ପ୍ରାୟତଃ ଲୋକମାନଙ୍କ ପାଖରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଇଥାଏ। ଏହି ରୋଗ କୌଣସି ବୟସରେ ମଧ୍ୟ ହୋଇପାରେ। କାରଣ ଶରୀରର ରକ୍ତ ସ୍ତର ଉପରେ ଅଧିକ ଚାପ ପଡିବା ଫଳରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଇଥାଏ। ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଅଧିକାଂଶ ଲୋକମାନେ ଔଷଧ ସେବନ କରିଥାନ୍ତି। ଉଚ୍ଚ ରକ୍ତଚାପ ହୃଦ ରୋଗ ବା ହାର୍ଟ ଷ୍ଟ୍ରୋକ ହେବାର ଭୟ ବଢିଥାଏ। ଏହି ସମସ୍ୟା ବଢିବା ପଛରେ ଅନେକ କାରଣ ରହିଛି। କିନ୍ତୁ ଲୋକମାନେ ଏହାର ସଠିକ କାରଣ ଜାଣି ନପାରିବାରୁ କଣ୍ଟ୍ରୋଲ କରିପାରିନଥାନ୍ତି। ଏହି କାରଣରୁ ଯଦି ଆପଣ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଏହି ସମସ୍ୟା ଦେଖାଯିବାର ସଠିକ କାରଣ ବିଷୟରେ ଜାଣିବାକୁ ହେବ।
ଚିନ୍ତା
ଅତ୍ୟଧିକ ଚିନ୍ତା କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହି କାରଣରୁ ଯେଉଁ ଲୋକମାନେ ଅତ୍ୟଧିକ ଚିନ୍ତା କରିଥାନ୍ତି ସେମାନଙ୍କର ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ରହିଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣ ଚିନ୍ତା ମୁକ୍ତ ରହିବା ଉଚିତ।
ଶାରୀରିକ ପରିଶ୍ରମ ନକରିବା
ଶାରୀରିକ ପରିଶ୍ରମ ନକରିବା ଦ୍ବାରା ମଧ୍ୟ ଉଚ୍ଚ ରକ୍ତଚାପର କାରଣ ହୋଇଥାଏ। ଯେଉଁ ଲୋକମାନେ ଶାରୀରିକ ପରିଶ୍ରମ କରି ନଥାନ୍ତି ସେମାନଙ୍କର ହୃଦ ସ୍ପନ୍ଦନ ଅଧିକ ହୋଇଥାଏ। ଯାହା ଦ୍ବାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ବଢିଥାଏ।
ଧୂମ୍ରପାନ
ଧୂମ୍ରପାନ କେବଳ ମୁହଁ ପାଇଁ ହାନିକାରକ ହୋଇନଥାଏ ବରଂ ଏହା ଉଚ୍ଚ ରକ୍ତଚାପ ହେବାର ଆଶଙ୍କା ମଧ୍ୟ ବଢିଇଥାଏ। ଏହି କାରଣରୁ ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଧୂମ୍ରପାନ ଛାଡିବା ଉଚିତ।
ଉଚ ରକ୍ତଚାପ ହେବାର କାରଣ
-ଅତ୍ୟଧିକ ଦୁର୍ବଳ ଲାଗିବା
-ଅଚାନକ ନାକରୁ ରକ୍ତ ବାହାରିବା
-ମୁଣ୍ଡ ବୁଲାଇବା
-ନିଦ ଦ ଆସିବା ଭଳି ସମସ୍ୟା ଦେଖାଯିବା
-ଅତ୍ୟଧିକ ଝାଳ ବାହାରିବା
ଏହି ସବୁ ସଂକେତ ଦେଖାଯାଉଥିଲେ ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ରହିଥାଏ।