ଓଜନ କମ କରିବା ପାଇଁ ଏହି ଜିନିଷକୁ ଏକ ସାଥୀରେ କରନ୍ତୁ ସେବନ, ବହୁତ ଜଲଦି ଆପଣ ଦେଖାଯିବେ ସ୍ଲିମ

ଓଜନ ହ୍ରାସ କରିବା ପାଇଁ ଲୋକେ ପ୍ରାୟତଃ ଖାଇବା ପିଇବା ଛାଡ଼ି ଦେଇଥାନ୍ତି। କିନ୍ତୁ ଏହା ହୁଏତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଅତି ଖରାପ ପ୍ରଭାବ ପକେଇପାରେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଫୁଡ କମ୍ବିନେଶନ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଏକ ସାଥୀରେ ଖାଇଲେ ଆପଣଙ୍କ ଓଜନ କମ ହୋଇଯାଇପାରେ। ଆସନ୍ତୁ ଜାଣିବା ଏହି ଫୁଡ କମ୍ବିନେଶନ ବିଷୟରେ।

୧. ଲେମ୍ବୁ ରସ ଓ ଗରମ ପାଣି: ହାଲୁକା ଗରମ ପାଣିରେ ଲେମ୍ବୁ ରସ ଓ ମହୁ ମିଶାଇ ପିଇଲେ ଫାଇଦା ମିଳିପାରିବ। ପ୍ରତିଦିନ ଏହାକୁ ସେବନ କଲେ ଆପଣଙ୍କ ଓଜନ କଣ୍ଟ୍ରୋଲରେ ରହିବ।

୨. ଲେମନ ଓ ଗ୍ରୀନ ଟି: ଏହି ଡ୍ରିଙ୍କ ବହୁତ ଜଲଦି କ୍ୟାଲୋରୀ ହ୍ରାସ କରିଥାଏ। ଖୁବ କମ ସମୟ ଭିତରେ କେତେ କିଲୋ ଓଜନ ହ୍ରାସ କରିଦେଇଥାଏ। ଏହାକୁ ଅଧିକ ଫାଇଦାଯୁକ୍ତ କରିବା ପାଇଁ ଆପଣ ଏଥିରେ ଭିଟାମିନ ସିରେ ଭରପୂର ଲେମ୍ବୁ ରସ ପକାଇ ପାରିବେ।

୩. ଅଣ୍ଡା ଓ ପାଳଙ୍ଗ: ଓଜନ କମ କରିବା ପାଇଁ ଅଣ୍ଡା ଓ ପାଳଙ୍ଗ ମଧ୍ୟ ବେଶ ଲାଭଦାୟକ ହୋଇଥାଏ। ଆପଣ ଓଜନ କମ କରିବାକୁ ଚାହୁଁଥିଲେ ଆମଲେଟରେ ପାଳଙ୍ଗ ସାମିଲ କରନ୍ତୁ।

୪. ସେଓ ଓ ପିନଟ ବଟର: ସେଓ ଓ ପିନଟ ବଟର ଏକ କ୍ଲାସିକ ୱେଟ ଲସ ଫ୍ରେଣ୍ଡଲି ଫୁଡ ଭାବେ ଜଣାଯାଇଥାଏ। ପିନଟ ବଟରରେ ମନୋସ୍ୟାଚୁରେଟେଡ ଏବଂ ପଲିସ୍ୟାଚୁରେଟେଡ ଫ୍ୟାଟ ରହିଥାଏ, ଯାହାକି ଲମ୍ବା ସମୟ ପର୍ଯ୍ୟନ୍ତ ଭୋକକୁ ରୋକି ଦେଇଥାଏ। ଇନସୁଲିନ ମେଟାବଲିଜମକୁ ବଢ଼ିଆ ରଖିଥାଏ। ସେଓ ସହିତ ପିନଟ ବଟର ଖାଇବା ଦ୍ୱାରା ଓଜନ ଜଲଦି ହ୍ରାସ ପାଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like