ସୁନ୍ଦର କେଶ ଏବଂ ତ୍ବଚା ଚାହୁଁଛନ୍ତି ତ’ ଆପଣାନ୍ତୁ ଏହି ଟିପସ୍

ସବୁ ଝିଅଙ୍କୁ ସୁନ୍ଦର ଦିଶିବା ଏବଂ ଭିଡଭିତରେ ସବୁଠାରୁ ଅଧିକ ଆକର୍ଷଣୀୟ ଲାଗିବା ପାଇଁ ଚାହିଁଥାନ୍ତି । ଅଧିକାଂଶ ଝିଅ ମାନଙ୍କ ପାଇଁ ତ୍ବଚା ଓ କେଶରେ ଚମକ ସହିତ ସୁନ୍ଦର ଦେଖାଯିବା ଅତ୍ୟନ୍ତ ଜରୁରୀ ।

ତ୍ବଚା ଏବଂ କେଶରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ଉପାୟ :

• ତ୍ବଚାକୁ ନିୟମିତ ଭଲଭାବେ ସଫାକରିବା ଦ୍ବାରା ପିଗମିଟେସନ୍ ବାହାରିବାରେ ସାହାଯ୍ୟ କରିଥାଏ ।

• ଠିକ୍ ସାମ୍ପୁ ଏବଂ କଣ୍ଡିସନର୍ ବ୍ୟବହାର କରିବା ଦ୍ବାରା କେଶକୁ ଠିକ୍ ଭାବେ ପୋଷଣ ମିଳିଥାଏ ଏହା ସହିତ କେଶ ଘନ ହୋଇ ଏଥିରେ ଚମକ ଆସିଥାଏ ।

• ଦାଗ ଏବଂ ବ୍ରଣ ସମସ୍ୟାରୁ ରକ୍ଷା ପାଇବା ପାଇଁ ଚିକିତ୍ସକଙ୍କ ପରାର୍ମଶ ନେବା ଉଚିତ୍ । ପତଳା କେଶ ଏବଂ ସମୟ ପୂର୍ବରୁ ଧଳା ପଡୁଥିବା କେଶର ସମସ୍ୟାରୁ ରକ୍ଷା ପାଇବା ପାଇଁ ମଧ୍ୟ ଡରମାଟୋଲୋଜିଷ୍ଟି ଠାରୁ ପରାର୍ମଶ ନେଇପାରିବେ ।

• ସ୍ପା ନେବା କେଶ ଏବଂ ତ୍ବଚା ଉଭୟଙ୍କ ପାଇଁ ଲାଭଦାୟକ ଅଟେ । ଏହା କେବଳ ଆପଣଙ୍କୁ ଆରାମ ଏବଂ ଶାନ୍ତି ଦେଇ ନଥାଏ ଏହା ସହିତ ଆପଣଙ୍କ କେଶ ଏବଂ ତ୍ବଚାରେ ତୁରନ୍ତ ଚମକ ଅଣିଥାଏ ।

• ଅଧିକମାତ୍ରାରେ ବାହାରର ପ୍ରଦୂଷଣ ପାଇଁ କେଶ ଏବଂ ତ୍ବଚାର କ୍ଷତି ହୋଇଥାଏ । ଏହି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ହେୟାର୍ ମାସ୍କ୍ କୁ ବ୍ୟବହାର କରିପାରିବେ । ଏହା ତ୍ବଚାରେ ହଜିଯାଇଥିବା ପୋଷଣକୁ ପୁଣି ଫେରେଇ ଆଣିଥାଏ । ବଜାରରେ ଏହିପରି ସାମ୍ପୁ ଏବଂ କଣ୍ଡିସନର ଉପଲବ୍ଧ ଅଛି ଯାହା ସୂର୍ୟ୍ୟଙ୍କର ହାନିକାରକ କିରଣରୁ ଆମ ତ୍ବଚା ଏବଂ କେଶକୁ ରକ୍ଷା କରିବାରେ ସହାୟତା କରିବ ।

• ତ୍ବଚା ଏବଂ ହେୟାର ସିରମ୍ ବ୍ୟବହାର କରିବା ଆରମ୍ଭ କରିଦିଅନ୍ତୁ । ଯାହା ଦ୍ବାରା ଆପଣଙ୍କ ତ୍ବଚା ଏବଂ କେଶକୁ ପୋଷଣ ମିଳିବା ସହିତ ସେଥିରେ ଅଧିକମାତ୍ରାରେ ଚମକ ଆସିବ ।

• ଆଲୋବେରା ଜେଲ୍ ତ୍ବଚା ଏବଂ କେଶ ଉଭୟଙ୍କ ପାଇଁ ଖୁବ୍ ଲାଭଦାୟକ ବୋଲି ପ୍ରମାଣିତ । ଏହା ପୋଷଣ ଦେଇଥାଏ ଏବଂ କେଶକୁ ଜଲଦି ଧଳା ପକାଇବାରୁ ରକ୍ଷା କରିଥାଏ ।