ସଂପର୍କରେ ଏମାନେ ସବୁବେଳେ ଦେଇଥାନ୍ତି ଧୋକା !

କିଛି ବ୍ୟକ୍ତିଙ୍କର ବିଶ୍ବାସଘାତକତା ବା ଧୋକା ଦେବା ଅଭ୍ୟାସ ରହିଥାଏ। ତାଙ୍କୁ ସ୍ବୟଂ ବ୍ରହ୍ମା ଆସିଲେ ମଧ୍ୟ ସୁଧାରି ପାରିବେ ନାହିଁ। ତେବେ ଏହି ବ୍ୟକ୍ତି ଖାଲି ପ୍ରେମ ନୁହଁ ବନ୍ଧୁତାରେ ମଧ୍ୟ ଧୋକା ଦେବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଏହା ଆମେ କହୁନାହୁଁ ନିକଟରେ ହୋଇଥିବା ଏକ ଅନୁସନ୍ଧାନରୁ ପ୍ରମାଣିତ ହୋଇଛି।
ଅନୁସନ୍ଧାନରୁ ଜଣାପଡ଼ିଛି ଏକକ ସନ୍ତାନ ଅର୍ଥାତ୍ ସିଙ୍ଗିଲ ଚାଇଡ଼ ସାଧାରଣତଃ ନିଜ ସାଥିଙ୍କୁ ଅଧିକ ଧୋକା ଦେଇଥାନ୍ତି। ଅପର ପକ୍ଷରେ ମଝିଆଁ ସନ୍ତାନ ଅର୍ଥାତ୍ ମିଡ଼ିଲ ଚାଇଡ଼ ସବୁଠାରୁ ଅଧିକ ବିଶ୍ବାସନୀୟ ହୋଇଥାନ୍ତି। ସିଙ୍ଗଲ ଚାଇଡ଼ଙ୍କୁ ଏକରୁ ଅଧିକ ସଂପର୍କ ରଖିବା ପାଇଁ ମନରେ ଆଗ୍ରହ ରହିଥାଏ। କାରଣ ସେମାନେ ଏକାକୀ ରହିଥିବାରୁ କାହା ଉପରେ ଶୀଘ୍ର ବିଶ୍ବାସ କରିପାରନ୍ତି ନାହିଁ।
ସର୍ଭେରେ ଏହା ପ୍ରମାଣିତ ହୋଇଛି , ସିଙ୍ଗଲ ବା ଏକାକୀ ସନ୍ତାନ ମାନଙ୍କ ମନରେ ଦୃଷ୍ଟିଆର୍କଷଣ କରିବାର ଭାବନା ରହିଥାଏ। ଯାହା ଫଳରେ ସେ ଲୋକଙ୍କ ଆର୍କଷଣର କେନ୍ଦ୍ର ପାଲଟିବା ପାଇଁ ବହୁ ସଂପର୍କରେ ରହିଥାନ୍ତି। ଏହା ଛଡ଼ା ସେମାନେ ପିଲାଟି ବେଳୁ ଏକୁଟିଆ ରହିଆସିଥାନ୍ତି। ଏଣୁ ସେମାନଙ୍କ ମନରେ କାଳେ ତାଙ୍କୁ କିଏ ଧୋକା ଦେବ ତାହାର ଭୟ ରହିଥାଏ ।ଏଣୁ କିଏ ତାଙ୍କୁ ପ୍ରଥମେ ଛାଡ଼ି ପଳାଇବେ ସେହି ଚିନ୍ତାରେ ତାହା ପୂର୍ବରୁ ହିଁ ସେ ନିଜେ ତାଙ୍କୁ ଧୋକା ଦେଇ ଦିଅନ୍ତି।