ବଢିଯିବ ଖର୍ଚ୍ଚ ଓ କରଜ, ଯଦି କରୁଥାନ୍ତି ଏପରି କାମ

ଆଜିକାଲି ଘରେ ଅଧିକ ଆସବାବପତ୍ର ହେବା କାରଣରୁ ଜାଗାର ଅଭାବ ଦେଖାଦେଲାଣି। ପୂର୍ବରୁ ଲୋକେ ଘରେ ତଳେ ଚଟାଣରେ ବସି ଖାଇବା ଖାଉଥିଲେ। କିନ୍ତୁ ଏବେ ଲୋକେ ଖାଇବା ପାଇଁ ଘରେ ଟାଇନିଂ ଟେବୁଲର ବ୍ୟବହାର କରୁଛନ୍ତି। କିନ୍ତୁ ଅଧିକାଂଶ ଘରେ ଜାଗାରେ ଅଭାବ ଯୋଗୁଁ ଲୋକ ବେଡ ଉପରେ ବସି ମଧ୍ୟ ଖାଇଦେଉଛନ୍ତି। ଯାହା ବହୁତ ଅଶୁଭ ହୋଇଥାଏ। ରାତିରେ ବେଡ ଉପରେ ଭୋଜନ କରିବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏମିତିରେ ଆପଣ ରୋଗକୁ ନିମନ୍ତ୍ରଣ ମଧ୍ୟ ଦେଇଥାନ୍ତି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନିଦ ଏକ ପ୍ରକାର ଅର୍ଦ୍ଧ ମୃତ୍ୟୁ। ବେଡରେ ବସି କେବେ ବି ଖାଇବା ଉଚିତ ନୁହେଁ। ଯଦି ଆପଣ ଘରେ ଜାଗାର ଅଭାବ ହୋଇଥାଏ, ତେବେ ରୋଷେଇ ଘରେ ଦରୀ ପକାଇ ଖାଦ୍ୟ ଖାଇବା ଉଚିତ। ଯଦି ଆପଣଙ୍କ ପାଖରେ ଏପରି ସ୍ଥାନର ଅଭାବ ରହିଛି, ତେବେ ଷ୍ଟଡି ଟେବୁଲ କିମ୍ବା ସୋଫାରେ ବସି ଖାଇବା ଉଚିତ।

କୁଣ୍ଡଳୀରେ ବାସ୍ତୁ ପୁରୁଷ ହିସାବରେ ବେଡରୁମର ୧୦ଟି ଦିଗ ମଧ୍ୟରେ ୧୦ ନଂ ଦିଗ ଆକାଶ କୋଣକୁ ଦର୍ଶାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବେଡରୁମରେ ଖାଦ୍ୟ ଖାଇବା ପୁଷ୍ଟିବର୍ଦ୍ଧକ ହୋଇନଥାଏ। ଖାଦ୍ୟ ଶରୀରରେ ରସ ଏବଂ ରକ୍ତ ସୃଷ୍ଟି କରିଥାଏ। ଶାସ୍ତ୍ର ଅନୁସାରେ ଭୋଜନ ଏବଂ ଭଜନ ଯେତେ ବେଳେ ମଧ୍ୟ କରନ୍ତୁ, ଶାନ୍ତ ବାତାବରଣ ହେବା ଜରୁରୀ। ତେଣୁ ବେଡରୁମ୍‌ରେ ହେଉ ଅବା ବେଡରେ ଭୋଜନ କରିବା ଉଚିତ ନୁହେଁ। ଏଥିପାଇଁ କୌଣସି ଅବ୍ୟବସ୍ଥା ଥିଲେ ଆପଣ ଖାଇପାରିବେ। କିନ୍ତୁ କେବେ ବି ଜଣେ ସୁସ୍ଥ ବ୍ୟକ୍ତି ବେଡ ଉପରେ ଖାଇବା ଉଚିତ ନୁହେଁ।

maa laxmi

ହିନ୍ଦୁ ଧର୍ମରେ ୮ ପ୍ରକାର ଧନ ବିଷୟରେ କୁହାଯାଇଛି। ସେଥିରେ ଅନ୍ନ ଧନ ମଧ୍ୟ ଅନ୍ୟତମ। ଅନ୍ନପୂର୍ଣ୍ଣା ଅନ୍ନର ଦେବୀ। ଏହି ପ୍ରକାରରେ ୮ ପ୍ରକାରର ଲକ୍ଷ୍ମୀ ହୋଇଥାନ୍ତି। ଯଦି ଲକ୍ଷ୍ମୀ ଭବ୍ୟ ଭାବେ କୁଣ୍ଡଳୀରୁ ଚାଲିଯାନ୍ତି, ତେବେ ଆପଣଙ୍କର ବ୍ୟୟ ବଢିଯିବ। କରଜ ପୁଞ୍ଜିରେ ବୁଢିବେ। ଏହି କାରଣରୁ ମଧ୍ୟ ବେଡରୁମରେ ଖାଇବା ଉଚିତ ନୁହେଁ। ଯଦି ବାଧ୍ୟ ହୋଇ ବେଡରୁମରେ ହିଁ ବସି ଖାଇବାକୁ ପଡୁଛି, ତେବେ ଚଟାଣରେ ସବୁବେଳେ ଆସନ ପକାଇ ଖାଆନ୍ତୁ।

 

Leave A Reply

Your email address will not be published.