ଲାଇଫ୍ ଷ୍ଟାଇଲ୍

ବଜାରରୁ କିଣୁଥିବା ସେଓ ମିଠା ଓ ରସୁଆଳ କେମିତି ଜାଣିବେ ? ଆପଣାନ୍ତୁ ଏହି ଟିପ୍ସ

ବଜାରରୁ ଆପଣ ସେଓ ନିଶ୍ଚିତ କିଣିଥିବେ। ଆଉ ବେଳେ ବେଳେ ସେଓ ଭଲଦେଖି କିଣିଥିବା ସତ୍ତ୍ୱେମଧ୍ୟ ଖରାପ ପଡିଥାଏ। ଦୋକାନୀ ମଧ୍ୟ ଗ୍ରାହକଙ୍କୁ ମିଛ କହି ସେଓ ବିକ୍ରି କରିଦିଏ। ଆଉ ଆପଣ କିଣି ପରେ ଘରକୁ ଫେରିବା ପରେ ପଇସା ମଧ୍ୟ ବରବାଦ ହୁଏ ବୋଲି ଭାବନ୍ତି। କିନ୍ତୁ ଆପଣ ବଜାରରେ ମିଳୁଥିବା ସେଓ ମିଠା ଏବଂ ଭଲ ବୋଲି କେମିତି ଜାଣିବେ ? ଯାହା ଆପଣଙ୍କ ମୁଡ ହେଉ ଅବା ପକେଟ କାହା ଉପରେ ମଧ୍ୟ ପ୍ରଭାବ ପକାଇ ପାରିବ ନାହିଁ। ତେବେ ଜାଣନ୍ତୁ କେମିତି ଚିହ୍ନିବେ ଭଲ ସେଓ ?

– ବଜାରରେ ମିଳୁଥିବା ସେଓ କିଣିବା ବେଳେ ଏହା ଉପରେ ଲାଗିଥିବା ନାଲି ରଙ୍ଗର ଶିରା ଭଲଭାବେ ଚେକ୍‌ କରନ୍ତୁ। ଯଦି ଏହି ଧାରଗୁଡିକ ଭଲ ଭାବେ ନାଲି ରଙ୍ଗ ହୋଇଥାଏ, ତେବେ ଭାବିନେବେ ଏହା ମିଠା ସହିତ ବହୁତ ରସୁଆଳ ମଧ୍ୟ। ସେହିପରି ଯଦି ସେଓରେ ହାଲକା ହଳଦିଆ ରଙ୍ଗ ନଜର ଆସେ, ତେବେ ସେଓ ମିଠା ହୋଇଥାଏ କିନ୍ତୁ ଏଥିରେ କମ୍‌ ରସ ରହିଥାଏ।

– ସେଓ କିଣିବା ସମୟରେ ତାକୁ ହାଲକା ଭାବେ ଚିପି ବା ଦାବି ଚେକ୍‌ କରନ୍ତୁ। ଯଦି ସେଓ ନରମ ଲାଗେ ତେବେ ଜାଣିବେ ତାହାର ରସ ଆଉ ନାହିଁ।

– ଯଦି ସେଓକୁ ଡବାରେ ସଜାଇ ହୋଇ ରଖାଯାଇଥାଏ ଏବଂ ସେଥିରେ କଟୁ ଗନ୍ଧ ଆସୁଥାଏ, ତେବେ ସେଓ କିଣନ୍ତୁ ନାହିଁ।

– ପ୍ରାକୃତିକ ଉପାୟରେ ପାଚିଥିବା ସେଓ କିଣନ୍ତୁ। କୃତ୍ରିମ ଉପାୟରେ ପାଚିଥିବା ସେଓ ଖାଇବାକୁ ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ।

– ଯଦି ସେଓ ଅର୍ଗାନିକ ହୋଇଥାଏ କିନ୍ତୁ କମ୍‌ ମିଠା ହୋଇଥାଏ, ତେବେ ଏହାକୁ ମଧ୍ୟ ଆପଣ କିଣିପାରିବେ।

ସେଓକୁ ଷ୍ଟୋରେଜ କରିବେ କେମିତି ?

ସେଓକୁ ସଠିକ ତାପମାତ୍ରାରେ ଭଲଭାବେ ସଂଗ୍ରହିତ କରି ରଖନ୍ତୁ। ଫ୍ରିଜରେ ଫ୍ରୁଟ ସେକ୍ସନ ଅଲଗା କରି ସେଓକୁ ଷ୍ଟୋର କରନ୍ତୁ। ସେଓକୁ ଟିସୁ ପେପରରେ ଭଲ ଭାବେ ଗୁଡାଇ ରଖିପାରିବେ।
ସେଓକୁ ପନିପରିବା କାଉଣ୍ଟର ଷ୍ଟୋରରେ ରଖନ୍ତୁ ନାହିଁ। ସେଓରୁ ଏଥିଲିନ ଗ୍ୟାସ ବାହାରିଥାଏ, ଯାହା ପନିପରିବାକୁ ନଷ୍ଟ କରିଦିଏ।

 

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago