ମହିଳାଙ୍କର ଅନେକ ସମସ୍ୟା ଦୂର କରିବ ଅଶୋକ ଗଛ, କ’ଣ ରହିଛି ଏହାର ଔଷଧୀୟ ଗୁଣ

ଆୟୁର୍ବେଦରେ ହେମପୁଷ୍ପ ନାମେ ଜଣାଶୁଣା ଅଶୋକ ଗଛ। ଏହା ଶରୀରର ଅନେକ ସମସ୍ୟାର ସମାଧାନ କରିଥାଏ। ଏହାର ପତ୍ର, ବକ୍କଳ, ଫୁଲ, ଫଳ, ଚେର ସବୁକିଛି ଔଷଧ ଭାବେ ବ୍ୟବହାର କରାଯାଏ। ମହିଳାମାନଙ୍କର ଅନେକ ସମସ୍ୟାର ସମାଧାନ କରିଥାଏ ଏହି ଗଛ।

ଶାସ୍ତ୍ରରେ ଏମିତି କିଛି ଗଛ ସମ୍ପର୍କରେ କୁହାଯାଇଛି ଯେଉଁଥିରେ ନା କେବଳ ବାତାବରଣ ଶୁଦ୍ଧ ହୋଇଥାଏ ବରଂ ଘରର ବାତାବରଣରେ ଶାନ୍ତି ମିଳିଥାଏ । ଏମିତି ଏକ ଗଛ ହେଉଛି ଅଶୋକ ଗଛ । ହିନ୍ଦୁ ଧର୍ମରେ ଅଶୋକ ବୃକ୍ଷକୁ ବହୁତ ଲାଭକାରୀ ଓ ପବିତ୍ର ମନାଯାଇଥାଏ । ଅଧିକାଂଶ ଲୋକଙ୍କ ଘରେ ବଡ଼ ବଡ଼ ଅଶୋକ ବୃକ୍ଷ ଥିବା ଦେଖାଯାଏ ।

ଅଶୋକ ଗଛ ସକାରତ୍ମକ ଶକ୍ତି ସୃଷ୍ଟି କରିଥାଏ । ଅଶୋକ ପତ୍ର ଘରର ମୁଖ୍ୟ ଦ୍ୱାରରେ ବାନ୍ଧିବା ଦ୍ୱାରା ଶୁଭ ହୋଇଥାଏ । ଯେଉଁ ଘରର ଆଖପାଖରେ ଅଶୋକ ଗଛ ରହିଥାଏ,ସେଠାରେ ଖରାପ ଶକ୍ତିର ବାସ ହୋଇନଥାଏ । ମାନ୍ୟତା ରହିଛି ଯେଉଁ ଘରେ ଅଶୋକ ଗଛ ରହିଥାଏ ସେଠାରେ ବିନା ବାଧାରେ ସବୁ କାର୍ଯ୍ୟ ହୋଇଥାଏ । ଶୁଭ କାମରେ ଏହାର ପତ୍ରକୁ ବିଶେଷ ଭାବେ ପ୍ରୟୋଗ କରାଯାଇଥାଏ । ଏହାକୁ ଘର ଆଖପାଖରେ ବା ଉତ୍ତର ଦିଗରେ ଲଗାଇଲେ, ଏହାର ପୂର୍ଣ୍ଣ ଲାଭ ମିଳିଥାଏ ।

ଅଶୋକ ଗଛର ଚେର ଦ୍ୱାରା କେତେକ ଉପାୟ ଶାସ୍ତ୍ରରେ କୁହାଯାଇଛି । କୁହାଯାଇଛି ଶୁଭ ମୁହୂର୍ତ୍ତରେ ଏହାର ଛୋଟ ଚେର ଖଣ୍ଡେ ଆଣି ଗଙ୍ଗା ଜଳରେ ଧୋଇ ଦିଅନ୍ତୁ । ଏହି ଚେରକୁ ପୂଜା ସ୍ଥାନରେ ରଖିବା ଦ୍ୱାରା ସବୁ ବାସ୍ତୁ ଦୋଷ ଦୁର ହୋଇଥାଏ ।

ଆସନ୍ତୁ ଜାଣିନେବା କ’ଣ ରହିଛି ଏହାର ଫାଇଦା :

-ମହିଳାମାନଙ୍କୁ ମାସିକ ଋତୁସ୍ରାବ ସମୟରେ ହେଉଥିବା ଯନ୍ତ୍ରଣା ଏବଂ ଧାତୁ ପଡିବା ଭଳି ସମସ୍ୟାରୁ ମୁକ୍ତି ଦିଏ ଅଶୋକ ବକ୍କଳ। ଏହାର ଛାଲକୁ ଗୁଣ୍ଡକରି ମିଶ୍ରି ସହିତ ଦିନକୁ ତିନିଥର ଖାଆନ୍ତୁ ଲାଭ ମିଳିବ।

-ଅଶୋକ ଗଛର ଛାଲିକୁ ପାଣିରେ ଫୁଟାଇ ସେଥିରେ ସୋରିଷ ତେଲ ମିଶାଇ ଲଗାଇବା ଦ୍ୱାରା ତ୍ୱଚା ସଫା ହୋଇଥାଏ।

seed

– ଯଦି ଆପଣଙ୍କର ଷ୍ଟୋନ ସମସ୍ୟା ରହିଛି, ତେବେ ଅଶୋକ ଗଛର ମଞ୍ଜି ବେଶ୍‌ ଲାଭକାରୀ। ଅଶୋକ ମଞ୍ଜରୁ ୨ ଗ୍ରାମ ନେଇ ପାଣି ସହିତ ଗୁଣ୍ଡ କରିଦିଅନ୍ତୁ। ଏମିତି କରି ପ୍ରତିଦିନ ୨ ଚାମଚ ପିଅନ୍ତୁ। ଷ୍ଟୋନ ସମସ୍ୟା ଦୂର ହେବ।

– ପରିସ୍ରା ଜନିତ ସମସ୍ୟାରୁ ମଧ୍ୟ ଅଶୋକ ମଞ୍ଜି ମୁକ୍ତି ଦେଇଥାଏ। ପରିସ୍ରା ରୋକିହେବା ଏବଂ ଅନ୍ୟ ସମସ୍ୟା ଥିଲେ ପ୍ରତିଦିନ ୨ ଚାମଚ ପିଅନ୍ତୁ। ମୁକ୍ତି ମିଳିବ।

Leave A Reply

Your email address will not be published.