କ୍ଷୀରରେ ମିଶାନ୍ତୁ ଲୁଣ : ଏପରି ବ୍ୟବହାର କରି ଚମକାନ୍ତୁ ନିଜ ହାତ,ଗୋଡ଼ ଏବଂ ବେକ

ଆମେ ସମସ୍ତେ ନିଜ ଚେହେରାକୁ ନେଇ ସବୁବେଳେ ସଜାଗ ଥାଉ। ଏଥିପାଇଁ ଛୁଟିଦିନରେ ଆମେ ନିଜେ ସ୍କ୍ରବ କରିବାକୁ ପସନ୍ଦ କରିଥାଉ ଏବଂ ବେଳେବେଳେ କ୍ଲିନ ଅପ ମଧ୍ୟ କରିଥାଉ। ସାଧାରଣତଃ ନିଜ ଚେହେରା ପାଇଁ ଆମେ ଯେତିକି ଯତ୍ନବାନ ଥାଉ ସେତିକି ନିଜ ହାତ, ଗୋଡ଼ ଉପରେ ଧ୍ୟାନ ଦେଇନଥାଉ । ସୂର୍ଯ୍ୟଙ୍କ କିରଣ ,ଧୂଳି,ମାଟି,ଏବଂ ସାରାଦିନ ପ୍ରଦୂଷଣ କାରଣରୁ ଆମ ହାତ ଏବଂ ଗୋଡ଼ ଉପରେ ମୃତ କୋଷିକା ଗୁଡିକ ଜମା ହୋଇଯାଇଥାନ୍ତି। କିଛିଦିନ ପରେ ଆମ ଚେହେରା ତୁଳନାରେ ହାତ ବା ଗୋଡ଼ର ରଙ୍ଗ ବହୁତ ଫିକା ହୋଇଯାଇଥାଏ। ଆସନ୍ତୁ ଜାଣିବା ଡାର୍କ ହୋଇଯାଇଥିବା ନିଜ ହାତ ଓ ଗୋଡ଼କୁ ଚମକାଇବା ପାଇଁ କିଛି ସହଜ ଉପାୟ ।

ହାତ ଏବଂ ଗୋଡ଼ର ରଙ୍ଗ ଚମକାଇବା ପାଇଁ କ୍ଷୀର ଏବଂ ବିଟ ଲୁଣର ବ୍ୟବହାର କରନ୍ତୁ। ଏଥିପାଇଁ ଆପଣ ଦୁଇ ଚାମଚ ବିଟ ଲୁଣରେ ଦୁଇ ଚାମଚ କଞ୍ଚା କ୍ଷୀରକୁ ମିଶାଇ ଦିଅନ୍ତୁ । ଆପଣ ଚାହିଁଲେ ଏଥିରେ ଏକ ଚାମଚ ମହୁ ମଧ୍ୟ ମିଶାଇ ପାରିବେ। ଏହିସବୁର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଏହି ମିଶ୍ରଣକୁ ନିଜ ହାତ ଏବଂ ଗୋଡ଼ରେ ସ୍କ୍ରବ ପରି ବ୍ୟବହାର କରନ୍ତୁ। କିଛିଦିନ ପର୍ଯ୍ୟନ୍ତ ଆପଣ ଏହାର ବ୍ୟବହାର କଲାପରେ ଦେଖିବେ ଆପଣଙ୍କ ସ୍କ୍ରିନ କେତେ ମୁଲାୟମ ଏବଂ ଚମକଦାର ହୋଇଉଠୁଛି।

କମଳାର ଚୋପାକୁ ଭଲ ଭାବରେ ଶୁଖାଇ ଦିଅନ୍ତୁ। ତାପରେ ଏହାକୁ ମିକ୍ସର ଗ୍ରାଇଣ୍ଡରରେ ପେଶି ଏକ ପାଉଡର ପ୍ରସ୍ତୁତ କରନ୍ତୁ। ଏହି ପାଉଡରକୁ ଖିରରେ ମିଶାଇ ଏକ ଗାଢ଼ ପେଷ୍ଟ ତିଆରି କରନ୍ତୁ ତାପରେ ପ୍ରସ୍ତୁତ କରାଯାଇଥିବା ପେଷ୍ଟକୁ ନିଜ ହାତ ଏବଂ ଗୋଡ଼ରେ ଲଗାନ୍ତୁ। ଭଲଭାବରେ ପେଷ୍ଟ ଶୁଖିଗଲା ପରେ ହାତ ଏବଂ ଗୋଡ଼କୁ ପାଣିରେ ଧୋଇଦିଅନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ପରେ ଆପଣଙ୍କ କଳାପଣ ଦୂର ହୋଇଯିବ। ତ୍ୱଚାର ରଙ୍ଗ ଚମକାଇବା ପାଇଁ ଏହା ସବୁଠାରୁ ଉତ୍ତମ ଉପାୟ ଅଟେ।

ଦୁଇ ଚାମଚ ଚନ୍ଦନ ପାଉଡରରେ ଟମାଟୋ ,କାକୁଡି ଏବଂ ଲେମ୍ବୁରସ ଭଲଭାବେ ମିଶାଇ ଦିଅନ୍ତୁ ପ୍ରସ୍ତୁତ କରାଯାଇଥିବା ମିଶ୍ରଣକୁ ନିଜ ହାତ ଏବଂ ଗୋଡ଼ରେ ଲଗାଇ ୧୫ ମିନିଟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ ଏବଂ ତାପରେ ଏହାକୁ ପାଣିରେ ଧୋଇଦିଆନ୍ତୁ ସପ୍ତାହରେ ଦୁଇଥର ଏହାକୁ ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ହାତ ଏବଂ ଗୋଡ଼ର କଳାପଣ ଦୂର ହୋଇଯିବ।   

ଆପଣ ଚାହିଁଲେ ଦହି ମଧ୍ୟ ଲଗାଇ ପାରିବେ କାରଣ ଦହିରେ ଥିବା ଲାକଟିକ ଏସିଡ ବ୍ଲିଚ ଭଳି କାମ କରିଥାଏ। ସପ୍ତାହରେ ଦୁଇ ଥର ଦହି ଏବଂ ମହୁ ମିଶାଇ ଗାଧୋଇବା ପୂର୍ବରୁ ୧୫ ମିନିଟ ପର୍ଯ୍ୟନ୍ତ ଲଗାଇ ଛାଡି ଦିନ୍ତୁ ଏବଂ କିଛି ସମୟ ପରେ ଗାଧାନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ ଚେହେରାରେ ଚମକ ଆସିବ

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

18 mins ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

1 hour ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

2 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago