ଜାଣନ୍ତୁ ଓମିକ୍ରନ ସମୟରେ ନବଜାତ ଶିଶୁର କିପରି ନେବେ ଯତ୍ନ

ବର୍ତ୍ତମାନ ଓମିକ୍ରନ ସାରା ବିଶ୍ବରେ କାୟା ବିସ୍ତାର କରିଛି । ସବୁ ବର୍ଗର ଲୋକ ଏବେ ଏହି ଓମିକ୍ରନରେ ସଂକ୍ରମଣ ହେଉଛନ୍ତି । ପୁଣି ଅଧିକ ମାତ୍ରାରେ ଶିଶୁ ଓ ବୃଦ୍ଧ ମଧ୍ୟ ଆକ୍ରାନ୍ତ ହେଉଛନ୍ତି। ତେଣୁ ପୁନେ ସ୍ଥିତ ଖରଡ଼ି ହସ୍ପିଟାଲର ନେଓନଟୋଲୋଗିଷ୍ଟ ଡ଼ାକ୍ତର ଜଗଦୀଶ ଖଟୱାତେ କହିଛନ୍ତି ଯେ ଏହି ମହାମାରୀ ସମୟରେ ନୂଆ ଜନ୍ମ ନେଇଥିବା ଶିଶୁଙ୍କର ଭଲ ଭାବେ ଯତ୍ନ ନେବାକୁ ପଡ଼ିବ । କାରଣ ୧ ବର୍ଷରୁ କମ୍ ବର୍ଷର ଶିଶୁଙ୍କର ରୋଗପ୍ରତିରୋଧକ ଶକ୍ତି କମ୍ ଥାଏ। ତାଙ୍କର ଇମାଚ୍ୟୁର ଇମ୍ମ୍ୟୁନ ସିଷ୍ଟମ ଥାଏ ତେଣୁ ସେମାନେ ଅଧିକ ସଂକ୍ରମଣର ଶିକାର ହୋଇଥାନ୍ତି ।

 newborn baby
Picture Credit – iStock

ତେଣୁ ଖାସ୍ କରି ଏପରି ମହାମାରୀ ସମୟରେ ଶିଶୁଙ୍କର ଅଧିକ ଯତ୍ନ ନେବା ଆବଶ୍ୟକ । ୧ ବର୍ଷରୁ କମ୍ ଥିବା ଶିଶୁଙ୍କୁ ବା ନବଜାତ ଶିଶୁକୁ ଥଣ୍ଡା ଖୁବ୍ ଶୀଘ୍ର ହୋଇଯାଏ। ତେବେ ଏମାନଙ୍କ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ଅଧିକ ଦରକାର । ଯଦି ଆପଣଙ୍କୁ ଥଣ୍ଡା କିମ୍ବା ଜ୍ଵର ହୋଇଥାଏ ଓ ଏହା ସହିତ କୋଭିଡର କୌଣସି ଲକ୍ଷଣ ଦେଖାଯାଏ ତେବେ ଘରେ ଆପଣ ମାସ୍କ ବ୍ୟବହାର କରନ୍ତୁ । ଛୋଟ ଶିଶୁ ପାଖକୁ ଯାଆନ୍ତୁ ନାହିଁ।

ଛୋଟ ଶିଶୁ ଥିବା ଘରକୁ ସବୁବେଳେ ସଫା ରଖନ୍ତୁ । କୌଣସି ବନ୍ଧୁ ବାନ୍ଧବଙ୍କ ଘରକୁ ଯାଆନ୍ତୁ ନାହିଁ। ତେବେ ମା’ ନିଜର ଶିଶୁକୁ ଖାଦ୍ୟ ଦେବା ସମୟରେ ମଧ୍ୟ ମାକ୍ସ ପିନ୍ଧିବା ଉଚିତ । ଘରେ ଯଦି ଶିଶୁ ଜନ୍ମ ନେଇଛନ୍ତି ତେବେ ଆପଣ ସବୁବେଳେ ଘରକୁ ସାନିଟାଇଜ୍ କରିବା ସହିତ ନିଜେ ମଧ୍ୟ ସଜାଗ ରୁହନ୍ତୁ । ଆପଣ ଯଦି ବାହାରକୁ ବାରମ୍ବାର ଯାଉଛନ୍ତି ତେବେ ଶିଶୁ ପାଖକୁ ଯାଆନ୍ତୁ ନାହିଁ।

ଅଧିକ ଗହଳି ଥିବା ସ୍ଥାନକୁ ମଧ୍ୟ ଶିଶୁକୁ ନିଅନ୍ତୁ ନାହିଁ, ଏମିତିରେ ଶିଶୁକୁ କରୋନା ହେବାର ଅଧିକ ଆଶଙ୍କା ରହିଥାଏ । ଶିଶୁ କିପରି ଫ୍ଲୁ – ସଟ୍ ବା କୋଭିଡ୍ ଭ୍ୟାକ୍ସିନ ନେବ ସେ ନେଇ ସଜାଗ ରୁହନ୍ତୁ । କୋଭିଡ୍ର ସବୁ ନିୟମ ପାଳନ କରନ୍ତୁ ଯେମିତିକି ଆପଣ ଙ୍କ ନବଜାତ ଶିଶୁ ଓମିକ୍ରାନ ଠାରୁ ଦୂରେଇ ରହିବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.