ଲକ ଡାଉନ ଟିପ୍ସ : ପନି ପରିବାକୁ କିପରି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବେ ଜାଣନ୍ତୁ

ଏବେ ଦେଶ ବ୍ୟାପୀ ଲକ ଡାଉନ ଜାରି ହୋଇଛି ।  କେତେକ ସ୍ଥାନରେ କିଛି ଘଣ୍ଟା ପାଇଁ ସଟ ଡାଉନ ଘୋଷଣା କରାଯାଇଛି ।  ଏମିତି ସ୍ଥିତିରେ ସାଧାରଣ ଲୋକଙ୍କୁ ଘରୁ ବାହାରିବା ପାଇଁ ପରାମର୍ଶ ଦିଆଯାଉଛି । ଅଧିକ ଥର ବଜାରକୁ ଯିବା ସମ୍ଭବ ହେଉନାହିଁ । ଏମିତି ଏକ ସମୟରେ ବଜାରରୁ କିଣାଯାଇ ଅଣା ଯାଉଥିବା ପନି ପରିବା ଆଦିକୁ ଅଧିକ ଦିନ ଯାଏଁ ସାଇତି ରଖିବା ନିହାତି ଦରକାର । ଯାହାକି ଆଗକୁ ଦରକାର ସମୟରେ ବି କାମରେ ଆସିପାରିବ । ତେବେ ଜାଣି ରଖନ୍ତୁ କେତେ ଗୁଡ଼ିଏ ଟିପ୍ସ ।

green veges

1. ଶୀତ ଦିନିଆ ପରିବା ଭାବେ ଜଣା ସବୁଜ ମଟରକୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବା ପାଇଁ ତାକୁ ପ୍ରଥମେ ଗରମ ପାଣିରେ ଫୁଟାନ୍ତୁ । ଏବେ ସେହି ମଟରକୁ ବରଫ ପାଣିରେ ରଖିବା ପରେ ବାହାର କରି ଏକ ଏୟାର ଟାଇଟ ବ୍ୟାଗରେ ରଖି ଫ୍ରିଜ ଭିତରେ ଦିଅନ୍ତୁ ।  ଦେଖିବେ ଆପଣଙ୍କ ମଟର 6 ମାସରୁ ବର୍ଷେ ପର୍ଯ୍ୟନ୍ତ ସେମିତି ସତେଜ ରହିବ ।
2. ଆମ ଖାଦ୍ୟ ତାଲିକାରେ ଅନ୍ୟତମ ଗୁରୁତ୍ୱପୂର୍ଣ ସ୍ଥାନ ରସୁଣର ରହିଛି ।  ପ୍ରଥମେ ରସୁଣକୁ ଭଲଭାବେ ଧୋଇ ତାପରେ ତାକୁ ଶୁଖାଇ ଏକ ଡବାରେ ଭର୍ତ୍ତି କରି ଦିଅନ୍ତୁ । ଦେଖିବେ ରସୁଣରେ ଯେମିତି ଠୋପେ ବି ପାଣି ଲାଗିନଥିବ ।  ଏହାକୁ ଆପଣ ଏକ ମାସ ଯାଏଁ ବ୍ୟବହାର କରିପାରିବେ ।

vegetables

3.ଧନିଆ ପତ୍ର ଓ ପୋଦିନା ପତ୍ରକୁ ଭଲ ଭାବେ ପରିଷ୍କାର କରି ପୋଛି ଦିଅନ୍ତୁ । ପରେ ଏକ ସଫା କାଗଜରେ ଗୁଡ଼ାଇ ଫ୍ରିଜର ଏକ ଡବାରେ ରଖି ଦିଅନ୍ତୁ । ମାସରୁ ଦେଢ଼ ମାସ ପର୍ଯ୍ୟନ୍ତ ଏହା ସେହିପରି ସତେଜ ରହିବ ।
4. ଭାରତୀୟ ବ୍ୟଞ୍ଜନରେ କଞ୍ଚା ଲଙ୍କାର ଚାହିଦା ଅଧିକ ।  କଞ୍ଚା ଲଙ୍କାର ଡେମ୍ଫ ଛିଣ୍ଡାଇ ତାହାକୁ ଭଲଭାବେ ପରିଷ୍କାର କରିବା ପରେ ଏକ ଏୟାର ଟାଇଟ ଡବାରେ ଭର୍ତ୍ତି କରି ଫ୍ରିଜ ରେ ରଖିଦିଅନ୍ତୁ ।  ଆପଣ ହୁଏତ ଜାଣିନଥିବେ ଏଭଳି ଉପାୟରେ କଞ୍ଚାଲଙ୍କା ଦୁଇ ମାସ ପର୍ଯ୍ୟନ୍ତ ସତେଜ ରହିବ ।
5. ବଜାରରେ ମିଳୁଥିବା ଟମାଟୋ ଭିଟାମିନ -ସି ରେ ଭରପୂର ।  ଏହାର ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ମଧ୍ୟ ରହିଛି | ପ୍ରଥମେ ଟମାଟୋକୁ ଧୋଇ ଏକ ସଫା କପଡ଼ାରେ ପୋଛି ଦିଅନ୍ତୁ ।  ଏବେ ସେଗୁଡ଼ିକୁ ଫାଳ ଫାଳ କାଟି ଫ୍ରିଜରେ ରଖନ୍ତୁ | 20 ମିନିଟ ପରେ ଫ୍ରିଜ ରୁ ବାହାର କରି ଏକ ଜିପ ଲକ ବ୍ୟାଗରେ ରଖି ସେଥିରୁ ଏୟାର ବାହାର କରି ଦିଅନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.