ଭୁଲରେ ବି ଲଞ୍ଚରେ ଆଡ୍ କରନ୍ତୁ ନାହିଁ ଏହି ସବୁ ଅନହେଲ୍‌ଦି ଖାଦ୍ୟ, ଶରୀର ପାଇଁ ହୋଇଥାଏ ଘାତକ

ଓଜନ କମାଇବା ପାଇଁ ସମସ୍ତେ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । କିନ୍ତୁ ସବୁଥିରେ ଫେଲ ମାରନ୍ତି । ଶେଷରେ ଜିମ ଯିବାର ଏକମାତ୍ର ରାସ୍ତା ସାମ୍ନାରେ ରହିଥାଏ । ତେବେ ଆଜି ଆମେ କିନ୍ତୁ ଖୁବ ସହଜ ଉପାୟ କହିବୁ । ଯଦ୍ୱାରା ଆପଣ କେବଳ ନିଜ ଖାଦ୍ୟରେ ସତର୍କ ରହି ମଧ୍ୟ ଓଜନକୁ କମାଇପାରିବେ ।

ଏଥିପାଇଁ ଲଞ୍ଚରେ କିଛି ଖାଦ୍ୟକୁ ଖାଇବାକୁ ବାରଣ କରାଯାଇଛି । ଅନହେଲ୍‌ଦି ଫ୍ୟାଟ, ମଇଦାରୁ ତିଆରି ହୋଇଥିବା ଖାଦ୍ୟ ସହ ବେକରୀ ଫୁଡ ମଧ୍ୟ । ଏହାଦ୍ୱାରା ଶରୀରରେ ମୋଟାପା ବଢ଼ିଯାଏ । ୱେଟଲସ ପାଇଁ ଏହା ପ୍ରୋସେସକୁ ସ୍ଥିର କରିଦିଏ । ଶରୀରରେ ଚର୍ବି ଅଂଶ ବଢ଼ିବା ଦ୍ୱାରା ଗମ୍ଭୀର ସମସ୍ୟା ଦେଖାଯାଏ ।

gyan
pc: eat this not that

କିଛି ଜଣ ଓଜନ କମାଇବା ପାଇଁ ସକାଳ ଜଳଖିଆ ସହ ରାତିର ଖାଇବା ଉପରେ ବେଶି ଫୋକସ୍ ରଖନ୍ତି । କିନ୍ତୁ ଏହାସହ ଆପଣଙ୍କୁ ଦିନର ଖାଇବା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ । ମିଠା ଖାଇବାକୁ ନିଜକୁ ବିରତ ରଖନ୍ତୁ । ତେଲ ଜିନିଷ ବେଶି ଖାଆନ୍ତୁ ନାହିଁ । ଏହାସହ ଅଙ୍କୁରିତ ଖାଦ୍ୟକୁ ଖାଇବା ଆରମ୍ଭ କରନ୍ତୁ । ଏଥିରେ ମେଟାବୋଲିଜିମ ବଢ଼ିଥାଏ ।

ଡବାରେ ବନ୍ଦ ହୋଇଥିôବା ଖାଦ୍ୟକୂୁ ଖାଇବା ଠିକ ହୋଇନଥାଏ । କାରଣ ଏହାଦ୍ୱାରା ଖାଦ୍ୟର ପୋଷକ ତତ୍ତ୍ୱ କମିଯାଏ । ଏହାସହ ବାହାରୁ ମଧ୍ୟରୁ କିଛି କିଣି ଖାଆନ୍ତୁୁ ନାହିଁ । ଏହାବ୍ୟତିତ ଆପଣ ସବୁଜ ପନିପରିବା ଖାଆନ୍ତୁ । ମଞ୍ଜି ଜାତୀୟ ଖାଦ୍ୟକୁ ବେଶି ଖାଆନ୍ତୁ ।ଖାଦ୍ରରେ ପ୍ରୋଟିନର ମାତ୍ରା ବଢ଼ିବା ଦ୍ୱାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ଏହାଦ୍ୱାରା ସହଜରେ ଓଜନ କମିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.