ଗ୍ଲସି ନେଲପଲିସ୍‌କୁ ଏମିତି ଭାବେ ଦିଅନ୍ତୁ ମେଟ୍‌ ଲୁକ, ଜାଣନ୍ତୁ ସହଜ ଉପାୟ

ଗ୍ଲସି ଏବଂ ମେଟ୍‌ ନେଲପଲିସ୍‌ ଆପଣଙ୍କ ଫ୍ୟାଶନ ଓ୍ଵାର୍ଡରୋବ୍‌ରେ ନିଶ୍ଚୟ ଥିବ। ବେଳେବେଳେ ଆମେ ନଖ ରଙ୍ଗ କରିବାକୁ ବହୁତ ପସନ୍ଦ କରିଥାଉ, କିନ୍ତୁ ଯଦି ସେହି ନେଲ୍‌ ପେଣ୍ଟ୍‌ ଗ୍ଲସି ସେଡ୍‌ରେ ଆସିଯାଏ, ତ ଏପରି ପରିସ୍ଥିତିରେ ଆମକୁ କେବଳ ଆଡ୍‌ଜଷ୍ଟ କରିବାକୁ ହିଁ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ଟ୍ରିକ୍‌ କହିବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ ସାଧାରଣ ଗ୍ଲସି ନେଲ୍‌ ପେଣ୍ଟକୁ ମେଟ୍‌ ଲୁକ୍‌ ଦେଇ ପାରିବେ।

-ପ୍ରଥମେ ଏକ ପାତ୍ରରେ ଗରମ ପାଣି ରଖନ୍ତୁ | ତାହାରି ଭିତରେ ଆପଣ ଆପଣଙ୍କ ନେଲ୍‌ ପେଣ୍ଟ୍‌ ଲଗାଇ ନିଅନ୍ତୁ। ଗରମ ପାଣିରୁ ବାହାରୁଥିବା ବାମ୍ଫରେ ନିଜ ନଖ ରଖନ୍ତୁ। କିଛି ସମୟ ପରେ ନେଲ ପେଣ୍ଟ୍‌ ଗ୍ଲସିରୁ ଏକଦମ୍‌ ମେଟ୍‌ ନେଲ୍‌ ପେଣ୍ଟ୍‌ରେ ବଦଳିଯିବ।

-ଆଇସ୍ୟାଡୋ ସାହାଯ୍ୟରେ ଆପଣ ମେଟ୍‌ ନେଲ ପେଣ୍ଟ ମଧ୍ୟ ଲଗାଇ ପାରିବେ | ଯଦି ଆପଣଙ୍କ ଆଇସ୍ୟାଡୋ ଏକ୍ସପାୟର ହୋଇଯାଇଛି, ତ ଏହାକୁ ଭଲ ଭାବରେ ଗ୍ରାଇଣ୍ଡ୍ କରି ନିଅନ୍ତୁ ଏବଂ ଏଥିରେ ସାମାନ୍ୟ ଟାଲକମ୍ ପାଉଡର ମିଶାନ୍ତୁ | ଏହାପରେ ଏଥିରେ ଅଳ୍ପ ବେସ୍ ନେଲ ପେଣ୍ଟ କୋଟ୍ ମିଶାଇ ଭଲ ଭାବେ ମିକ୍ସ କରି ନିଅନ୍ତୁ। ଏବେ ଆପଣଙ୍କର ମେଟ୍‌ ନେଲ ପେଣ୍ଟ ପ୍ରସ୍ତୁତ ହୋଇଗଲା |

-ଟାଲକମ୍ ପାଉଡରରୁ ନେଲ ପେଣ୍ଟ୍ ତିଆରି କରିବା ପାଇଁ ଆପଣଙ୍କୁ ଏକ ପ୍ଲେଟରେ ନିଜ ପସନ୍ଦ ଅନୁଯାୟୀ ନେଲ ପେଣ୍ଟ ବାହାର କରିବାକୁ ପଡିବ ଏବଂ ଏହାପରେ ଏଥିରେ ଟାଲକମ୍ ପାଉଡର ମିଶାଇ ନିଅନ୍ତୁ | ଏବେ ନେଲ ପେଣ୍ଟ୍‌ ମିଶାନ୍ତୁ | ଆପଣ ନେଲ ପେଣ୍ଟ୍‌ ମିଶାଇବା ମାତ୍ରେ ଏହି ମିଶ୍ରଣ ଶୁଖିଯିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.