ଦିନେ ଦୁଇ ଦିନରେ ହିଁ ଶୁଖିଯାଉଛି କି ଲେମ୍ବୁ! ଏହି ଉପାୟରେ କରନ୍ତୁ ଷ୍ଟୋର, ମାସେ ଯାଏଁ ରହିବ ଫ୍ରେସ୍‌

ଆରମ୍ଭ ହୋଇଛି ଖରାଦିନ। ଗ୍ରୀଷ୍ମ ଋତୁରେ ଅଂଶୁଘାତରୁ ମୁକ୍ତି ପାଇଁ ଲୋକମାନେ ଲେମ୍ବୁ ପାଣି ପିଇଥାନ୍ତି। କିନ୍ତୁ ଏଥରକ ଖରାଦିନ ଆରମ୍ଭରୁ ହିଁ ଲେମ୍ବୁ ଦାମ୍‌ ଆକାଶ ଛୁଆଁ ହୋଇଛି। ଏବେ ମାର୍କେଟ୍‌ରେ ଲେମ୍ବୁ କିଲୋ ପ୍ରତି ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ଏତେ ଟଙ୍କାରେ ଲେମ୍ବୁ କିଣିବାକୁ ଲୋକମାନେ ସମର୍ଥ ହେଉ ନାହାନ୍ତି। ଦାମ୍‌ ବଢ଼ିଯିବାରୁ କିଛି ଲୋକ ଘରେ ଆବଶ୍ୟକତା ଠାରୁ ଅଧିକ ଲେମ୍ବୁ ଆଣି ରଖୁଛନ୍ତି। କିନ୍ତୁ ଏହି ଲେମ୍ବୁ କିଛି ଦିନ ଭିତରେ ଶୁଖିଯାଇଥାଏ। ତେବେ ଆପଣ ଚାହିଁଲେ କେତେକ ଘରୋଇ ଉପାୟ ଆପଣାଇ ଲେମ୍ବୁକୁ ଘରେ ଅଧିକ ଦିନ ଯାଏଁ ଷ୍ଟୋର କରିପାରିବେ। ଆସନ୍ତୁ ଜାଣିବା କେମିତି…

  • ଲେମ୍ବୁ କିଣିବା ବେଳେ ଅଧିକ କଞ୍ଚା କିମ୍ବା ଅଧିକ ପାଚିଲା ଲେମ୍ବୁ କିଣନ୍ତୁ ନାହିଁ। ସବୁବେଳେ ହାଲ୍‌କା ହଳଦିଆ ଓ ମିଡିୟମ୍‌ ସାଇଜ୍‌ର ଲେମ୍ବୁ କିଣନ୍ତୁ।
  • ଲେମ୍ବୁକୁ ଅଧିକ ସମୟ ଯାଏଁ ଷ୍ଟୋର କରିବା ପାଇଁ ଏକ ପେପରକୁ ଛୋଟ ଖଣ୍ଡ କରି କାଟନ୍ତୁ ଓ ସେଥିରେ ଲେମ୍ବୁକୁ ଗୁଡ଼ାଇ ପେପର ବ୍ୟାଗ୍‌ରେ ଭରି ଫ୍ରିଜ୍‌ରେ ରଖିଦିଅନ୍ତୁ। ଏମିତି ରଖିଲେ ଲେମ୍ବୁ ମାସେ ଯାଏଁ ତାଜା ରହିବ।
  • ଲେମ୍ବୁ ଶସ୍ତା ଥିବା ବେଳେ ଆପଣ ତାହାକୁ କିଣି ବର୍ଷେ ଯାଏଁ ରଖିପାରିବେ। ଏଥିପାଇଁ ପ୍ରଥମେ ଲେମ୍ବୁକୁ ଚିପୁଡ଼ି ଦିଅନ୍ତୁ। ତା ପରେ ଆଇସ୍‌ ଟ୍ରେରେ ଜମାଇବାକୁ ରଖନ୍ତୁ। ଯେତେବେଳେ ଦରକାର ଏହି ଲେମ୍ବୁ କ୍ୟୁବ୍‌କୁ କାଢ଼ି ବ୍ୟବହାର କରିପାରିବେ।

ଅଧିକ ରସ ବାହାର କରିବାକୁ ଏମିତି ଚିପୁଡ଼ନ୍ତୁ ଲେମ୍ବୁ:

  • ଫ୍ରିଜ୍‌ରୁ କାଢ଼ି ସିଧାସଳଖ କେବେ ବି ଲେମ୍ବୁ ଚିପୁଡ଼ନ୍ତୁ ନାହିଁ। ଏହା ଦ୍ୱାରା ଅଧିକ ରସ ବାହାରି ନଥାଏ। ଲେମ୍ବୁକୁ ସବୁବେଳେ ରୁମ୍‌ ତାପମାତ୍ରାରେ ହିଁ ଚିପୁଡ଼ନ୍ତୁ। ଭଲ ରସ ବାହାରିଥାଏ।
  • ଯଦି ଲେମ୍ବୁ ଟାଣ ଅଛି ତେବେ ତାହାକୁ କିଛି ସେକେଣ୍ଡ ପାଇଁ ମାଇକ୍ରୋେଓ୍ଵଭ୍‌ରେ ରଖି ଦିଅନ୍ତୁ। ତା’ ପରେ ଚିପୁଡ଼ନ୍ତୁ, ଦେଖିବେ ଅଧିକ ରସ ବାହାରିବ।

Also Read: ବିବାହ ପ୍ରତିଶ୍ରୁତିରେ କରାଯାଇଥିବା ସେକ୍ସକୁ ସେତେବେଳେ ଦୁଷ୍କର୍ମ କୁହାଯିବ, ଯେତେବେଳେ ତାହା ପୀଡ଼ିତାଙ୍କ ସହମତିରେ ହୋଇନଥିବ: କେରଳ ହାଇକୋର୍ଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.