କୋଲେଷ୍ଟ୍ରୋଲ ସହ ରକ୍ତ ଶର୍କରା କମ୍‌ କରିଥାଏ ଏହି ବ୍ୟଞ୍ଜନ, ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ

ଘିକୁଆଁରୀ ଏବଂ ମେଥିର ବ୍ୟବହାର ଶରୀର ପାଇଁ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ମେଥିଦାନା ଏବଂ ଘିକୁଆଁରୀର ବ୍ୟଞ୍ଜନ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ କମ୍‌ ହୋଇଥାଏ। ମେଥିରେ ଥିବା ଫାଇବର ପେଟ ସମ୍ବନ୍ଧୀୟ ଲୋକ ପାଇଁ ଲାଭକାରୀ ହୋଇଥାଏ। ରକ୍ତ ଶର୍କରା କମ୍‌ କରିବା ସହ ଆର୍ଥ୍ରାଇଟିସ୍‌, ତ୍ୱଚା ଏବଂ କେଶ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେଇଥାଏ।

ଆବଶ୍ୟକ ସାମଗ୍ରୀ :

ମେଥି

ଘିକୁଆଁରୀ

ତେଲ

ଜିରା

ହେଙ୍ଗୁ

ହଳଦୀ ପାଉଡର

ଧନିଆ ପାଉଡର

ଲୁଣ

ଗୋଲମରିଚ ଗୁଣ୍ଡ

ଧନିଆପତ୍ର

ପ୍ରସ୍ତୁତି ପ୍ରଣାଳୀ :

ପୂର୍ବରୁ ମେଥିଦାନାକୁ କିଛି ସମୟ ପାଣିରେ ଭିଜାଇ ରଖନ୍ତୁ। ଏବେ ଘିକୁଆଁରୀ ଆଣି ଭଲ ଭାବେ ଧୋଇ ଛୋଟ ଛୋଟ କରି କାଟିଦିଅନ୍ତୁ। ଏବେ କଡେଇରେ ଦେଢ ଚାମଚ ତେଲ ପକାଇ ଏଥିରେ ଅଳ୍ପ ଜିରା, ହେଙ୍ଗୁ ଏବଂ ହଳଦୀ ପାଉଡର ପକାଇ ଦିଅନ୍ତି। ଏବେ ଘିକୁଆଁରୀକୁ ପକାଇ ସେଥିରେ ଧନିଆ ପାଉଡର ଭଲ ଭାବେ ଭାଜି ଦିଅନ୍ତି। ଏବେ ଏଥିରେ ମେଥିଦାନା ପକାଇ ଟିକେ ଭାଜିବା ପରେ ସ୍ୱାଦନୁସାରେ ଲୁଣ ଏକଂ ଗୋଲମରିଚ ଗୁଣ୍ଡ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ଧନିଆପତ୍ର ପକାଇ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମେଥି ଘିକୁଆଁରୀରେ ପ୍ରସ୍ତୁତ ବ୍ୟଞ୍ଜନ। ଏହାକୁ ଯଦି ସ୍ୱାଦିଷ୍ଟ କରିବାକୁ ଚାହୁଁଛନ୍ତି ତେବେ ଏଥିରେ ଡ୍ରଏଫ୍ରୁଟସ୍‌ ମଧ୍ୟ ପକାଇ ପାରିବେ।

ବିଦ୍ର : ଘିକୁଆଁରୀ ଭାଜିବା ପରେ ହିଁ ମେଥିଦାନା ପକାନ୍ତୁ। ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ଭାଜନ୍ତୁ ନାହିଁ ନ ହେଲେ ଏହାର ଔଷଧୀୟ ଗୁଣ ନଷ୍ଟ ହୋଇପାରେ।

Swagatika

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

4 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

12 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

27 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

33 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

47 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago