କିଛି ମନେ ରହୁନି କମିଯାଉଛି ସ୍ମରଣ ଶକ୍ତି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ

ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟାର ସମାଧାନ ଲାଗି ଏହିସବୁ ଉପାୟ ଆପଣେଇ ନିଅନ୍ତୁ ।

ଆପଣ ଲକ୍ଷ୍ୟ ରଖିଥିବେ ଯେ ବୟସ ବଢିବା ସଙ୍ଗେ ସଙ୍ଗେ ସ୍ମରଣ ଶକ୍ତି କମିଯାଏ । ହେଲେ ଆପଣ କିଛି ଲୋକଙ୍କୁ ଦେଖିଥିବେ ଯେଉଁମାନଙ୍କରର ବହୁତ କମ୍‌ ବୟସର ସ୍ମରର ଶକ୍ତି କମିଯାଉଛି । ପାଠ ପଢ଼ୁଥିବା ପିଲାଙ୍କ ପାଇଁ ମଜବୁତ ସ୍ମରଣ ଶକ୍ତି ରହିବ ଜରୁରୀ । ଦୈନନ୍ଦିନ ଜୀବନରେ ଯଦି ଆପଣ ବାରମ୍ବାର କୌଣସି କଥା ଭୁଲିଯାଉଛନ୍ତି, ତେବେ ଏହି ସମସ୍ୟାର ସମାଧାନ ଲାଗି ଏହିସବୁ ଉପାୟ ଆପଣେଇ ନିଅନ୍ତୁ ।

ଶରୀର ପାଇଁ ଶୋଇବା ଯେପରି ମୁଖ୍ୟ ଠିକ ସେହିଭଳି ଉଚିତ ସମୟରେ ଉଠିବା ମହତ୍ୱପୂର୍ଣ୍ଣ ଅଟେ । ଆପଣ ଯଦି ପାଞ୍ଚ ଘଣ୍ଟାରୁ କମ ଶୋଉଛନ୍ତି ତାହାଲେ ଆମେ ମାନସିକ ଭାବେ କୌଣସି କାମ ପାଇଁ ପ୍ରସ୍ତୁତ ନଥାଉ । ଯାହାଫଳରେ ଆମେ ଉଠିବାକୁ ଇଛାକରିନଥାଉ । ଏହି ପରିସ୍ଥିତି ୧୦ ଘଣ୍ଟାରୁ ଅଧିକ ଶୋଇଲେ ମଧ୍ୟ ହୋଇଥାଏ । ତେଣୁ ଆପଣ କିପରି ଶୋଉଛନ୍ତି ଓ କେତେ ସମୟ ଶୋଉଛନ୍ତି ତାହା ମହତ୍ୱପୂର୍ଣ୍ଣ ।

ସବୁଠାରୁ ଭଲ ଘନ ଅନ୍ଧାରରେ ଶୋଇବା ଓ ସୂର୍ଯ୍ୟଙ୍କ କିରଣ ସିଧା ପଡୁଥିବା ବେଳେ ଉଠିବା ଲାଭଦାୟକ ହୋଇଥାଏ । ଏହି କିରଣ ଯେବେ ଶରୀର ଉପରେ ପଡେ ତାହା ସିଧା ଆମ ମତିଷ୍କ ଖୁବଭଲ ରେସପନ୍ସ କରେ ।

ବ୍ୟାୟାମ ସ୍ୱସ୍ଥ୍ୟପକ୍ଷେ ବହୁତ ହିତକର । ବ୍ୟାୟାମ କରିବା ସମୟରେ ଆମ କୋଶିକା ସବୁ ନିଜନିଜ ଭିତରେ ସମ୍ପର୍କ ଯୋଡିହୋଇଯାଏ ଓ ନୂଆନୂଆ କୋଶିକା ଗଠନ ହୋଇଥାଏ । ସମସ୍ତ ଶରୀରକୁ ପ୍ରଭାବିତ କରୁଥିବା ଭଳି ବ୍ୟାୟାମ କରିବା ଉଚିତ । ଯାହାଦ୍ୱାରା ମସ୍ତିଷ୍କକୁ ମଧ୍ୟ ଶକ୍ତି ଯୋଗାଇଥାଏ ।

ଯଦି ଚଲାବୁଲା ସମୟରେ କିଛି କାମ କରୁଛନ୍ତି ତାହାଲେ ତାର ମନେରଖିବା ଶକ୍ତି ଟିକେ ଅଧିକା ହୋଇଥାଏ । କୌଣସି ମିଟିଂ ପାଇଁ ହେଉ ଅବା ପ୍ରେଜେଣ୍ଟଟେସନ ଦେବାକୁ ହେଉ ଯଦି ଚଲା ବୁଲା ସମୟରେ ନୋଟ ପଢ଼ନ୍ତି ତାହାଲେ ତାର ମନେରଖିବା ଶକ୍ତି ଟିକେ ଅଧିକା ହୋଇଥାଏ ।

ଖାଦ୍ୟ ପାନୀୟରେ ଅନିୟମିତତା ବା ଅସନ୍ତୁଳିତ ଖାଦ୍ୟର ପ୍ରଭାଵ ସିଧା ଶରୀର ଉପରେ ପଡିଥାଏ । ବିଶେଷକରି ମଣିଷ ଯାହାବି ଖାଦ୍ୟର ସାରାଂଶ ରୁ ଶର୍କରା ଓ ଶକ୍ତି ପାଏ ତାର ୨୦ ପ୍ରତିଶତ ମସ୍ତିଷ୍କକୁ ଯାଏ । ତେଣୁ ଏହି କାରଣରୁ ମଣିଷର ଚାଲିଚଳନ ବା କାର୍ଯ୍ୟକରିବାର ଦକ୍ଷତା ତାର ଗ୍ଲୁକୋଜ ସ୍ଥର ଉପରେ ନିର୍ଭର କରିଥାଏ । ଯଦି ନିଜର ସୁଗାର ନିୟନ୍ତ୍ରଣରେ ନାହିଁ ତାହାଲେ ମଣିଷର ମସ୍ତିଷ୍କ ଭୁଲ ଭଟକା କରିଥାଏ ।

ଆମ ଆମ ମସ୍ତିଷ୍କରେ ଥିବା କୋଶିକା ଗୁଡିକ ଫ୍ୟାଟରେ ତିଆରି । ଏଥିପାଇଁ ବାଦାମ, ଗଜା ଜାତୀୟ, ନାଶପାତି ଓ ମାଛଜାତୀୟ ଖାଦ୍ୟ ମତିଷ୍କ ପାଇଁ ଲାଭଦାୟକ ।
ମଣିଷ ଯେତେ ଖୁସିରେ ରହିବ ସେତେ ମାନସିକ ଭାବେ ସୁସ୍ଥ ରହିବ । ସବୁ ବେଳେ ମନଦୁଃଖରେ ରହିବା ଭଲନୁହେଁ । କୌଣସି କଥାରେ ବିବ୍ରତ ନହୋଇ କିପରି ସରଳ ସମାଧାନ ହୋଇପାରିବ ସେ କଥା ବାଖ୍ୟା କରନ୍ତୁ ।

ମସ୍ତିଷ୍କକୁ ସୁସ୍ଥ ସବଳ ରଖିବାକୁ ହେଲେ ସବୁବେଳେ ନୂଆନୂଆ ଚ୍ୟାଲେଞ୍ଜ କୁ ସାମ୍ନା କରିବାକୁ ପଡିବ । ଯେମିତିକି ନୂଆନୂଆ ଭାଷା ଶିଖିବା ବା ନୂଆନୂଆ ଅନ୍ୟକିଛି କଳା ଶିଖିବା ଦ୍ୱାରା ମାନେରହିବା ଶକ୍ତି ବଢିଥାଏ । ଏମିତିକି ନିଜ ପରିବାର ବା ସାଙ୍ଗସାଥିଙ୍କ ସହ ଅନଲାଇନ ଗେମ ମଧ୍ୟ ଖେଳିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.