କରୋନା କାଳେ ଅନଲାଇନ ସପିଙ୍ଗ କରୁଥିଲେ ଏହି ସବୁ ଜିନିଷ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ

କରୋନା କାଳରେ ଲୋକମାନେ ନିଜକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ବାହାରକୁ ଯିବା ପାଇଁ ପସନ୍ଦ କରୁନାହାନ୍ତି। କିନ୍ତୁ ପ୍ରାୟତଃ ସବୁ ଜିନିଷ ବାହାରେ ହିଁ ଉପଲବ୍ଧ ହୋଇଥାଏ । ତେଣୁ ଆମ ଦରକାରୀ ଜିନିଷକୁ ଆଣିବା ପାଇଁ ଆମେ ଅନଲାଇନ ଅର୍ଡର କରିଥାଉ। ଏହା କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଏକ ବିକଳ୍ପ ପନ୍ଥା । ଯାହାକୁ ସମସ୍ତେ ପ୍ରାୟ ଆପଣାଉଛନ୍ତି । ଅନଲାଇନରେ ଏବେ ଡ୍ରେସ ସହ ସଉଦା ବା ଗ୍ରୋସରୀ ଜିନିଷ ଏବଂ ଖାଦ୍ୟ ଜିନିଷ ମଧ୍ୟ ଏବେ ଉପଲବ୍ଧ ହେଉଛି । ଯାହାକୁ ଲୋକମାନେ ଘରୁ ଅର୍ଡର କରୁଛନ୍ତି । ହୋମଡେଲିଭରି ମାଧ୍ୟମରେ ନିଜର ଜିନିଷକୁ ଖୁବ ସହଜରେ ପାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଟିକେ ଅନ୍ୟମନଷ୍କ ପାଇଁ ଆପଣ କରୋନା ସଂକ୍ରମିତ ହୋଇପାରନ୍ତି । ତେଣୁ ଆଜି ଆମେ ସେହି ସଂପର୍କରେ ଆପଣଙ୍କୁ ସଚେତନ କରିବାକୁ ଯାଉଛୁ ଯଦ୍ୱାରା ଆପଣ ଅନଲାଇନ ସପିଙ୍ଗ କଲା ପରେ ମଧ୍ୟ ସୁରକ୍ଷିତ ହୋଇ ରହିପାରିବେ ।

୧) କଣ୍ଟାକ୍ଟ ଫ୍ରି ଡେଲିଭରୀ:

କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସବୁବେଳେ କଣ୍ଟାକ୍ଟ ଫ୍ରି ଡେଲିଭରୀ କରିବାକୁ ଧ୍ୟାନ ରଖନ୍ତୁ । ଏଥିପାଇଁ ପ୍ରଥମେ ଆପଣ ଡେଲିଭରୀ ବୟକୁ ଫୋନ କରି ତାଙ୍କୁ ଡୋର ପାଖରେ ଆପଣଙ୍କ ଜିନିଷ ରଖିବାକୁ କୁହନ୍ତୁ । ଏହାପରେ ଆପଣ କିଛି ସମୟ ପରେ ଆପଣଙ୍କ ଜିନିଷକୁ ନେଇପାରିବେ । ଏହାପୂର୍ବରୁ ଆପଣ ଅନଲାଇନ ମାଧ୍ୟମରେ ଆପଣଙ୍କ ଜିନିଷ ପାଇଁ ପେମେଣ୍ଟ କରିଦିଅନ୍ତୁ ।

୨) ସଫା ସୁତରା ରୁହନ୍ତୁ:

ଡବ୍ଲୁଏଚଓର ନିର୍ଦ୍ଦେଶ ଅନୁଯାୟୀ ଅନଲାଇନ ଅର୍ଡରକୁ ପାଇସାରିବା ପରେ ନିଜ ହାତକୁ ଭଲ ଭାବେ ସାବୁନରେ ଧୋଇଦିଅନ୍ତୁ । ଏହାସହ ଅନଲାଇନରେ ଆସିଥିବା ଆପଣଙ୍କ ଜିନିଷକୁ ମଧ୍ୟ ଭଲ ଭାବେ ଧୋଇଦିଅନ୍ତୁ । ଏହା ପୂର୍ବରୁ ନିଜ ହାତକୁ ନାକ, ମୁହଁ କିମ୍ବା ଆଖିରେ ସ୍ପର୍ଶ କରନ୍ତୁ ନାହିଁ ।

୩) ଅନଲାଇନ ପ୍ୟାକେଟକୁ ଫୋପାଡିଦିଅନ୍ତୁ:

ଅର୍ଡର ରିସିଭ କରିସାରିବା ପରେ ଜିନିଷ କାଢ଼ି ଖାଲି ପଲିଥିନକୁ ଡଷ୍ଟିବିନରେ ପକାନ୍ତୁ । କାରଣ ସୂଚନା ମୁତାବକ, କରୋନ ଭାଇରସ କାଗଜ ଓ ପ୍ଲାଷ୍ଟିକରେ ଅନେକ ସମୟ ଧରି ରହିଥାଏ । ଯାହା ଦ୍ୱାରା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ବଢ଼ିଯାଏ । ତେଣୁ ଏହି ପ୍ୟାକେଟକୁ ଫୋପାଡି ସାନିଟାଇଜ ହେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.