ଧଳା କେଶକୁ ଲୁଚାଇବା ପାଇଁ ନଡ଼ିଆ ସଢ଼େଇରୁ ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ଡାଇ, ଜାଣନ୍ତୁ ବନାଇବାର ବିଧି

ଆଜିକାଲି ପ୍ରତି ୧୦ଜଣରେ ୭ଜଣ ନିଜ ଧଳା କେଶକୁ ନେଇ ଚିନ୍ତିତ। ବର୍ତ୍ତମାନ କମ୍‌ ବୟସ୍କ ଲୋକଙ୍କଠାରେ ଏହି ସମସ୍ୟା ବେଶି ମାତ୍ରାରେ ଦେଖିବାକୁ ମିଳୁଛି। ସାଧାରଣତଃ ଲୋକେ ଧଳା କେଶକୁ ଲୁଚାଇବା ପାଇଁ ହେୟାର ଡାଇ ବ୍ୟବହାର କରିଥାଆନ୍ତି। କେମିକାଲଯୁକ୍ତ ଡାଇ ବ୍ୟବହାର କରିବା ଦ୍ୱାରା କେଶ ଡ୍ୟାମେଜ୍‌ ହୋଇଯାଇଥାଏ। କେଶ ଝଡ଼ିବାକୁ ଲାଗିଥାଏ। ତେଣୁ ଏମିତି ସ୍ଥିତିରେ ଆପଣ କେଶକୁ କଳା କରିବା ପାଇଁ ପ୍ରାକୃତିକ ଡାଇ ବ୍ୟବହାର କରିପାରିବେ। କ’ଣ ଆପଣ ଜାଣିଛନ୍ତି କି, ନଡ଼ିଆ ସଢ଼େଇରୁ ଘରେ ପ୍ରାକୃତିକ କଳା ରଙ୍ଗ ବନାଯାଇ ପାରିବ। ଏହାକୁ ବ୍ୟବହାର କଲେ, କୌଣସି ବି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯିବନି। ଆସନ୍ତୁ ଜାଣିବା, ଘରେ ଡାଇ ବନାଇବାର ସହଜ ଉପାୟ।

ଆବଶ୍ୟକ ସାମଗ୍ରୀ: ନଡ଼ିଆ ସଢ଼େଇ, ଏଲୋଭେରା ଜେଲ, ନଡ଼ିଆ ତେଲ

ବିଧି:

୧. ନଡ଼ିଆରୁ ଡାଇ ବନାଇବା ପାଇଁ ପ୍ରଥମେ ନଡ଼ିଆ ସଢ଼େଇକୁ ଭଲ ଭାବେ ସଫା କରି ନିଅନ୍ତୁ। ଏହାପରେ ଏହାକୁ ଭାଙ୍ଗି ଛୋଟ ଛୋଟ ଖଣ୍ଡ କରି ନିଅନ୍ତୁ।

୨. ଲୁହା କଡ଼େଇରେ ସଢ଼େଇ ଖଣ୍ଡଗୁଡ଼ିକୁ ପକାଇ ମିଡିୟମ୍‌ ଆଞ୍ଚରେ ସେକି ନିଅନ୍ତୁ। ୧୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ସେକି ଚାଲନ୍ତୁ। ଯେତେବେଳେ ଏହାର ରଙ୍ଗ କଳା ହୋଇଯିବ, ତ ଗ୍ୟାସ୍‌ରୁ ଓହ୍ଲାଇ ଏହାକୁ ଥଣ୍ଡା କରି ନିଅନ୍ତୁ।

୩. ନଡ଼ିଆ ସଢ଼େଇ ଖଣ୍ଡକୁ ବ୍ଲେଣ୍ଡରରେ ପକାଇ ପାଉଡର ବନାଇ ନିଅନ୍ତୁ।

୪. ପାଉଡରରେ ସୋରିଷ ତେଲ ଏବଂ ଏଲୋଭେରା ଜେଲ ମିଶାଇ ମୁଲାୟମ ପେଷ୍ଟ ପ୍ରସ୍ତୁତ କରନ୍ତୁ।

ବ୍ୟବହାର କରିବାର ତରିକା

ଏହି ମିଶ୍ରଣକୁ ଆପଣ ବ୍ରଶ ସାହାଯ୍ୟରେ କେଶରେ ଲଗାଇ ପାରିବେ। ପ୍ରାକୃତିକ ଡାଇକୁ ଲଗାଇବାର ୨୦ରୁ ୩୦ ମିନିଟ୍‌ ପରେ ସଫା ପାଣିରେ କେଶ ଧୋଇ ଦେବେ। ଧଳା କେଶକୁ ଲୁଚାଇବା ପାଇଁ ଏହାକୁ ପ୍ରତି ୧୫ ଦିନରେ ଥରେ କରନ୍ତୁ। ଦେଖିବେ, ଧୀରେ ଧୀରେ ଆପଣଙ୍କ କେଶ ଏକଦମ୍‌ ପ୍ରାକୃତିକ କଳା ରଙ୍ଗର ହୋଇଯିବ।

ଫାଇଦା

ନଡ଼ିଆ ସଢ଼େଇରୁ ପ୍ରସ୍ତୁତ ପ୍ରାକୃତିକ ହେୟାର ଡାଇ ନା କେବଳ ଧଳା କେଶକୁ ଲୁଚାଇଥାଏ, ବରଂ ଏହାଦ୍ୱାରା କେଶରେ ଚମକ ମଧ୍ୟ ଆସିଥାଏ। ଡାଇରେ ଥିବା ଏଲୋଭେରା ଜେଲ ଓ ସୋରିଷ ତେଲ କେଶକୁ ମୂଳରୁ ମଜଭୁତ କରିଥାଏ। ଏହାକୁ ବ୍ୟବହାର କରିବା ଦ୍ୱାରା ଦୁଇମୁହାଁ କେଶ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।

Leave A Reply

Your email address will not be published.