ଆଜି ବନାନ୍ତୁ କିଛି ନୂଆ, ଭେଣ୍ଡି ମସଲା ନୁହେଁ ପ୍ରସ୍ତୁତ କରନ୍ତୁ ଜହ୍ନି ମସଲା

ଆପଣ ଭେଣ୍ଡି, କଲରା ଏବଂ ବାଇଗଣକୁ ମସଲା ଦେଇ ଖାଇଥିବେ। କିନ୍ତୁ କେବେ ଜହ୍ନି ମସଲା ଖାଇଛନ୍ତି କି। ଏହା ଖାଇବାକୁ ଯେତିକି ସ୍ୱାଦିଷ୍ଟ ହୋଇଥାଏ ପୋଷକ ତତ୍ତ୍ୱ ବି ଭରପୂର ମାତ୍ରାରେ ରହିଥାଏ। ଆଜି ଆମେ ଆଣିଛୁ କିଛି ନୂଆ ତରିକାରେ ଜହ୍ନି ମସଲା ରେସିପି। ତାହେଲେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ତାଜା ଜହ୍ନି, ତେଲ, ହେଙ୍ଗୁ, ଲୁଣ, ହଳଦି, ଲାଲ ଲଙ୍କା, ଧନିଆ, ପାନମଧୁରୀ ଗୁଣ୍ଡ, ଜିରା ଏବଂ ଗରମ ମସଲା।

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ମସଲା ପ୍ରସ୍ତୁତ କରନ୍ତୁ। କେବଳ ହେଙ୍ଗୁକୁ ଛାଡି ବାକି ସମସ୍ତ ମସଲାକୁ ମିଶାଇ ଦିଅନ୍ତୁ। ଏବେ ଜହ୍ନିକୁ ଭଲଭାବେ ଧୋଇ ଛଡାଇ ଦିଅନ୍ତୁ। ଏହାର ଦୁଇ ଧାରକୁ କାଟି ମଝିରୁ ଚିରି ଦିଅନ୍ତୁ। ଯଦି ଜହ୍ନି ବଡ ଏବଂ ମୋଟା ଥାଏ ତାହେଲେ ତାକୁ ମଝିରୁ କାଟି ଦୁଇ ଖଣ୍ଡ ବି କରିପାରିବେ। ଏହା ମଝିରୁ ମଞ୍ଜି ହଟାଇ ଦିଅନ୍ତୁ। ଏବେ ମସଲାକୁ ଜହ୍ନିରେ ଭରିଦିଅନ୍ତୁ। କଡାରେ ତେଲ ପକାଇ ଦିଅନ୍ତୁ। ମନେ ରଖନ୍ତୁ ତେଲ ଅଧିକ ଯେପରି ପକାଇବେନାହିଁ, ଅଧା କିଲେ ଜହ୍ନି ପାଇଁ ୩ ରୁ ୪ ବଡ ଚାମଚ ତେଲ ନିଅନ୍ତୁ। ତେଲ ଗରମ ହୋଇଗଲେ ଏଥିରେ ହେଙ୍ଗୁ ଏବଂ ଜିରା ପକାଇ ଦିଅନ୍ତୁ।

ଏହାପରେ ମସଲା ଦେଇ ରଖିଥିବା ଜହ୍ନିକୁ ପକାଇ ଏଥିରେ ପକାଇ ଦିଅନ୍ତୁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ଘୋଡାଇ ରଖିଦିଅନ୍ତୁ। ଏବେ ଢ଼ାଙ୍କୁଣୀ ହଟାଇ ଜହ୍ନିକୁ ଓଲଟାଇ ଦିଅନ୍ତୁ। ସବୁ ଆଡୁ ଜହ୍ନି ଭାଜି ହୋଇଗଲା ପରେ ଏଥିରେ ଫ୍ରେସ୍‌ ଧନିଆ ପତ୍ର ପକାଇ ଦିଅନ୍ତୁ। ଏବେ ଆପଣଙ୍କର ଜହ୍ନି ମସଲା ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ ପରଟା, ପୁରୀ, ରୁଟି ଏବଂ ଭାତ ସହିତ ଖାଇପାରିବେ। ତାପରେ କହିବେ ଏହାର ସ୍ୱାଦ କେମିତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.