ସାବଧାନ! ପୁରୁଷଙ୍କ ଦାଢ଼ିରେ ବଢ଼ିଥାଏ ଏହି ଘାତକ ପୋକ, ହୋଇପାରେ ଗମ୍ଭୀର ରୋଗ, ଆଜି ହିଁ କାଟିଦିଅନ୍ତୁ ଆପଣଙ୍କ ଦାଢ଼ି

ଆଜିର ଯୁଗ ଫ୍ୟାଶନର ଯୁଗ। ସମସ୍ତେ ଏହା ସହ ତାଳ ଦେଇ ଆଗକୁ ବଢ଼ୁଛନ୍ତି। କିଏ କପଡ଼ା ପିନ୍ଧି ଫ୍ୟାଶନେବୁଲ୍‌ ଲୁକ୍‌ ଦେଉଛି ତ ଆଉ କିଏ କେଶ ବଢ଼ାଇ ସୁନ୍ଦର ଦେଖାଯିବାକୁ ଚେଷ୍ଟା ଚଳେଇଛି। ଏଭଳି କ୍ଷେତ୍ରରେ ପୁରୁଷମାନେ ମଧ୍ୟ ଦାଢ଼ି ରଖି ନିଜକୁ ଷ୍ଟାଇଲିଶ୍‌ ଲୁକ୍‌ରେ ସଜାଉଛନ୍ତି। କିନ୍ତୁ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁରୁଷଙ୍କ ଦାଢ଼ି ସେମାନଙ୍କ ପାଇଁ ଘାତକ ସାଜିପାରେ। କାରଣ, ଏବେ ଏବେ ଦାଢ଼ିକୁ ନେଇ ଏକ ରିସର୍ଚ୍ଚ କରାଯାଇଛି, ଯେଉଁଥିରେ ଚକିତ କଲା ଭଳି କଥା ସାମ୍ନାକୁ ଆସିଛି। ଆସନ୍ତୁ ଜାଣିବା ତାହା ବିଷୟରେ।

ଏହି ରିସର୍ଚ୍ଚ ଅନୁସାରେ, ପୁରୁଷଙ୍କ ଦାଢ଼ିରେ କୁକୁରଠାରୁ ମଧ୍ୟ ଅଧିକ ଖତରନାକ ଏବଂ ଘାତକ ବ୍ୟାକ୍ଟେରିଆ ଦେଖିବାକୁ ମିଳିଛି। ଏହି ବ୍ୟାକ୍ଟେରିଆ ମଣିଷକୁ ରୋଗାଗ୍ରସ୍ତ ବା ଅସୁସ୍ଥ କରିଦେଇଥାଏ। ତେବେ ରିସର୍ଚ୍ଚରେ ଏହା ମଧ୍ୟ ଖୁଲାସା କରିବାକୁ ଚେଷ୍ଟା କରାଯାଇଥିଲା କି, କୁକୁର ଭଳି ମଣିଷଙ୍କ ଦ୍ୱାରା ବି ସେଭଳି ରୋଗ ସୃଷ୍ଟି ହେବାର ସମ୍ଭାବନା ଅଛି କି? ଏହାର ଯାଞ୍ଚ ଲାଗି ଏମଆରଆଇ ସ୍କାନର ବ୍ୟବହାର କରାଯାଇଥିଲା, ଯେଉଁଥିରେ ୧୮ଜଣ ଦାଢ଼ି ଥିବା ବ୍ୟକ୍ତିଙ୍କ ନମୁନା ସଂଗୃହୀତ ହୋଇଥିଲା। ସେପଟେ ୩୦ଟି କୁକୁରଙ୍କ ବେକ ଲୋମର ନମୁନା ମଧ୍ୟ ନିଆଯାଇଥିଲା। ଯାଞ୍ଚରେ ଜଣାପଡ଼ିଥିଲା କି, ମଣିଷ ଦାଢ଼ିରେ ମିଳୁଥିବା ମାଇକ୍ରୋବ୍ସର ସ୍ତର କୁକୁର ଲୋମ ତୁଳନାରେ ଅଧିକ।

ଏହାସହ ପଢ଼ନ୍ତୁ: ଯୁବା ଦେଖାଯିବା ପାଇଁ ଯୁବତୀମାନେ ପିଅନ୍ତି ନାଗ ସାପ ରକ୍ତ, ଏଠାରେ ପ୍ରତିଦିନ ବଢ଼ୁଛି ଡିମାଣ୍ଡ

ରିସର୍ଚ୍ଚରେ ଯେଉଁ ପୁରୁଷମାନଙ୍କୁ ସାମିଲ କରାଯାଇଥିଲା, ସେମାନଙ୍କ ବୟସ ଥିଲା ୧୮ରୁ ୭୦ ବର୍ଷ। ୩୦ଟି କୁକୁରଙ୍କ ନମୁନାରୁ ୨୦ଟିରେ ଖୁବ୍‌ ମାତ୍ରାରେ ବ୍ୟାକ୍ଟେରିଆ ମିଳିଥିଲା। ସେହିପରି ୭ଜଣ ପୁରୁଷଙ୍କ ଦାଢ଼ିରେ ଖତରନାକ ପୋକ ଦେଖିବାକୁ ମିଳିଥିଲା। ଏହି ପୋକ ମଣିଷକୁ ରୋଗାଗ୍ରସ୍ତ କରିପାରିଥାଏ। ଏହି ରିସର୍ଚ୍ଚ ବଡ଼ ଚକିତ କଲା ଭଳି ଥିଲା।

Leave A Reply

Your email address will not be published.