ମହିଳାଙ୍କ ପାଇଁ ସାଥିଙ୍କ ଠାରୁ ଅଧିକ ପ୍ରିୟ ଏହି ଜିନିଷ !

ବିବାହ ଏବଂ ପ୍ରେମ ସମସ୍ତଙ୍କ ଜୀବନର ଏକ ଜରୁରୀ ଅଂଶ। ସାଧାରଣତଃ ଦେଖାଯାଇଛି, ଏହି ସମାଜରେ ପୁରୁଷଙ୍କ ଠାରୁ ଅଧିକ ମହିଳାଙ୍କୁ ବିବାହ ପାଇଁ କଥା ଶୁଣିବାକୁ ପଡ଼ିଥାଏ। ତେବେ ଆପଣ ଜାଣିଛନ୍ତି କି ବିବାହ ଏବଂ ପ୍ରେମଠାରୁ ମଧ୍ୟ ଆହୁରୀ ମଧ୍ୟ ଜରୁରୀ ଜିନିଷ ଅଛି ଯାହା ମହିଳା ମାନେ ତାଙ୍କ ଜୀବନରେ ଚାହିଁଥାନ୍ତି। ଏମିତିକି ତାହା ପାଇଁ ସେ ତାଙ୍କ ସାଥିଙ୍କୁ ଛାଡ଼ିବା ପାଇଁ ମଧ୍ୟ ରାଜି ହୋଇଯାଆନ୍ତି। ଆସନ୍ତୁ ଜାଣିବା ତାହା କଣ ।

ସାଙ୍ଗ :

ନିଜର ବନ୍ଧୁ ବା ବେଷ୍ଟଫ୍ରେଣ୍ଡଙ୍କୁ ବହୁତ ଭଲ ପାଇଥାନ୍ତି ମହିଳା। ଅନେକ ସମୟରେ ଏପରି କିଛି କଥା ଯାହା ସେ ତାଙ୍କ ପ୍ରେମିକ ଏବଂ ସ୍ବାମୀଙ୍କୁ କହି ପାରିନଥାନ୍ତି, ତାହା ସେ ତାଙ୍କ ବେଷ୍ଟଫ୍ରେଣ୍ଡଙ୍କୁ କହିଥାନ୍ତି। କୌଣସି ସଂଙ୍କୋଚ ବା ସନ୍ଦେହ ବିନା ସେ ନିଜ ମନର ସମସ୍ତ କଥା ସାଙ୍ଗ ନିକଟରେ ପ୍ରକାଶ କରିଥାନ୍ତି। କିଛି ମହିଳା ତ ଏପରି ଅଛନ୍ତି ଯଦି ତାଙ୍କୁ ପ୍ରେମିକ ଏବଂ ବନ୍ଧୁଙ୍କ ମଧ୍ୟରେ ଜଣଙ୍କୁ ପସନ୍ଦ କରିବାକୁ କହିଲେ ସେ ବନ୍ଧୁଙ୍କୁ ହିଁ ପସନ୍ଦ କରିଥାନ୍ତି।

girl

କ୍ୟାରିୟର :

ପୁରାତନ କାଳ କିଛି ଅଲଗା ଥିଲା କିନ୍ତୁ ଏବେ ସମୟ ବଦଳିଛି। ସମସ୍ତ ମହିଳା ନିଜ ହିସାବରେ କାମ କରିବାକୁ ପସନ୍ଦ କରୁଛନ୍ତି। ଏଣୁ ଅନେକ ମହିଳା ନିଜ କ୍ୟାରିୟର ଏବଂ କାମ ପାଇଁ ନିଜର ପ୍ରେମୀକ ଏବଂ ସ୍ବାମୀଙ୍କୁ ବାଦ୍ ପକାଉଛନ୍ତି। ନିଜକୁ ନିଜ ଗୋଡ଼ରେ ଠିଆ କରିବା ପାଇଁ ଚାକିରୀ ଏବଂ କ୍ୟାରିୟରକୁ ପ୍ରାଧାନ୍ୟ ଦେଉଛନ୍ତି।

ଆତ୍ମସମ୍ନାନ :

ମନୁଷ୍ୟ ସବୁବେଳେ ସମସ୍ତ କାମ ନିଜର ଆତ୍ମସମ୍ନାନ ପାଇଁ କରିଥାଏ। ଖାଲି ସେତିକି ନୁହଁ ନିଜର ଆତ୍ମସମ୍ନାନ ପାଇଁ କିଛି ବ୍ୟକ୍ତି ସପଂର୍କକୁ ଭାଙ୍ଗିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଜିକାଲି ମହିଳାଙ୍କ କ୍ଷେତ୍ରରେ ତାହା ଅଧିକ ଦେଖିବାକୁ ମିଳୁଛି। ମହିଳା ମାନେ ନିଜର ଆତ୍ମସମ୍ନାନ ରକ୍ଷା କରିବାକୁ ଯାଇ ପ୍ରେମୀକ ଏବଂ ସ୍ବାମୀଙ୍କ ହାତ ଛାଡ଼ିବାକୁ ମଧ୍ୟ ଡ଼ରନ୍ତି ନାହିଁ।

Leave A Reply

Your email address will not be published.