ଡିପ୍ରେସନ ବଢ଼ାଇଥାଏ ଏହି ୩ଟି ଜିନିଷ, ଖାଇବା ପୂର୍ବରୁ ଧ୍ୟାନ ରଖନ୍ତୁ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ମାନସିକ ଅଶାନ୍ତି ହେଲେ ବ୍ୟକ୍ତିର ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ତେଣୁ ଡାକ୍ତରମାନେ ସବୁବେଳେ ଖୁସିରେ ରହିବାର ପରାମର୍ଶ ଦେଇଥାନ୍ତି। କିନ୍ତୁ କିଛି ଅଛନ୍ତି ଯେଉଁମାନେ ବହୁତ ଭାବପ୍ରବଣ ହୋଇଥାନ୍ତି। ଛୋଟ ଛୋଟ କଥାକୁ ଧରି ବସନ୍ତି। ପରେ ସେହି କଥା ତାଙ୍କ ମନରେ ଘର କରି ବସେ। ଯେତେବେଳେ ଏହି ଚିନ୍ତା ତାଙ୍କ ଉପରେ ଭାରି ପଡେ ସେତେବେଳେ ଶରୀର ଖରାପ ହେବାକୁ ଲାଗେ। ତେବେ ଏହାକୁ ଆମେ ଡିପ୍ରେସନ କହିଥାଉ।

ଡିପ୍ରେସନ୍ କାରଣରୁ ଲୋକଙ୍କୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଆଜିର ଯୁଗରେ ତ ଡିପ୍ରେସନର ଶିକାର ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ଏହି ଡିପ୍ରେସନ ଏତେ ଖତରନାକ ଯେ ଏଥିରେ ପୀଡିତ ବ୍ୟକ୍ତି ବହୁତ କଷ୍ଟ ଯନ୍ତ୍ରଣା ସହିଥାନ୍ତି। ଏମାନେ କୌଣସି କାମ କରିନଥାନ୍ତି ଏବଂ ସାମାଜିକ ଭାବରେ ତାଙ୍କ ବ୍ୟବହାରରେ ବହୁତ ପରିବର୍ତ୍ତନ ଆସିଥାଏ। ଏମାନେ କାହା ସହିତ ଖୋଲିକି କଥା ହୋଇପାରନ୍ତିନି।

ଉଦାସୀନତା ସୃଷ୍ଟି କରିବାରେ ଆପଣଙ୍କ ଡାଏଟ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ଏବ ପୁଷ୍ଟିକର ଖାଦ୍ୟ ଆମର ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। କିଛି ଖାଦ୍ୟ ଏପରି ରହିଛି ଯାହା ଡିପ୍ରେସନର ସ୍ତରକୁ ବଢାଇଥାଏ। ତେବେ ଆସନ୍ତୁ କେଉଁ ଖାଦ୍ୟ ଆମର ଡିପ୍ରେସନ ବଢାଇଥାଏ, ତାହା ବିଷୟରେ ଜାଣିବା…

ଫଳରସ :

ଫଳଗୁଡିକରେ ଥିବା ଫାଇବର କେବଳ ଶରୀରରେ ଶକ୍ତି ବୃଦ୍ଧି କରେ ନାହିଁ ବରଂ ସ୍ୱାସ୍ଥ୍ୟ ସଠିକ୍‌ ରଖେ। ମାତ୍ର ବଜାରରେ ମିଳୁଥିବା ପ୍ୟାକ ଫଳରସରେ ଅନେକ ରାସାୟନିକ ପଦାର୍ଥ ଏବଂ ଅନ୍ୟାନ୍ୟ ଜିନିଷ ମିଶ୍ରଣର ସମ୍ଭାବନା ରହିଥାଏ। ଏହି ପ୍ରକାରର ରସ ପିଇବା ଦ୍ୱାରା ଯନ୍ତ୍ରଣା, ଚିନ୍ତା ଏବଂ ଉଦାସୀନତା ଦେଖାଯାଏ। ଏପରି ପରିସ୍ଥିତିରେ ପ୍ୟାକ ହୋଇଥିବା ଫଳ ରସ ବଦଳରେ ତାଜା ଫଳର ରସ ପିଇବା ଭଲ।

ଡାଏଟ ସୋଡା :

ଡାଏଟ ସୋଡାରେ ଚିନି ନଥାଏ ବୋଲି ଅନେକ ଲୋକ ବିଶ୍ୱାସ କରନ୍ତି। ଏହା ଶରୀର ପାଇଁ କ୍ଷତିକାରକ ନୁହେଁ କିମ୍ବା ଏଥିରେ ମଧୁରତା ନଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ପିଇବା ଦ୍ୱାରା ଡିପ୍ରେସନର ଆଶଙ୍କା ରହିଥାଏ।

କ୍ୟାଚ୍‌ଅପ୍‌ : ଟମାଟୋ ବ୍ୟତୀତ କେଚଅପ୍‌ ପ୍ରସ୍ତୁତ କରିବା ପାଇଁ ବିଭିନ୍ନ ରାସାୟନିକ ପଦାର୍ଥ ଏବଂ ବହୁ ପରିମାଣର ଚିନି ବ୍ୟବହାର କରାଯାଏ। ଗୋଟିଏ ଚାମଚ କ୍ୟାଚଅପ୍‌ରେ ପ୍ରାୟ ୪ ଗ୍ରାମ ଚିନି ଥାଏ। ଏଥିରେ ଥିବା ଅଧିକ ମିଠା କେବଳ ପେଟ ଖରାପ କରେ ତାହା ନୁହେଁ ବରଂ ଚିନ୍ତା ଏବଂ ଉଦାସୀନତା ମଧ୍ୟ ସୃଷ୍ଟି କରେ।

ମଦ୍ୟପାନ : ଚାପରେ ପଡିବା ପରେ ଅନେକ ଲୋକ ଭାବନ୍ତି ଯେ ମଦ୍ୟପାନ କରିବା ଦ୍ୱାରା ସବୁକିଛି ଠିକ୍‌ ହୋଇଯାଏ। କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ। ମଦ୍ୟପାନ କରିବା କେବଳ ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ କଷ୍ଟ ପହଞ୍ଚାଏ ନାହିଁ ବରଂ ଅବସାଦକୁ ବଢାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.