ବୟସର ଛାପକୁ କମ୍‌ କରିବା ପାଇଁ ଏଲୋଭେରା ଜେଲ୍‌ ନୁହେଁ, ଲଗାନ୍ତୁ ନାଗଫେଣୀ ଜେଲ୍‌; ଜାଣନ୍ତୁ ଏହି ଗୁଳ୍ମର ଫାଇଦା

କ୍ୟାକ୍‌ଟସ ବା ନାଗଫେଣୀ ଗୁଳ୍ମ ଘରର ବଗିଚାରେ ସୁନ୍ଦରତା ବଢ଼ାଇବା କାମରେ ଆସିଥାଏ। ବହୁତ କମ୍‌ ଲୋକ ଜାଣିଥିବେ ଯେ ନାଗଫେଣୀ ଗୁଳ୍ମ ତ୍ୱଚାର ଦେଖାଶୁଣା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ। ନାଗଫେଣୀ ଜେଲ୍‌ ତ୍ୱଚା ସମ୍ବନ୍ଧୀୟ ସବୁ ପ୍ରକାର ସମସ୍ୟାକୁ ଦୂର କରି ଦେଇଥାଏ। ଏହି ଜେଲ୍‌କୁ ଆପଣ ଗୁଳ୍ମରୁ ବାହାର କରି ଚେହେରାରେ ଲଗାଇ ପାରିବେ। ଆସନ୍ତୁ ଜାଣିବା, ନାଗଫେଣୀର ଫାଇଦା ଏବଂ ବ୍ୟବହାର କରିବାର ଉପାୟ।

ନାଗଫେଣୀ ଜେଲ୍‌କୁ ଆପଣ ସିଧା ବ୍ୟବହାର କରିପାରିବେ, କିନ୍ତୁ ଫେସ୍‌ ପ୍ୟାକ ସହିତ ଏହାକୁ ବ୍ୟବହାର କରିବା ସବୁଠୁ ଭଲ ହୋଇଥାଏ। ଫେସ୍‌ ପ୍ୟାକ୍‌ ବନାଇବା ପାଇଁ ଏକ କପ୍‌ ନାଗଫେଣୀ ଜେଲ୍‌ ନିଅନ୍ତୁ। ଏଥିରେ ଏକ ଚାମଚ ମହୁ, ଅଧ ଚାମଚ ଗୁଜୁରାତି ଗୁଣ୍ଡ ଏବଂ ଏକ ଚୁଟ୍‌କି ହଳଦୀ ମିଶାଇ ମୁଲାୟମ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ପେଷ୍ଟକୁ ଚେହେରା ଓ ଗଳାରେ ଲଗାନ୍ତୁ। ୨୦ ମିନିଟ୍‌ ପରେ ସାଦା ପାଣିରେ ଧୋଇ ନିଅନ୍ତୁ।

ଚେହେରାରେ ନାଗଫେଣୀ ଜେଲ୍‌ ବ୍ୟବହାର କରିବା ପାଇଁ ଆପଣଙ୍କୁ ପ୍ରଥମେ ଜେଲ୍‌ ବାହାର କରିବା ଦରକାର। ନାଗଫେଣୀର ଗୋଟିଏ ପତ୍ରକୁ ତଳୁ କାଟି ଏହାର କଣ୍ଟାଗୁଡ଼ିକୁ ବାହାର କରି ଦିଅନ୍ତୁ। ଏବେ ଏହି ପତ୍ରକୁ ମଝିରୁ କାଟି ଜେଲ୍‌ ବାହାର କରନ୍ତୁ ଏବଂ ସିଧା ସ୍କିନ୍‌ ଉପରେ ଲଗାନ୍ତୁ।

ନାଗଫେଣୀ ଜେଲ୍‌ର ଫାଇଦା

-ନାଗଫେଣୀ ଜେଲ୍‌ରେ ମସାଜ କରିବା ଦ୍ୱାରା ଡେଡ୍‌ ସ୍କିନ୍‌ ବାହାରି ଯାଇଥାଏ। ଟ୍ୟାନିଙ୍ଗ୍‌ ଦୂର କରିବା ପାଇଁ ନାଗଫେଣୀ ଜେଲ୍‌ ବହୁତ ଲାଭଦାୟକ ହୋଇଥାଏ।

-ନାଗଫେଣୀ ଜେଲ୍‌ ବ୍ୟବହାର କରିବା ଦ୍ୱାରା ବ୍ରଣ ସମସ୍ୟା ଦୂର ହୋଇଯାଇଥାଏ। ନାଗଫେଣୀ ଜେଲ୍‌ ତୈଳାକ୍ତ ତ୍ୱଚା ପାଇଁ ବହୁତ ଫାଇଦାଯୁକ୍ତ ହୋଇଥାଏ।

-ନାଗଫେଣୀରେ ମିନେରାଲ୍ସ ରହିଥାଏ, ଯାହା ତ୍ୱଚାର ପ୍ରାକୃତିକ ନମନୀୟତାକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ।

-ଏହାକୁ ବ୍ୟବହାର କରିବା ଦ୍ୱାରା ଚର୍ମ କୁଞ୍ଚନ ଓ ଫାଇନ୍‌ ଲାଇନ୍ସ କମ୍‌ ହୋଇଯାଇଥାଏ। ସପ୍ତାହରେ ୩ ଦିନ ନାଗଫେଣୀ ଜେଲ୍‌ର ଫେସ୍‌ ମାସ୍କ ଲଗାନ୍ତୁ।

-ନାଗଫେଣୀ ଜେଲ୍‌ ବ୍ୟବହାର କରିବା ଦ୍ୱାରା ସ୍କିନ୍‌ ଟାଇଟ୍‌ ହୋଇଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.