ଜିନ୍ସ ପିନ୍ଧୁଛନ୍ତି କି ? ହୋଇଯାଆନ୍ତୁ ସାବଧାନ ଭୋଗି ପାରନ୍ତି ଏହି ଅସୁବିଧା

jeansବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତେ ଜିନ୍ସ ପେଣ୍ଟ୍ ପରିଧାନ କରିଥାନ୍ତି। ପୁରୁଷ ହୁଅନ୍ତୁ ବା ମହିଳା ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଏମିତିକି ସମସ୍ତଙ୍କ ପାଖରେ ଏକରୁ ଅଧିକ ଜିନ୍ସ ରହିବା ଏବେ ଏକ ସାଧାରଣ କଥା। ତେବେ ଆପଣ ଦେଖିଥିବେ ପୁରୁଷଙ୍କ ଅପେକ୍ଷା ମହିଳା ଅଧିକ ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ଏହା ଆରାମଦାୟକ ହୋଇନଥିଲେ ମଧ୍ୟ ନିଜକୁ ଫ୍ୟାସନେବଲ ଏବଂ ସୁନ୍ଦର ଦେଖାଇବା ପାଇଁ ସେମାନେ ଏହାକୁ ପିନ୍ଧିଥାନ୍ତି। ତେବେ ଟାଇଟ ଜିନ୍ସ ପିନ୍ଧୁଥିବା ମହିଳାଙ୍କ ପାଇଁ ଖାସ ଏହି ଖବର। ଏହା ଦ୍ବାରା ଚର୍ମ ଜନିତ ରୋଗ ହେବା ସହ ରକ୍ତ ପ୍ରଭାବ ଠିକ୍ ହୋଇନଥାଏ।

ଆପଣଙ୍କ ସୂଚନା ପାଇଁ , ଅଷ୍ଟ୍ରେଲିଆରେ ମହିଳାମାନେ ଅଧିକ ଟାଇଟ୍ ଜିନ୍ସ ପିନ୍ଧିବାକୁ ପସନ୍ଦ କରନ୍ତି। ଯାହାଫଳରେ ଗୋଡ଼ରେ ରକ୍ତର ପ୍ରଭାବ କମ ହେବା ସହ ପ୍ରାୟତଃ ମହିଳା ଅଚେତ ହୋଇଯାଇଥିବା ଦେଖାଯାଇଥାଏ। ଏହି ସମସ୍ୟା ଆଜି ମଧ୍ୟ ସେଠାକାର ମହିଳା ମାନଙ୍କୁ ସମ୍ମୁଖିନ କରିବାକୁ ପଡ଼ୁଛି।

ଟାଇଟ୍ ଜିନ୍ସ ପିନ୍ଧିବା ଦ୍ବାରା ଗୋଡ଼ ଦୁର୍ବଳ ହୋଇଥାଏ । ଯାହା କାରଣରୁ ଠିଆ ହେବା ସହ ଚଲାବୁଲା କରିବାରେ ଅସୁବିଧା ଅନୁଭବ ହୋଇଥାଏ। ଟାଇଟ ଜିନ୍ସ ପିନ୍ଧିବା ଦ୍ବାର। ଅର୍ନ୍ତନିହିତ ଅସୁବିଧା ହୋଇଥାଏ ତାହା ନୁହଁ ବରଂ ଶରୀର ବାହାରେ ମଧ୍ୟ ଅନେକ ପ୍ରକାରର ଯନ୍ତ୍ରଣା ହୋଇଥାଏ। ଏହା ଦ୍ବାରା ତ୍ବଚା କୁଞ୍ଚିତ ହେବା ସହ ଗୋଡ଼ ଜଳାଇବା ଆଦି ସମସ୍ୟା ଦେଖାଯାଇଥାଏ।

ଟାଇଟ୍ ଜିନ୍ସ ଖାଲି ମହିଳାଙ୍କ ପାଇଁ ଅସୁବିଧାର କାରଣ ପାଲଟିଥାଏ ତାହା ନୁହଁ ବରଂ ପୁରୁଷଙ୍କୁ ମଧ୍ୟ ଅନେକ ପ୍ରକାରର ଅସୁବିଧା ହୋଇଥାଏ। ଏହା ଦ୍ବାରା ପୁରୁଷଙ୍କ ଅଣ୍ଡକୋଷରେ ରକ୍ତ ପ୍ରଭାବ କମ ହୋଇଥାଏ। ଯାହା ଦ୍ବାରା ପୁରୁଷଙ୍କ ବୈବାହିକ ଜୀବନରେ ଖରାପ ପ୍ରଭାବ ପଡ଼ିଥାଏ।

Leave A Reply

Your email address will not be published.