ବୁଢା ହେବାକୁ ଚାହୁଁନଥିଲେ ନାଭିରେ ଲଗାନ୍ତୁ ଏହି ଜିନିଷ, ଚିରସ୍ଥାୟୀ ରହିବ ଯୌବନ

ସତ କହିଲେ , ବୟସ ଗଡିଗଲେ ଦୁଖ ଲାଗେନି । କେହି କେହି ମିଛ କହିପାରନ୍ତି । କିନ୍ତୁ ସତ ତ ଏଇଆ ଏ ଦୁନିଆରେ ସମସ୍ତେ ଚାହାନ୍ତି ସେମିତି ଯୁବାବସ୍ଥା ରହିଥାଉ । ଆଉ ସୁନ୍ଦର ଦେଖାଯିବାକୁ । ଆଉ ସେଥିପାଇଁ କେତେ କଣ ଉପାୟ ଆପଣାନ୍ତି । କିନ୍ତୁ ଦୁନିଆର ରିତି ତ ଏଇଆ କି କିଶୋର ଅବସ୍ଥା ପରେ ଆସିଥାଏ ଯୁବାବସ୍ଥା । ଆଉ ଯୁବାବସ୍ଥା ପରେ ବୃଦ୍ଧାବସ୍ଥା । ତଥାପି ଟିକେ ବିଳମ୍ବରେ ବୁଢାପା ଆସିଲେ ଖୁସି ଲାଗେ । ତେଣୁ ଆଜି ଜାଣିବା କଣ ସେହି ଉପାୟ ଯାହା ଆପଣଙ୍କୁ ବୟସରୁ ବଞ୍ଚାଇବ ।

କିଛି ଲୋକେ ତ ବୟସ କମ ହୋଇଥିଲେ ବି ବୟସ୍କ ଦେଖାଯାଆନ୍ତି । ମୁହଁରେ ରିଙ୍କିଲ୍ସ, କଳା ଦାଗ, ଡ୍ରାଇନେସ ଭଳି ଲକ୍ଷଣ ନଜର ଆସିଥାଏ । ଯେଉଁଥିପାଇଁ ସେମାନଙ୍କ ମୁହଁରୁ ସେହି ସୁନ୍ଦରତା ଔଜଲ୍ୟତା ଦୂର ହେଇଯାଏ । ଏହାର ବଡ କାରଣ ସେମାନଙ୍କର ଜୀବନଶୈଳୀ । ଯାହା ବହୁତ ଶୀଘ୍ର ବୃଦ୍ଧପଣ ନେଇଆସେ । ଆପଣ ଯଦି ଏଭଳି ସମସ୍ୟା ପାଇଁ ଚିନ୍ତିତ ତେବେ ଆମେ ଆପଣଙ୍କ ପାଇଁ କିଛି ସହଜ ଉପାୟ କହିରଖୁଛୁ ।

ତ୍ୱଚା ସହ ରହିଥିବା ଡାର୍କ ସର୍କଲ ଓ ଡ୍ରାଏ ସ୍କିନ ଭଳି ସମସ୍ୟା ସେତେବେଳେ ଆସିଥାଏ ଯେବେ ଆପଣହ୍କ ଖାଦ୍ୟରେ ପୋଷକ ତତ୍ତ୍ୱର ଅଭାବ ଥାଏ । ଏବଂ ପ୍ରତିଦିନ ବଢୁଥିବା ପ୍ରଦୂଷଣ ମଧ୍ୟ ଏହାର ଏକ ବଡ କାରଣ । ରୋଷେଇ ଘରେ ବ୍ୟବହାର ହେଉଥିବା କିଛି ଜିନିଷ ଆପଣଙ୍କ ସମସ୍ୟାର ସମାଧାନ ଆଣିପାରେ । ଯାହା ଫଳରେ ଆପଣଙ୍କ ସ୍କିନ ସଫା ଓ ସୁନ୍ଦର ଦିଶିବ ।

ଆୟୁର୍ବେଦ ଅନୁସାରେ ନାଭି ହେଉଛି ଶରୀରର କେନ୍ଦ୍ରବିନ୍ଦୁ । ଆପଣଙ୍କୁ କେବଳ ଏତିକି କରିବାକୁ ହେବ କି ନାଭିରେ ଗୋଲାପ ଜଳର କିଛି ବୁନ୍ଦା ପକାନ୍ତୁ ଓ ଧିରେ ଧିରେ ମସାଜ କରନ୍ତୁ । ଗୋଲାପ ଜଳର ବ୍ୟବହାର ଫଳରେ ଆପଣହ୍କ ତ୍ୱଚାର ଗ୍ଲୋ ପୁଣିଥରେ ଫେରିଆସିବ । ଆପଣଙ୍କ ସ୍କିନକୁ ନରମ କରିବାକୁ ଆପଣ ଘିଅ ମଧ୍ୟ ବ୍ୟବହାର କରିପାରିବେ । ଘିଅର କିଛି ବୁନ୍ଦା ନାଭିରେ ପକାନ୍ତୁ ଓ କିଛି ସମୟ ପାଇଁ ମସାଜ କରନ୍ତୁ । ଏଥିରେ ଆପଣହ୍କୁ ଭଲ ପରିମାମ ମିଳିବ ।

ସ୍କିନ ପାଇଁ ବାଦାମର ତେଲ ମଧ୍ୟ ଭଲ । ଏଥିରେ ଥିବା ଫ୍ୟାଟି ଏସିଡ ସ୍କିନ ପାଇଁ ବହୁତ ଲାଭଦାୟକ । ଶୁଦ୍ଧ ବାଦାମ ତେଲକୁ ଟିକେ ଗରମ କରି ତାକୁ ନାଭିରେ ପକାଇ ମସାଜ କଲେ ତାହା ଫଳପ୍ରଦ ହେବ । ଆଉ ଏକ ଉପାୟ ମଧ୍ୟ ଆପଣ ଆପଣାଇପାରିବେ ତାହା ହେଉଛି ନିମ ତେଲ । ଏହା ଦାଗ ଦୂର କରେ । ଏଥିରେ ଥିବା ଆଣ୍ଟି ଏକ୍ନେ ଗୁଣ ସ୍କିନ ପାଇଁ ବହୁତ ଭଲ ବୋଲି ମାନାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.