ଏହି ରାଶିର ବ୍ୟକ୍ତି ଉତ୍ତମ ଦମ୍ପତି ଅପେକ୍ଷା ହୋଇଥାନ୍ତି ଭଲ ସାଙ୍ଗ, ଏଥିରେ ଆପଣ ବି ନାହାନ୍ତି ତ!

ପ୍ରେମିକ ପ୍ରେମିକା ବା ଦମ୍ପତିଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ନିହାତି ଦରକାର। ଏଣୁ କୁହାଯାଏ ଯେଉଁମାନେ ଯେତେ ଭଲ ବନ୍ଧୁ ହୋଇଥାନ୍ତି, ସେମାନେ ଭବିଷ୍ୟତରେ ସେତେ ଭଲ ଦମ୍ପତି ହୋଇପାରନ୍ତି। ଦମ୍ପତିଙ୍କ ମଧ୍ୟରେ ବନ୍ଧୁତା ଭଳି ସମ୍ପର୍କ ରହିଲେ ସମ୍ପର୍କ ଆହୁରି ମଜଭୁତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ରାଶିର ବ୍ୟକ୍ତି ଦମ୍ପତି ଅପେକ୍ଷା ଭଲ ବନ୍ଧୁ ହୋଇଥାନ୍ତି…

ମେଷ ଓ ତୁଳା:

ମେଷ ରାଶିର ବ୍ୟକ୍ତି ବିଶେଷ ଅଧିକ କନ୍‌ଫିଡେଣ୍ଟ ହୋଇଥାନ୍ତି। ଏହି କାରଣରୁ ଏମାନେ ବେଳେ ବେଳେ ଗର୍ବ ବି କରିଥାନ୍ତି। ଅନ୍ୟପଟେ ତୁଳା ରାଶିର ବ୍ୟକ୍ତି ଡାଉନ୍‌ ଟୁ ଆର୍ଥ ହୋଇଥାନ୍ତି। ଏମାନେ ଜୀବନରେ ସନ୍ତୁଳନ ବଜାୟ ରଖିଥାନ୍ତି। ଯେତେବେଳେ ଉଭୟ ରାଶି ଏକ କପଲ ହୋଇଥାନ୍ତି, ସେତେବେଳେ ଏମାନଙ୍କ ଭିତରେ ସମ୍ପର୍କ ଅଧିକ ମଜଭୁତ ରହିଥାଏ। ଏମାନେ ସ୍ୱାମୀ-ସ୍ତ୍ରୀଠୁ ଅଧିକ ବନ୍ଧୁ ହୋଇଥାନ୍ତି।

ସିଂହ ଓ ବୃଷ:

ସିଂହ ଓ ବୃଷ ରାଶିଙ୍କ ବ୍ୟକ୍ତି ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥାନ୍ତି। ଦମ୍ପତି ଭାବେ ଏମାନେ ସବୁଠୁ ଭଲ ହୋଇଥାନ୍ତି। ଏମାନେ ନିଜ ପାର୍ଟନରଙ୍କୁ ହରେଇବାକୁ ଡରନ୍ତି। ଏମାନେ ପାର୍ଟନରଙ୍କ ସହ ବନ୍ଧୁଭାବେ ଓ ଲୟାଲ ରହିବାକୁ ପସନ୍ଦ କରନ୍ତି।

Happy couple

ଧନୁ ଓ କର୍କଟ:

ଧନୁ ଓ କର୍କଟ ରାଶିର ବ୍ୟକ୍ତି ବହୁତ ଇମୋସନାଲ ଓ ସମ୍ବେଦନଶୀଳ ହୋଇଥାନ୍ତି। ଏମାନେ କେବେ ବି ନିଜ ପାର୍ଟନରଙ୍କୁ ଦୁଃଖୀ କରିବାକୁ ଚାହାନ୍ତିନି। ଏଣୁ ଏମାନେ ପାର୍ଟନରର ଭାବନାକୁ ସମ୍ମାନ ଦେଇଥାନ୍ତି ଓ ସବୁବେଳେ ସାଙ୍ଗ ଭଳି ପାଖେ ପାଖେ ରହିଥାନ୍ତି।

କୁମ୍ଭ ଓ ମିଥୁନ:

କୁମ୍ଭ ଓ ମିଥୁନ ରାଶି ପରସ୍ପର ପାଇଁ ସବୁଠୁ ଭଲ ପାର୍ଟନର ହୋଇଥାନ୍ତି। ଏମାନଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିଥାଏ। ଏହି ରାଶିର କପଲ ଅଧିକ ରେମାଣ୍ଟିକ୍‌ ବି ହୋଇଥାନ୍ତି। ଏଣୁ ଏମାନେ ପରସ୍ପରର ଭଲ ବନ୍ଧୁ ହୋଇଥାନ୍ତି।

chocolate

ମୀନ ଓ ବିଛା:

ମୀନ ରାଶିର ବ୍ୟକ୍ତି ଅନ୍ୟର ଭାବନାକୁ ଅଧିକ ଗୁରୁତ୍ୱ ଦିଅନ୍ତି। ଏଣୁ ଏମାନେ ବିଛା ରାଶିର ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି। ଉଭୟ ରାଶିର ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ମଜଭୁତ ଥାଏ। ଏମାନେ ବନ୍ଧୁତାକୁ ଅଧିକ ଗୁରୁତ୍ୱ ଦିଅନ୍ତି।

ମକର ଓ କନ୍ୟା:

ଅନେକ କ୍ଷେତ୍ରରେ ମକର ଓ କନ୍ୟା ରାଶିର ଦମ୍ପତି ସମାନ ହୋଇଥାନ୍ତି। ଏମାନେ ନିଜ କାମ ପ୍ରତି ଅଧିକ ଯତ୍ନଶୀଳ ହୋଇଥାନ୍ତି। ଏକାଠି ସମୟ ବିତାଇବାକୁ ଏମାନେ ସବୁଠୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଏହି ଦମ୍ପତି ବନ୍ଧୁତାକୁ ଭଲ ଭାବେ ବୁଝନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.