ଜାଣନ୍ତିକି ଆମିଷ ଅପେକ୍ଷା ଏହି ନିରାମିଷ ଖାଦ୍ୟ ଗୁଡିକରେ ଅଧିକ ପ୍ରୋଟିନ ଥାଏ

କିଛି ଲୋକ ସ୍ୱାଦ ପାଇଁ ଆମିଷ ଭୋଜନ କରୁଥିବା ବେଳେ କିଛି ଲୋକ ଶରୀରର ପ୍ରୋଟିନ ମାତ୍ରା ପୂରଣ କରିବା ପାଇଁ ଆମିଷ ଭୋଜନ କରିଥାନ୍ତି ।  କିଛି ଜଣଙ୍କୁ ତ ଆମିଷ ଖାଇବା ଏତେଟା ପସନ୍ଦ ନ ଥିବା ବେଳେ ବାଧ୍ୟ ହୋଇ ଏହାର ସେବନ କରିଥାନ୍ତି ।  ଆମିଷ ଏତେଟା ଯଦି ଆପଣ ବି ପ୍ରୋଟିନ ପାଇଁ ହିଁ ଆମିଷ ଭୋଜନ କରୁଛନ୍ତି ତେବେ ଜାଣି ରଖନ୍ତୁ ଆମିଷ ଅପେକ୍ଷା କେତେକ ନିରାମିଷ ଖାଦ୍ୟରେ ବି ପ୍ରୋଟିନର ପରିମାଣ ଅଧିକ ରହିଥାଏ ।  ତେବେ ଚାଲନ୍ତୁ ନଜର ପକାଇବା ପ୍ରୋଟିନ ଯୁକ୍ତ କିଛି ସାକାହାରୀ ଖାଦ୍ୟ ଗୁଡିକ ଉପରେ:

କୋବି:

ଅଣ୍ଡାରେ ୧୮ ପ୍ରତିଶତ ପ୍ରୋଟିନର ମାତ୍ରା ଥିବା ବେଳେ କୋବିରେ ୪୦ ପ୍ରତିଶତ ପ୍ରୋଟିନ ରହିଥାଏ ।  ତେବେ ଭାବନ୍ତୁତ ଅଣ୍ଡା ଖାଇବା ଲାଭକାରୀ ନା କୋବି ଖାଇବା ଅଧିକ ଲାଭକାରୀ ।

spinach

ପାଳଙ୍ଗ:

ଆମିଷ ଖାଦ୍ୟ ତୁଳନାରେ ପାଳଙ୍ଗ ଖାଦ୍ୟରେ ୪୯ ପ୍ରତିଶତ ଅଧିକ ପ୍ରୋଟିନ ଥିବା ଏକ ଗବେଷଣାରୁ ଜଣାଯାଇଛି ।  ଏହା ସହ ଏହା ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତର ପରିମାଣ ମଧ୍ୟ ବାଲାନ୍ସ ରହିଥାଏ ।

ବ୍ରୋକୋଲି:

ବର୍ତ୍ତମାନ ମାର୍କେଟରେ ସହଜରେ ଉପଲବ୍ଧ ହେଉଥିବା ବ୍ରୋକୋଲିରେ ପ୍ରାୟ ୪୫ ପ୍ରତିଶତ ପ୍ରୋଟିନ ଥିବା ବେଳେ ଚିକେନରେ ମାତ୍ର ୨୩ ପ୍ରତିଶତ ପ୍ରୋଟିନ ରହିଛି ।

kabuli chana

କାବୁଲି ଚଣା:

ମାତ୍ର ୨ ଚାମଚ କାବୁଲି ଚଣାରେ ଅଣ୍ଡା ତୁଳନାରେ ୬ ପ୍ରତିଶତ ଅଧିକ ପ୍ରୋଟିନ ରହିଥାଏ ।  ଯଦି ଆପଣ ସକାଳେ ଉଠି ଖାଲି ପେଟରେ ଗୋଟେ ମୁଠା ଭିଯାଯାଇଥିବା କାବୁଲି ଚଣା ଖାଇବେ ତ ଆପଣଙ୍କୁ ଦିନସାରା ଅନ୍ୟ କୌଣସି ପ୍ରୋଟିନ ଯୁକ୍ତ ଖାଦ୍ୟର ସେତେଟା ଆବଶ୍ୟକତା ପଡିବ ନାହିଁ ।

ଏହା ସହ ପଢନ୍ତୁ; ଏବେ ପରିବା ବଜାରେ ରାଜ୍‌ କରୁଛି ସାରୁ, ଜାଣନ୍ତୁ ଏହାର ୫ଟି ଆଶ୍ଚର୍ଯ୍ୟଜନକ ଫାଇଦା

ସୋୟା:

ଅଣ୍ଡା ଖାଇବା ଅପେକ୍ଷା ସୋୟା ଖାଇବା ଦ୍ୱାରା ଶରୀରକୁ ଅଧିକ ମାତ୍ରାରେ ପ୍ରୋଟିନ ମିଳିଥାଏ ।  କାରଣ ଅଣ୍ଡା ତୁଳନାରେ ସୋୟାରେ ୧୫ ପ୍ରତିଶତ ଅଧିକ ପ୍ରୋଟିନ ମହଜୂତ ଥାଏ ।

ଏସବୁ ବ୍ୟତୀତ ଦୁଧ, ଦହି, ପନିର ଓ ଦେଶୀ ଘିଅରେ ମଧ୍ୟ ଭରପୁର ମାତ୍ରାରେ ପ୍ରୋଟିନ ମିଳିଥାଏ ।  ତେବେ ନିଜ ଖାଦ୍ୟ ତାଲିକାରେ ଏହି ସବୁ ଖାଦ୍ୟକୁ ସାମିଲ କରନ୍ତୁ ଓ ଏକ ସୁସ୍ଥ ଜୀବନ ଯାପନ ଅତି ବାହିତ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.