ପଡ଼ୋଶୀ ଯଦି ଝଗଡ଼ା ପ୍ରିୟ ହୋଇଥାନ୍ତି, ତେବେ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଟିପ୍ସ

ଆମ ଆଖପାଖରେ ଏମିତି ଅନେକ ସ୍ୱଭାବର ଲୋକ ବାସ କରିଥାନ୍ତି। କିଛିଜଣ ଭଲରେ ମିଶିଯାନ୍ତି ତ’ ଆଉ କିଏ ଝଗଡ଼ା ପ୍ରକୃତିର ହୋଇଥାନ୍ତି। କିଛି ଏମିତି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ପରଘର କଥା ଜାଣିବାକୁ ଚାହିଁଥାନ୍ତି। ଆମେ ଯେଉଁ ସମାଜରେ ଅଛୁ ସେଠାରେ ଏକା କିମ୍ବା ଚୁପଚାପ୍‌ ହୋଇ ରହିବା ଅସମ୍ଭବ। ଏହି ସମୟରେ ଯଦି ଆପଣଙ୍କ ପଡୋଶୀ ଯଦି ଝଗଡ଼ା ପ୍ରିୟ ହୋଇଥିବେ, ତେବେ କଥା ସରିଲା। ତାଙ୍କର ଏହି ପ୍ରକୃତି ପାଇଁ ସେଠାରେ ରହିବାକୁ କେହି ପସନ୍ଦ କରିନଥାନ୍ତି। ସମ୍ପର୍କ ଖରାପ ହେବାସହ ବାତାବରଣରେ ମଧ୍ୟ ଅସନ୍ତୋଷ ପ୍ରଭାବ ଉପୁଜିଥାଏ ।

ଏଥିରୁ ରକ୍ଷା ପାଇବା ପାଇଁ ଆଜି ଆପଣଙ୍କୁ ସହଜ ଟିପ୍ସ କହିବୁ। ଯଦି ଆପଣଙ୍କ ପଡ଼ୋଶୀ ପ୍ରତିଦିନ ଛୋଟ ବଡ଼ କଥାକୁ ନେଇ ଝଗଡା କରୁଛନ୍ତି, ତା’ ହେଲେ ଆପଣ ସେଥିପାଇଁ ରାଗିବା ସ୍ୱଭାବିକ। କେବେ କେବେ ଏଭଳି ପରିସ୍ଥିତି ସୃଷ୍ଟି ହୁଏ , ଯେଉଁଠି ଲୋକ ସେହି ସ୍ଥାନ ଛାଡି ଚାଲିଯାନ୍ତି। ଯଦି ଆପଣ ଏମିତି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଜାଣନ୍ତୁ ସେସବୁକୁ ଡିଲ କରିବାର ସହଜ ଉପାୟ।

ଜୋରରେ ପାଟି କଲେ ବୁଝାନ୍ତୁ:

କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ବିନା କାରଣରେ ପାଟି କରିଥାନ୍ତି। ତାଙ୍କର ଏଭଳି ପ୍ରକୃତି ଲୋକଙ୍କୁ ଅନେକ ସମସ୍ୟାରେ ପକାଇଥାଏ। ଯଦି କେହି ଆପଣଙ୍କ ଆଖପାଖରେ ଏଭଳି ଲୋକ ରହୁଛନ୍ତି ତେବେ ତାଙ୍କୁ ଆପଣ ବୁଝାନ୍ତୁ। ଯଦି ସେ ନ ବୁଝନ୍ତି ତେବେ ସୋସାଇଟିର ସେକ୍ରେଟ।ରୀ କିମ୍ବା ପାଖରେ ଥିବା ଲୋକଙ୍କର ସାହାଯ୍ୟ ନିଅନ୍ତୁ।

3455
pc: crosswalk.com

କଥାକୁ ନଜର ଅନ୍ଦାଜ କରନ୍ତୁ:

ଯଦି ଆପଣଙ୍କ ପଡ଼ୋଶୀ ବାରମ୍ବାର ଜାଣିଶୁଣି ଝଗଡ଼ା କରିବାକୁ ଚାହୁଁଛନ୍ତି, ତେବେ ଆପଣ ତାଙ୍କୁ ନଜର ଅନ୍ଦାଜ କରନ୍ତୁ । କାରଣ ଯଦି ଆପଣ ତାଙ୍କ କଥା ଶୁଣିବେ ତାହେଲେ ଝଗଡ଼ା ବଢ଼ିବାର ସମ୍ଭାବନା ରହିଛି। ତେଣୁ ତାଙ୍କର ଖରାପ ପ୍ରକୃତିଠୁ ନିଜକୁ ଦୂରେଇ ରଖନ୍ତୁ। ଏହାହିଁ ବୁଦ୍ଧିମତାର କାମ ହେବ।

34569
pc: Experience life- LifeTime.life

ଘରୁ ଦୂରେଇ ରଖନ୍ତୁ:

କିଛି ଲୋକ ଏମିତି ଅଛନ୍ତି ଯେଉଁମାନେ ଅନ୍ୟମାନଙ୍କ ପର୍ସନାଲ ଲାଇଫ ବିଷୟରେ ଜାଣିବାକୁ ଚାହିଥାନ୍ତି। ଏଭଳି ଲୋକ ବହୁ ମାରାତ୍ମକ। ତେଣୁ ଏଭଳି ଲୋକଙ୍କୁ ସର୍ବଦା ନିଜଠୁ ଓ ନିଜ ଘରଠୁୁ ଦୂରେଇ ରଖନ୍ତୁ। ତାଙ୍କ ସହ କଥାବାର୍ତ୍ତା କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.