ଷ୍ଟୋନ ବା ପଥରୀ ରୋଗରୁ ମୁକ୍ତି ଦେବ ଏହି ସରଳ ଘରୋଇ ଉପଚାର

ଖରାପ ଖାଦ୍ୟପେୟ କାରଣରୁ ଶରୀରରେ ବହୁ ସମସ୍ୟା ଦେଖାଦେଇଥାଏ। ତା ଭିତରୁ ଷ୍ଟୋନ ବା ପଥରୀ ରୋଗ ଅନ୍ୟତମ। ଏହା କିଡନୀ କିମ୍ବା ଶରୀରର ଯେକୌଣସି ଭାଗରେ ହୋଇପାରେ । ଯାହା କାରଣରୁ ଶରୀରରେ ପୀଡା ଅନୁଭବ ହୋଇଥାଏ । ଯାହାକୁ ସର୍ଜରୀ ଦ୍ୱାରା ଶରୀରରୁ ବାହାର କରାଯାଏ। ଯଦି ପଥରୀ ଛୋଟ ହୋଇଥାଏ ତେବେ ଏହାକୁ ଘରୋଇ ଉପଚାର ଦ୍ୱାରା ଭଲ କରାଯାଇ ପାରିବ।

ଆସନ୍ତୁ ଜାଣିବା ସେହି ସବୁ ଘରୋଇ ଉପଚାର ସମ୍ବନ୍ଧରେ :

ଅଁଳା : ଅଁଳା ପଥରୀ ରୋଗ ପାଇଁ ବହୁତ ଲାଭଦାୟକ । ତେଣୁ ସକାଳ ଏବଂ ସନ୍ଧ୍ୟା ସମାୟରେ ଗୋଟିଏ ଚାମଚ ଲେଖାଁଏ ଅଁଳା ପାଉଡର ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଉପକାର।

amla

ଜାମୁକୋଳି : ଜାମୁକୋଳି ଖାଇବା ମଧ୍ୟ ପଥରୀ ରୋଗୀଙ୍କ ପାଇଁ ଭଲ। ଏଥିରେ ଥିବା ପୋଷାକ ତତ୍ୱ ଏବଂ ଅଣ୍ଟିଆକ୍ସିଡେଣ୍ଟ ଗୁଣ ମଧୁମେୟ ଭଲକାରିବା ସହ ପଥରୀ ରୋଗକୁବି ବିନାଶ କରିଥାଏ ।

ଅଳେଇଚ ପାଣି : ଗୋଟେ ଗ୍ଲାସ ପାଣିରେ ଏକ ବଡ ଅଳେଇଚ ଦାନା ପକାନ୍ତୁ। ଏକ ଛୋଟ ମିଶ୍ରି ଖଣ୍ଡ ଏବଂ କିଛି ଖରଭୁଜ ମଞ୍ଜି ପକାଇ ରାତି ସାରା ଭିଜାଇ ରଖନ୍ତୁ । ସକାଳୁ ଖାଲି ପେଟରେ ଏହି ପାଣିକୁ ସେବନ କରନ୍ତୁ। ଆଉ ଏଥିରେ ପଡିଥିବା ସବୁ ଜିନିଷକୁ ଚୋବାଇ ଖାଆନ୍ତୁ।

ଭିଟାମିନ ସି ଫଳ : ଭିଟାମିନ ସି ଭରପୁର ଥିବା ଫଳ ଖାଇବା ଶରୀର ପାଇଁ ଲାଭଦାୟକ ହେବା ସହ ପଥରୀ ରୋଗ ପାଇଁ ରାମବାଣ। ଭିଟାମିନ ସି ଥିବା ଫଳ ଖାଇଲେ ପ୍ରଭାବରେ ପଥରୀକୁ ଏହା ଖଣ୍ଡ ଖଣ୍ଡ କରି ବାହାର କରିଦେଇଥାଏ ।

water

ଅଧିକ ପାଣି ପିଇବା: ପଥରୀ ରୋଗୀ ଅଧିକ ମାତ୍ରାରେ ପାଣି ପିଇବା ଆବଶ୍ୟକ। ଏହା ଶରୀରରୁ ଅପରିଷ୍କାର ପଦାର୍ଥ ୟୁରିନ ଦ୍ୱାରା ବାହାରକୁ ବାହାର କରିଥାଏ , ଯାହା ଦ୍ୱାରା ଶରୀରରେ ପଥରୀ ରୋଗ ହେବାର ସମ୍ଭାବନା କାମ ଥାଏ।

Leave A Reply

Your email address will not be published.