ଗାଧୋଇବା ବେଳେ ସାବୁନ ବଦଳରେ ବ୍ୟବହାର କରନ୍ତୁ ଏହି ଘରୋଇ ପ୍ୟାକ୍‌, ତ୍ୱଚା ଦିଶିବ ଉଜ୍ୱଳ

ଯଦି ଆପଣ ନିଜର ତ୍ୱଚାରେ ପ୍ରାକୃତିକ ଜିନିଷର ବ୍ୟବହାର କରିବାକୁ ଚାହୁଁଛନ୍ତି, ଯାହା ଆପଣଙ୍କ ତ୍ୱଚା ପାଇଁ କୌଣସି କ୍ଷତି ନ ହେବ। ଏଥିପାଇଁ ଆପଣ ବଜାରରୁ ଅର୍ଗାନିକ ସାବୁନ କିମ୍ବା ବଡିଓ୍ଵାଶ କିଣୁଥିବେ ନିଶ୍ଚିତ। କିନ୍ତୁ ଆଜି ଆପଣଙ୍କ ପାଇଁ ଆମେ ଏପରି କେତେକ ଘରୋଇ ଉପଚାର ଆଣିଛୁ, ଯାହାକୁ ଆପଣ ଗାଧୋଇବା ବେଳେ ସାବୁନ ବଦଳରେ ବ୍ୟବହାର କରିପାରିବେ। ଏହାଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ୱଳ ଦେଖାଯିବା ସହ ରୁକ୍ଷତାରୁ ମଧ୍ୟ ମୁକ୍ତି ମିଳିବ। ଆସନ୍ତୁ କେଉଁ ଘରୋଇ ଉପଚାର ଆପଣାଇବା ତାହା ଜାଣିବା..

chandan powder

– ଚନ୍ଦନ ପାଉଡର ଏବଂ ହଳଦୀକୁ ଏକ ପାତ୍ରରେ ମିଶାଇ ରଖନ୍ତୁ। ଏଥିରେ କଞ୍ଚା କ୍ଷୀର ମିଶାଇ ଭଲ ଭାବେ ପେଷ୍ଟ କରିଦିଅନ୍ତୁ। ଏବେ ଏହାକୁ ସଂପୂର୍ଣ୍ଣ ଶରୀରରେ ହାଲକା ଭାବେ ଲଗାଇ ମସାଜ କରନ୍ତୁ। ୧୦ ମିନିଟ ରଖିବା ପରେ ଭଲ ଭାବେ ଗାଧୋଇ ପଡନ୍ତୁ। ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ ଆଉ ସାବୁନର ଆବଶ୍ୟକତା ପଡିବ ନାହିଁ ତା ଛଡା ଶରୀରର ମଧ୍ୟ ଉଜ୍ୱଳ ଦେଖାଯିବ।

dahi

 

– ବେସନ ଏବଂ ଦହିର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ନେଇ ମୁହଁ ହାତରେ ହାଲକା ଭାବେ ଲଗାଇ ମସାଜ କରନ୍ତୁ। ୫ ମିନିଟ ରଖିବା ପରେ ଗାଧୋଇ ପଡନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ଉଜ୍ୱଳ ଦେଖାଯିବ।

ଏହାସହ ପଢ଼ନ୍ତୁ ; ଦୁଇ ପାଖୁଡ଼ା ଗୋଲାପ ଫୁଲରେ ଗୁଜୁରାତି ପେସି ସକାଳୁ ନିୟମିତ କରନ୍ତୁ ସେବନ, ପୁଣି ଦେଖନ୍ତୁ ଚମତ୍କାରିତା

44

– ମସୁର ଡାଲିକୁ ନେଇ ଗୁଣ୍ଡ କରିଦିଅନ୍ତୁ। ଏଥିରେ ଆପଣ ଦହି ଏବଂ ଆଲୋଭେରା ଜେଲ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏହାକୁସଂପୂର୍ଣ୍ଣ ଶରୀରରେ ଲଗାଇ ଦିଅନ୍ତୁ। କିଛି ସମୟ ଛାଡିବା ପରେ ଭଲ ଭାବେ ଗାଧୋଇ ପଡନ୍ତୁ। ଏହିସବୁ ଘରୋଇ ଉପାୟ କରିବା ଦ୍ୱାରା ଆପଣଙ୍କୁ ସାବୁନ ବ୍ୟବହାର କରିବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.