ପୁରୁଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହି ପୋଷକ ତତ୍ତ୍ୱ ହୋଇଥାଏ ଜରୁରୀ, ଜାଣନ୍ତୁ

ସାଧାରଣତଃ ପୁରୁଷଙ୍କ କାମ ବାହାରେ ରହିଥାଏ । ତେଣୁ ଏଥିପାଇଁ ତାଙ୍କୁ ଅତିରିକ୍ତ ଶକ୍ତି ବା ଉର୍ଜାର ଆବଶ୍ୟକତା ରହିଥାଏ । ପୋଷକ ତତ୍ତ୍ୱ ଭରପୂର ନେଲେ ଶରୀର ସୁସ୍ଥ ରହିଥାଏ। ରିପୋର୍ଟ ଅନୁଯାୟୀ, ସପ୍ଲିମେଣ୍ଟ ସ୍ଥାନରେ ଯଦି ପ୍ରାକୃତିକ ଫୁଡ୍ସ ଗ୍ରହଣ କରାଯାଏ, ତେବେ ବହୁତ ଭଲ ଫଳ ମିଳିଥାଏ।

ଏହା ଦ୍ୱାରା ଅନେକ ରୋଗରରୁ ମୁକ୍ତି ମିଳିଥାଏ । ଆମେ ଆଜି ଆପଣଙ୍କୁ କହିବୁ ଏଭଳି ପୋଷକ ତତ୍ତ୍ୱ ସମ୍ପର୍କରେ ଯାହାକୁ ନିୟମିତ ଭାବେ ସେବନ କଲେ ପୁରୁଷଙ୍କୁ ଅନେକ ଫାଇଦା ମିଳିଥାଏ।

ଭିଟାମିନ ଡି:

ଏହା ମସଲ୍ସ ବା ମାଂସପେଶୀ ପାଇଁ ବହୁତ ଦରକାରୀ ହୋଇଥାଏ । ଏହା ଇମ୍ୟୁନ ସିଷ୍ଟମକୁ ଷ୍ଟ୍ରଙ୍ଗ ରଖିଥାଏ। ହାଡ଼କୁ ମଧ୍ୟ ମଜୁବୁତ କରେ। ଏହା କ୍ୟାଲସିୟମକୁ ଅବଶୋଷିତ କରିବା ପାଇଁ ସାହାଯ୍ୟ କରେ। ତନ୍ତ୍ରିକା ସଂଚରଣରେ ସହାୟତା କରେ।

ଫୋଲେଟ:

ଏହା ମହିଳାଙ୍କ ପାଇଁ ଅଧିକ ଉପଯୋଗୀ ବୋଲି କୁହାଯାଏ। କିନ୍ତୁ ଏହା ପୁରୁଷଙ୍କ ପାଇଁ ମଧ୍ୟ ଅଧିକ ଜରୁରୀ ହୋଇଥାଏ। ଏହା ପ୍ରୋଟିନ ଏବଂ ଡିଏନଏ ନିର୍ମାଣ ପାଇଁ ଦରକାରୀ ହୋଇଥାଏ। ଏହାବ୍ୟତିତ ଫୋଲେଟ ସ୍ପର୍ମରେ ଥିବା ଅନହେଲ୍ଦି ପରିବର୍ତ୍ତନରୁ ବଞ୍ଚାଇଥାଏ। କାରଣ ସ୍ପର୍ମ ହେଲ୍ଦି ନରହିଲେ କିମ୍ବା ଏଥିରେ କିଛି ପରିବର୍ତ୍ତନ ହେଲେ ଜନ୍ମିତ ପିଲାଙ୍କ ମଧ୍ୟରେ ସମସ୍ୟା ଦେଖାଯାଏ।

ଜିଙ୍କ:

ଯେଉଁମାନେ ଭେଜିଟେରିଆନ ସେମାନଙ୍କ ଶରୀରରେ ଜିଙ୍କର ଅଭାବ ରହିଥାଏ । ଏହା ଶରୀରରେ ଆଘାତ ଏବଂ ଯେକୌଣସି ସଂକ୍ରମଣରୁ ରକ୍ଷା କରିଥାଏ। ରେଡ ମିଟ୍‌ ଏବଂ ସି-ଫୁଡ ଆଦିରେ ଜିଙ୍କ ରହିଥାଏ । ତେଣୁ ଯଦି ଆପଣ ଭେଜିଟେରିଆନ ତେବେ ଆପଣ ଫଳ, ଚଣା ଡାଲି ଆଦି ଖାଇବା ଆବଶ୍ୟକ।

କ୍ୟାଲସିୟମ:

ଏହା ମାଂସପେଶୀ ପାଇଁ ଖୁବ ଜରୁରୀ ହୋଇଥାଏ। ଏହାର ଅଭାବରେ ହାଡ଼ ଗଣ୍ଠିରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ୨୦ ବର୍ଷ ପରେ ଏହାର ଆବଶ୍ୟକତା ଯୁବକମାନଙ୍କୁ ଅଧିକ ଦରକାର ହୋଇଥାଏ। ଏଥିପାଇଁ କ୍ଷୀର, ଦହି ସରବତ, ଲହୁଣୀ, ମାଛ ଓ ସବୁଜ ପନିପରିବା ଖାଇବା ଦରକାର।

ପୋଟାସିୟମ:

ଏହା ରକ୍ତଚାପରେ ସୋଡ଼ିୟମର ଅଭାବକୁ ଦୂର କରେ। ଏହା ରକ୍ତକୁ ହେଲଦି ରଖିବାରେ ସାହାଯ୍ୟ କରେ।

ଭିଟାମିନ ସି:

ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଆଇରନକୁ ଅବଶୋଷିତ କରିବା ପାଇଁ ଭିଟାମିନ ସି ର ଆବଶ୍ୟକତା ରହିଛି। ଏହା ପୁରୁଷଙ୍କ ଯୌନ ସ୍ୱାସ୍ଥ୍ୟକୁ ହେଲ୍ଦି ରଖିଥାଏ। ତେଣୁ ଏହି ପୋଷକ ତତ୍ତ୍ୱ ଥିବା ଖାଦ୍ୟ ସେବନ କରିବା ପୁରୁଷଙ୍କ ପାଇଁ ନିହାତି ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.