ତ୍ୱଚାକୁ ଖରାପ କରିପାରେ ଏସବୁ ଘରୋଇ ଜିନିଷ, ଭୁଲ୍‌ରେ ବି ସିଧାସଳଖ ମୁହଁରେ ଲଗାନ୍ତୁ ନାହିଁ

ଉତ୍ତମ ବା ସୁସ୍ଥ ତ୍ୱଚା ପାଇଁ ଲୋକମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ଏଥିପାଇଁ କିଏ ଦାମୀ ପ୍ରଡକ୍ଟ ବ୍ୟବହାର କରେ ତ ଆଉ କିଏ ଆୟୁର୍ବେଦର ଘରୋଇ ଉପାୟ ଆପଣାଇଥାଏ। ତେବେ କିଛି ଘରୋଇ ଉପାୟ ଏମିତି ବି ହୋଇଥାଏ, ଯାହା ଆମ ତ୍ୱଚାକୁ ଲାଭ ଦେବା ବଦଳରେ କ୍ଷତି କରିଥାଏ। କିନ୍ତୁ ଜାଣି ନଥିବାରୁ ଆମେ ତାହାକୁ ମୁହଁରେ ଲଗାଇ ଦେଇଥାଉ। ତେବେ ଆଜି ଆସନ୍ତୁ ଜାଣିବା ସେଭଳି କେତେକ ଜିନିଷ ବିଷୟରେ ଯାହାକୁ ସିଧାସଳଖ ମୁହଁରେ ଲଗାଇବା ଅନୁଚିତ୍‌…

ଲେମ୍ବୁ:

ଲେମ୍ବୁରେ ଏସିଡ୍‌ର ମାତ୍ରା ଅତ୍ୟଧିକ ରହିଥାଏ। ଏଣୁ ଏହାକୁ ସିଧାସଳଖ ମୁହଁରେ ଲଗାଇବା ଉଚିତ୍‌ ନୁହେଁ। ଏହା ଦ୍ୱାରା ମୁହଁ ପୋଡ଼ା ହୋଇପାରେ।

ସୋରିଷ ତେଲ:

ଶୀତ ଦିନେ ପ୍ରାୟତଃ ଲୋକ ଶରୀରରେ ସୋରିଷ ତେଲ ମାଲିସ କରିଥାନ୍ତି। କିନ୍ତୁ ସୋରିଷ ତେଲ ବହୁତ ହାର୍ଡ ହୋଇଥାଏ। ଏଣୁ ଏହାକୁ ଯଦି ଦେହରେ ଲଗାନ୍ତି ତେବେ ତ୍ୱଚା ଧୀରେ ଧୀରେ କଳା ପଡ଼ିଯାଏ।

ବେକିଂ ସୋଡ଼ା:

ତ୍ୱଚାକୁ ଡିପ୍‌ କ୍ଲିନ୍‌ କରିବା ପାଇଁ ପ୍ରାୟତଃ ଲୋକମାନେ ବେକିଂ ସୋଡ଼ା ବ୍ୟବହାର କରିଥାନ୍ତି। କିନ୍ତୁ ଏହାକୁ କେବେ ବି ସିଧାସଳଖ ମୁହଁରେ ଲଗାଇବା ଉଚିତ୍‌ ନହେଁ। ଏମିତି କରିବା ଦ୍ୱାରା ବ୍ରଣ ସମସ୍ୟା ଆହୁରି ବଢ଼ିଯାଏ।

ଟୁଥ୍‌ପେଷ୍ଟ:

ତ୍ୱଚାରୁ ବ୍ଲାକ ହେଡ୍ସ ଓ ପିମ୍ପଲ୍ସ ସମସ୍ୟା ଦୂର କରିବାକୁ ପ୍ରାୟତଃ ଲୋକ ଟୁଥପେଷ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏକ୍ସପର୍ଟଙ୍କ ମତରେ ମୁହଁରେ ସିଧାସଳଖ ଟୁଥ୍‌ପେଷ୍ଟ ଲଗାଇବା କ୍ଷତିକାରକ ହୋଇପାରେ। ଏହା ଦ୍ୱାରା ସ୍କିନ୍‌ ଇନ୍‌ଫେକସନ୍‌ର ଆଶଙ୍କା ବଢ଼ିଯାଏ।

ଚିନି-ଲୁଣ:

ଘରୋଇ ସ୍କ୍ରବ୍‌ ଭାବେ ପ୍ରାୟତଃ ଲୋକମାନେ ଚିନି-ଲୁଣକୁ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ଆପଣଙ୍କ ତ୍ୱଚାକୁ ଅଧିକ ଶୁଷ୍କ ଓ ଖରାପ କରିପାରେ। ଏହା ଦ୍ୱାରା ଇନ୍‌ଫେକସନ୍‌ ବି ହେବା ଆଶଙ୍କା ରହିଛି। ଏଣୁ କେବେ ବି ସିଧାସଳଖ ଚିନି-ଲୁଣକୁ ମୁହଁରେ ଲଗାନ୍ତୁ ନାହିଁ।

ସେହିପରି ରସୁଣ, ଓ୍ଵାକ୍ସ, ଗରମ ପାଣିକୁ ବି ସିଧାସଳଖ ମୁହଁ ସଂସ୍ପର୍ଶରେ ଆଣନ୍ତୁ ନାହିଁ। ଏହା ଦ୍ୱାରା ମୁହଁ ଖରାପ ହେବା ଆଶଙ୍କା ରହିଛି।

Also Read: ନବରାତ୍ର ଯୋଗୁ ଦିଲ୍ଲୀରେ ମାଂସ ଦୋକାନ ବନ୍ଦକୁ ବିରୋଧ କଲେ ଓବେସୀ, କହିଲେ-ମାଂସ ବି ପିଆଜ ରସୁଣ ଭଳି ଏକ ଖାଦ୍ୟ ମାତ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.