ଟୁଥ୍‌ପେଷ୍ଟ ହଟାଇ ଦେବ ଆପଣଙ୍କ ଚେହେରାରୁ ଅତିରିକ୍ତ କେଶ! ଆଉ ସହିବାକୁ ପଡ଼ିବ ନାହିଁ ଓ୍ଵାକ୍ସିଂ କି ଥ୍ରେଡିଂର ଯନ୍ତ୍ରଣା; ଘରେ ଏମିତି ପ୍ରସ୍ତୁତ କରନ୍ତୁ କ୍ରିମ୍‌

ଚେହେରାରେ ଅତିରିକ୍ତ କେଶ ଥିଲେ ତାହା ଅସୁନ୍ଦର ଦେଖା ଯାଇଥାଏ। ସୁନ୍ଦର ତଥା ଆକର୍ଷଣୀୟ ତ୍ୱଚା ପାଇବାକୁ କିଏ ବା ନ ଚାହେଁ। ମୁହଁରୁ ଏହି ଅତିରିକ୍ତ କେଶ ହଟାଇବା ପାଇଁ ଲୋକମାନେ ସାଧାରଣତଃ ଓ୍ଵାକ୍ସିଂ କିମ୍ବା ଥ୍ରେଡିଂ ବ୍ୟବହାର କରି ଥାଆନ୍ତି। କିନ୍ତୁ ଏହି ପ୍ରକ୍ରିୟା ବହୁତ ଯନ୍ତ୍ରଣାଦାୟକ ପ୍ରମାଣିତ ହୋଇପାରେ। କାରଣ, ଏହି ଅତିରିକ୍ତ କେଶ ଅପସାରଣ ଚିକିତ୍ସା ଜ୍ୱଳନ ଏବଂ ର‍୍ୟାଶେଜ୍‌ର କାରଣ ହୋଇପାରେ। ସେପଟେ ଅତିରିକ୍ତ କେଶକୁ ବାହାର କରିବା ପାଇଁ ବଜାରରେ ଉପଲବ୍ଧ ହେୟାର ରିମୁଭାଲ କ୍ରିମ୍‌ରେ ରାସାୟନିକ ପଦାର୍ଥ ରହିଥାଏ, ଯାହା ଚର୍ମ ପାଇଁ କ୍ଷତିକାରକ ହୋଇପାରେ। ଆପଣ ଟୁଥପେଷ୍ଟ ସାହାଯ୍ୟରେ ମଧ୍ୟ ଘରେ ତିଆରି କେଶ ଅପସାରଣ କ୍ରିମ୍ ତିଆରି କରି ପାରିବେ।

ହୋମ୍‌ମେଡ ହେୟାର ରିମୁଭାଲ କ୍ରିମ୍‌ ବନାଇବାର ବିଧି

ସାମଗ୍ରୀ

ବେସନ – ୨ ଚାମଚ

କ୍ଷୀର – ୪ରୁ ୫ ଚାମଚ

ଧଳା ଟୁଥପେଷ୍ଟ – ୧ ଚାମଚ

ଉପାୟ

ଚେହେରାରୁ ଅତିରିକ୍ତ କେଶ ହଟାଇବା ପାଇଁ ଆପଣ ଘରେ ହିଁ ଟୁଥପେଷ୍ଟ ସାହାଯ୍ୟରେ କେଶ ଅପସାରଣ କ୍ରିମ୍ ତିଆରି କରି ପାରିବେ। ଏଥିପାଇଁ ବେସନ ଏବଂ ଧଳା ଟୁଥପେଷ୍ଟକୁ ଦିଆ ଯାଇଥିବା ପରିମାଣରେ ମିଶାଇ ନିଅନ୍ତୁ। ଯେତେବେଳେ ଏହା ଭଲ ଭାବରେ ମିଶିଯିବ, ତ ସେଥିରେ କ୍ଷୀର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଯଦି ପେଷ୍ଟ ଅଧିକ କଠିନ ରହିଛି, ତା’ ହେଲେ ସେଥିରେ ଦିଆ ଯାଇଥିବା ମାତ୍ରାଠାରୁ ଅଧିକ କ୍ଷୀର ମଧ୍ୟ ମିଶାଯାଇ ପାରିବ।

କେମିତି ବ୍ୟବହାର କରିବେ ହୋମ୍‌ମେଡ ହେୟାର ରିମୁଭାଲ୍ କ୍ରିମ୍

ଘରେ ଟୁଥ୍‌ପେଷ୍ଟରେ ତିଆରି କରିଥିବା ହେୟାର ରିମୁଭାଲ କ୍ରିମ୍‌କୁ ଅତିରିକ୍ତ କେଶ ଉପରେ ଲଗାନ୍ତୁ। ଏହି କ୍ରିମ ଶୁଖିବାକୁ ସମୟ ଦିଅନ୍ତୁ ଏବଂ ତା’ପରେ ତୂଳା ସାହାଯ୍ୟରେ ଏହାକୁ କେଶର ବିପରୀତ ଆଡ଼କୁ ଘଷନ୍ତୁ। ହାଲୁକା ହାତରେ ରବିଙ୍ଗ୍‌ କରିବା ଉଚିତ। ବର୍ତ୍ତମାନ ସାମାନ୍ୟ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାପରେ ତ୍ୱଚାରେ ମଇଶ୍ଚରାଇଜର ବ୍ୟବହାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.