ଏବେ ଲମ୍ବା କେଶ ରଖିବା ସହଜ : ଆପଣାନ୍ତୁ ଏହି ୫ ଟିପ୍ସ

long hair

 

ଲମ୍ବା କେଶ ରଖିବା ସହଜ କଥା ନୁହେଁ । ସୁସ୍ଥ ଓ ମଜଭୁତ କେଶ ପାଇଁ କେବଳ ଶାମ୍ପୁ କି କଣ୍ଡିସନର୍ ଯଥେଷ୍ଟ ହୋଇନଥାଏ । ଏହା ପାଇଁ ଟ୍ରିମିଙ୍ଗ୍, ସେରମ୍ ଓ ମଶ୍ଚରାଇଜର୍, ତେଲ ଅତ୍ଯନ୍ତ ଜରୁରୀ । ମହିଳା ମାନେ ଅନେକ ଟଙ୍କା ଖର୍ଚ୍ଚ କରିଥାନ୍ତି କେବଳ ସୁନ୍ଦର ଲମ୍ବା କେଶ ପାଇଁ । ଆମ କେଶ ଗଠିତ ହୋଇଥାଏ କେରାଟିନ୍ ନାମକ ପ୍ରୋଟିନ୍ ସାହାଯ୍ଯରେ । ଖାଇବାରେ ସାମିଲ୍ କରନ୍ତୁ  ମାଂସ, ଶାଗ, ସୋୟାବିନ୍, ଡ୍ରଏ ଫୁଡସ୍, ମଟର ଓ ପ୍ରୋଟିନସ୍ ।

ଆସନ୍ତୁ ଜାଣିବା ୫ ଟି ଟିପ୍ସ:

  • ଦୁଇ ମୁହାଁ କେଶକୁ ଟ୍ରିମିଙ୍ଗ୍ କରନ୍ତୁ- ଯେତେବେଳେ କେଶ ଅତ୍ଯଧିକ ମାତ୍ରାରେ ଡ୍ରାଏ ହୋଇଯାଏ ସେତେବେଳେ ଟ୍ରିମିଙ୍ଗ୍ କରିନେବା ଉଚିତ୍ ।
  • କେଶକୁ ଥଣ୍ଡା ପାଣିରେ ଧୁଅନ୍ତୁ- ଥଣ୍ଡା ପାଣିରେ କେଶ ଧୋଇବା ଦ୍ବାରା ହାଇଡ୍ରେଟ୍ ମିଳି ଥାଏ । ଯାହା ଦ୍ବାରା କେଶ ଶୀଘ୍ର ଡ୍ରାଏ ହୁଏ ନାହିଁ ।
  • ପ୍ରତ୍ଯେକ ଦିନ ଶାମ୍ପୁ କରନ୍ତୁ ନାହିଁ- ପ୍ରତ୍ଯେକ ଦିନ ଶାମ୍ପୁ କରିବା ଦ୍ବାରା କେଶରୁ ପ୍ରାକୃତିକ ତେଲ ନଷ୍ଟ ହୋଇଥାଏ । ଯାହା ଫଳରେ କେଶ ଜଲଦି ଛିଣ୍ଡି ଥାଏ ।
  • ଘିଁକୁଆରୀ(ଆଲୋବେରା) ଚିକିତ୍ସା- ଶାମ୍ପୁ ଦ୍ବାରା କେଶ ଧୋଇବା ପୂର୍ବରୁ ଏହାକୁ ଲଗାଇ ଧୋଇବେ । ଏହା କରିବା ଦ୍ବାରା କେଶରେ ଚମକ ଆସିବା ସହ କେଶ ମଜଭୁତ ରହିଥାଏ ।
  • ନଡିଆ ଖିର- ଯଦି ଆପଣଙ୍କୁ ଅଣ୍ଡାର ସ୍ମେଲ୍ ଭଲ ଲାଗି ନଥାଏ ସେମାନଙ୍କ ପାଇଁ ନଡିଆ ତେଲ ହେଉଛି ଭଲ ଉଦାହରଣ । ନଡିଆ ଖିରରେ କେଶ ଧୋଇବା ଦ୍ବାରା ଆଇରନ୍, ପୋଟାସିୟମ୍ ଓ ଫାଟି ଏସିଡ୍ ସାହାଯ୍ଯରେ ନୂଆ କେଶ ଉଠିବାରେ ସାହାଯ୍ଯ କରିଥାଏ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.