ଲେମ୍ବୁ କିଣିବାବେଳେ ଆପଣାନ୍ତୁ ଏହି ଟିପ୍ସ, ସବୁ ଲେମ୍ବୁରୁ ବାହାରିବ ରସ

ଲେମ୍ବୁ ଚୋପା ଯଦି ଶୁଖିଲା ଦେଖାଯାଉଛି, ତାହେଲେ ଯମା ବି କିଣନ୍ତୁନି। କାହିଁକିନା ଏହିଭଳି ଲେମ୍ବୁ ପୁରୁଣା ହୋଇଥାଏ ଏବଂ ଏଥିରେ ରସ ନଥାଏ। ଲେମ୍ବରେ କଳା ଦାଗ ଥିଲେ ଏହାକୁ ବିଲକୁଲ ବି କିଣନ୍ତୁନାହିଁ। ଏହା ଭିତରୁ ଖରାପ ହୋଇପାରିଥାଏ। ଲେମ୍ବୁ ଯଦି ଆପଣଙ୍କୁ କୌଣସି ଆଡୁ ଲାଗୁଛି ଯେ ଲେମ୍ବୁ ସଢ଼ିଯାଇଛି। ତାହେଲେ ଜମା କିଣନ୍ତୁନାହିଁ। ଏହା ବହୁତ ଜଲଦି ସଢ଼ିଯାଇଥାଏ।

ଏପରି କିଣନ୍ତୁ ଲେମ୍ବୁ

ବଜାରରେ ସବୁଜ ଏବଂ ହଳଦିଆ ଉଭୟ ଲେମ୍ବୁ ମିଳିଥାଏ। ଏମିତିରେ ହଳଦିଆ ଲେମ୍ବୁ ଅଧିକ ରସାଳିଆ ହୋଇଥାଏ।
ଏହାସହିତ ହାଲକା ହଳଦିଆ ଲେମ୍ବୁ ମଧ୍ୟ କିଣନ୍ତୁ ନାହିଁ। ଏହିପରି ଲେମ୍ବୁ ଦେଖିବା ପାଇଁ ପାଚିଲା ଲାଗିଲେ ବି ଭିତରୁ କମ୍‌ ରସାଳିଆ ଥାଏ। ଏହାସହିତ ଏହି ଲେମ୍ବୁ ରସ ବି କଡା ଲାଗିଥାଏ।

କେଉଁ ଲେମ୍ବୁ କିଣିବେନାହିଁ

ଲେମ୍ବୁକୁ କିଣିବା ପୂର୍ବରୁ ଦବାଇ ଦେଖନ୍ତୁ। ଲେମ୍ବୁ ଚେକ କରନ୍ତୁ ନରମ କି ନାହିଁ। ଏହା ଉପରେ ଧ୍ୟାନ ଦିଅନ୍ତୁ ଯେ ଲେମ୍ବୁର ଚୋପା ପତଳା କି ନାହିଁ କାହିଁକିନା ମୋଟା ଚୋପା ଲେମ୍ବୁ ଦେଖିବାରେ ରସାଳିଆ ହୋଇଥାଏ କିନ୍ତୁ ତା ଭିତରେ ଜମା ବି ରସ ନଥାଏ। ତେଣୁ ମୋଟା ଚୋପା ଲେମ୍ବୁ କିଣିବା ଠାରୁ ଦୂରେଇ ରୁହନ୍ତୁ।

Leave A Reply

Your email address will not be published.