ଜୀବନରେ ଆସୁଛି କି ଅନେକ ବାଧାବିଘ୍ନ, ତ ସକାଳୁ ଗୋଟିଏ ରୁଟି ତିଆରି କରି ଏହି ୪ ଜଣଙ୍କୁ ଖୁଆନ୍ତୁ

ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ରହିଥାଏ, ଯାହାକି କୌଣସି ବି ଭଲ କାମରେ ବାଧା ଉତ୍ପନ୍ନ କରିଥାଏ। ଏମିତି ସମସ୍ୟାଗୁଡ଼ିକର ସମାଧାନ ପାଇଁ ବ୍ୟକ୍ତି ଅନେକ ତରିକା ଆପଣାଇଥାଏ, କିନ୍ତୁ ଏହାସତ୍ତ୍ୱେ କୌଣସି ବି ବାଟ ବାହାରିପାରି ନ ଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହାକି ଆପଣଙ୍କ ଜୀବନକୁ ବଦଳାଇ ଦେବ। ଏହି ଉପାୟ କରିବା ପାଇଁ ଆପଣଙ୍କୁ କେବଳ ଗୋଟିଏ ହିଁ ରୁଟି ଆବଶ୍ୟକ ପଡ଼ିବ। ରୁଟିରେ କରାଯାଉଥିବା ଏହି ଉପାୟ ଆପଣଙ୍କର ସବୁ ସମସ୍ୟାକୁ ଦୂର କରିପାରିବ।

୧. ସକାଳେ ରୁଟି କରିବା ସମୟରେ ଗୋଟିଏ ରୁଟି ଅଧିକ ତିଆରି କରନ୍ତୁ। ଏହି ରୁଟିକୁ ୪ ବରାବର ଭାଗରେ ବାଣ୍ଟି ନିଅନ୍ତୁ। ୪ ଭାଗରେ କିଛି କିଛି ମିଠା ଜିନିଷ ରଖନ୍ତୁ। ରୁଟିର ପ୍ରଥମ ଖଣ୍ଡ ଗାଈକୁ ଖୁଆନ୍ତୁ।

୨. ରୁଟିର ଦ୍ୱିତୀୟ ଖଣ୍ଡ କୁକୁରକୁ ଖୁଆନ୍ତୁ। ମନ ଭିତରେ ପ୍ରାର୍ଥନା କରି କୁହନ୍ତୁ ଯେ ‘ଯମରାଜଙ୍କୁ ଅନୁସରଣ କରୁଥିବା ଶ୍ୟାମ ଓ ଶବଳଙ୍କୁ ମୁଁ ଏହି ଅନ୍ନର ଭାଗ ଦେଉଛି। ସେମାନେ ଏହି ଭୋଜନକୁ ଗ୍ରହଣ କରନ୍ତୁ’।

୩. ରୁଟିର ତୃତୀୟ ଖଣ୍ଡ କାଉକୁ ଖୁଆନ୍ତୁ ଏବଂ ମନ ଭିତରେ ପ୍ରାର୍ଥନା କରନ୍ତୁ କି, ‘ପଶ୍ଚିମ, ଉତ୍ତର, ଦକ୍ଷିଣ ଏବଂ ପୂର୍ବ ଦିଗରେ ରହୁଥିବା କାଉମାନେ ମୋ ଦ୍ୱାରା ଦିଆଯାଉଥିବା ଏହି ଭୋଜନକୁ ଗ୍ରହଣ କରନ୍ତୁ’।

୪. ଶେଷରେ ରୁଟିର ଚତୁର୍ଥ ଖଣ୍ଡ ଭୂତପ୍ରେତଙ୍କ ନାଁରେ କୌଣସି ଚାରିଛକରେ ରଖି ଦିଅନ୍ତୁ ଏବଂ ଘରକୁ ଫେରି ଆସନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.