ଶ୍ୟାମଳୀ ତ୍ୱଚାରୁ ମୁକ୍ତି ଦେବ ଏହି ଫେସପ୍ୟାକ୍‌, ଜାଣନ୍ତୁ କିପରି କରିବେ ବ୍ୟବହାର

ପ୍ରତ୍ୟେକ ଝିଅ ନିଜକୁ ସୁନ୍ଦର ଦେଖିବାକୁ ଇଚ୍ଛା ରଖିଥାନ୍ତି। ତ୍ୱଚାରେ ଉଜ୍ୱଳତା ଆଣିବା ପାଇଁ ବଜାରରେ ମିଳୁଥିବା ବିଭିନ୍ନ ପ୍ରସାଧନ ସାମଗ୍ରୀ ଉପରେ ବ୍ୟବହାର କରିଥାଉ। ବଢୁଥିବା ପ୍ରଦୂଷଣ, ଧୂଳିଧୂଆଁ ଏବଂ ଭୁଲ ଲାଇଫଷ୍ଟାଇଲ ଯୋଗୁଁ ଏହାର ପ୍ରଭାବ ତ୍ୱଚା ଉପରେ ପଡିଥାଏ। ଖାସ୍‌କରି ଶ୍ୟାମଳ ରଙ୍ଗର ତ୍ୱଚାରେ ଏହାର ବେଶୀ ପ୍ରଭାବ ପଡିଥାଏ। ଏପରି ଚିନ୍ତାରୁ ମୁକ୍ତି ପାଇବା ପାଇଁ ଆପଣ ଘରୋଇ ଫେସପ୍ୟାକ୍‌ ବ୍ୟବହାର କରନ୍ତୁ। ଆସନ୍ତୁ ଜାଣିବା ଏହି ଫେସପ୍ୟାକ୍‌ ବିଷୟରେ..

pack

ଆବଶ୍ୟକ ସାମଗ୍ରୀ :

ବେସନ- ୧ ଚାମଚ

ହଳଦୀ ଖଣ୍ଡ – ୧ ଚାମଚ

କଞ୍ଚାକ୍ଷୀର

skin

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ହଳଦୀକୁ ଗୁଣ୍ଡ କରିଦିଅନ୍ତୁ। ବଜାରରେ ମିଳୁଥିବା ହଳଦୀରେ କେମିକାଲ ମିଶିଥାଏ। ତେଣୁ ଆପଣ ଖଣ୍ଡ ହଳଦୀ ଆଣି ଗୁଣ୍ଡ କରି ସେଥିରେ ବେସନ ଏବଂ କ୍ଷୀରକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ପ୍ରଥମେ ମୁହଁକୁ ଭଲଭାବେ ସଫା କରିବା ପରେ ଏହି ପେଷ୍ଟକୁ ନେଇ ମୁହଁରେ ୫ ରୁ ୭ ମିନିଟ୍‌ ପର୍ଯ୍ୟନ୍ତ ସର୍କୁଲାର ମୋସନରେ ମସାଜ କରନ୍ତୁ। ଏବେ ଏହାକୁ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ଏହା ପରେ ନର୍ମାଲ ପାଣି କିମ୍ବା ଅଳ୍ପ ଉଷୁମ ପାଣିରେ ଭଲ ଭାବେ ଧୋଇଦିଅନ୍ତୁ। ଆପଣ ମସାଜ କରିବା ପରେ ମଧ୍ୟ ମୁହଁକୁ ଧୋଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.