣ୍ଟ ମିଳିଥାଏ । ଗୋଟେ କପ୍ ଶିମ୍ଲା ଲଙ୍କାରୁ ୧୯୦ମିଲିଗ୍ରାମ୍ ଭିଟାମିନ-ସି ମିଳିଥାଏ । ଶରୀରରେ ପ୍ରତିଦିନ ୩ ଗୁଣା ଭିଟାମିନ-ସି ଆବଶ୍ୟକ । ଏଥିପାଇଁ ଶିମ୍ଲା ଲଙ୍କାକୁ ଭାଜିକି, ପ୍ଲାଓ , ସାଲାଡ ୍ରେ ଖାଇପାରିବେ ।
ଫୁଲକୋବି : ଫୁଲକୋବିରେ ଭିଟାମିନ-ସି, ଆଣ୍ଟି-ଅକ୍ସିଡାଣ୍ଟ , ଭିଟାମିନ-କେ ପ୍ରଚୁର ପରିମାଣର ମିଳିଥାଏ । ଏହା ପୋଷକ ତତ୍ତ୍ୱକୁ ସୁଦୃଢ କରିଥାଏ । ଏଥିପାଇଁ ଫୁଲକୋବି ଖାଇବା ନିହାତି ଆବଶ୍ୟକ । ଏହାକୁ ରୋଷେଇ କରି ଖାଇପାରିବେ ।