କାମ କରୁ କରୁ ଦୂରେଇ ନ ଯାଉ ପ୍ରେମ! ଜାଣନ୍ତୁ, ଅଫିସ୍‌ ଓ ଜୀବନସାଥୀଙ୍କ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଟିପ୍ସ

କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ନିହାତି ଆବଶ୍ୟକ । ଉଭୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ । କେବଳ ଆପଣ ନିଜେ ହିଁ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା କ୍ୟାରିୟର ଓ ପ୍ରେମକୁ ଏକା ସାଙ୍ଗେ ସନ୍ତୁଳିତ କରିବାର କିଛି ଟିପ୍ସ...

କାମ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ନିହାତି ଆବଶ୍ୟକ । ଉଭୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ କେହି ଆପଣଙ୍କୁ ସାହାଯ୍ୟ କରିପାରିବେ ନାହିଁ । କେବଳ ଆପଣ ନିଜେ ହିଁ କାମ ଓ ପରିବାର ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା କ୍ୟାରିୟର ଓ ପ୍ରେମକୁ ଏକା ସାଙ୍ଗେ ସନ୍ତୁଳିତ କରିବାର କିଛି ଟିପ୍ସ…

  • ପ୍ରେମ ଓ କ୍ୟାରିୟର ମଧ୍ୟରେ ସନ୍ତୁଳନ ବଜାୟ ରଖିବା କଷ୍ଟକର । କିନ୍ତୁ ତାହା ଜରୁରୀ । ବର୍ତ୍ତମାନର ଆଧୁନିକ ଜୀବନଶୈଳୀରେ ଏକ ଭଲ କ୍ୟାରିୟର ଓ ମଜଭୁତ ପ୍ରେମ ସମ୍ପର୍କ ମଧ୍ୟରେ ସନ୍ତୁଳନ ରଖିବା ଭାରି କଷ୍ଟସାଧ୍ୟ । ଏଣୁ ପାର୍ଟନର ପରସ୍ପରକୁ ପ୍ରଥମେ ବୁଝିବା ନିହାତି ଆବଶ୍ୟକ ।
  • ସମ୍ପର୍କ ଆରମ୍ଭରୁ ହିଁ କାମ ଓ ସମ୍ପର୍କ ମଝିରେ ଏକ ସୀମା ନିର୍ଦ୍ଧାରଣ କରନ୍ତୁ । ସାଥୀଙ୍କୁ ଜଣାନ୍ତୁ ଯେ ଦିନର ୮-୯ ଘଣ୍ଟା କେବଳ ଅଫିସ୍‌ର । ସେହି ସମୟରେ ବ୍ୟକ୍ତିଗତ ବ୍ୟାପାର ଚର୍ଚ୍ଚା କରିବା ଅସମ୍ଭବ । ସାଥୀଙ୍କୁ ଥରେ ଏନେଇ ନିହାତି ବୁଝାନ୍ତୁ ।
  • ଅଫିସ୍‌ର କିଛି କଥା ଘରେ ବି କଥା ହୁଅନ୍ତୁ । ଫଳରେ ସାଥୀ ଆପଣଙ୍କ କାମର ସିଡ୍ୟୁଲ ଆପେ ବୁଝିପାରିବେ । ଏଥିସହ କାମର ଗୁରୁତ୍ୱ ବି ସେ ଜାଣିବେ । ଫଳରେ ଦାମ୍ପତ୍ୟ ଜୀବନରେ ସମସ୍ୟା ଉପୁଜିବ ନାହିଁ ।
  • ବର୍ତ୍ତମାନର କମ୍ପିଟେସନ୍‌ ଯୁଗରେ ସବୁ ବେଳେ ପ୍ରେମିକ କିମ୍ବା ପ୍ରେମିକା ପରସ୍ପରକୁ ଭେଟି ପାରନ୍ତି ନାହିଁ । ଯଦି ଆପଣଙ୍କ କ୍ଷେତ୍ରରେ ବି ସମାନ ଜିନିଷ ହେଉଛି, ତେବେ ଯେତେବେଳେ ବି ସାଥୀଙ୍କ ସହ କିଛି ସମୟ ମିଳୁଛି, ତାହାକୁ ଖୁବ୍‌ ଭଲ ଭାବେ କାଟନ୍ତୁ । ସେତେବେଳେ ଝଗଡ଼ା କରନ୍ତୁ ନାହିଁ କି ଅଫିସ୍‌ର ଅଯଥା କଥା କହି ସାଥୀଙ୍କ ମନ ଦୁଃଖ କରାନ୍ତୁ ନାହିଁ ।
  • ସବୁ ପରେ ବି ଯଦି ଅଫିସ୍‌ ଓ ପ୍ରେମ ଜୀବନରେ ସନ୍ତୁଳନ ରଖିପାରୁ ନାହାନ୍ତି, ତେବେ ସାଥୀଙ୍କୁ ଆପଣଙ୍କ ଭବିଷ୍ୟତ ଯୋଜନା ବିଷୟରେ କୁହନ୍ତୁ । ଏଥିସହ କେତେ ପରିଶ୍ରମ କରିବାକୁ ପଡ଼ିବ ତାହା ବି ଜଣାନ୍ତୁ । ସେ ନିଶ୍ଚୟ ବୁଝିବେ ।
Leave A Reply

Your email address will not be published.