ଶରୀରର ଏହି ସବୁ ଅଙ୍ଗକୁ ସ୍ପର୍ଶ କରିବା ଦ୍ୱାରା ଶିହରି ଉଠନ୍ତି ପୁରୁଷ

ପ୍ରେମୀ ଯୁଗଳ ହୁଅନ୍ତୁ ଅବା ଦମ୍ପତି; ସମସ୍ତଙ୍କ ଇଚ୍ଛା ଥାଏ ତାଙ୍କ ସାଥୀ ତାଙ୍କୁ ଭଲ ପାଉ। ସେମାନଙ୍କ ଇଚ୍ଛା ମୁତାବକ ଖୁସି ଦେଉ। ସେ ମାନସିକ ହେଉ ଅବା ଶାରୀରିକ, ସମସ୍ତେ ନିଜ ପ୍ରିୟତମାଠାରୁ ପ୍ରେମ ଚାହିଁଥାନ୍ତି। ସମ୍ବନ୍ଧ ସ୍ଥାପନ ପୂର୍ବରୁ ଉଭୟେ ମୁଡ୍‌ରେ ଆସିବା ଜରୁରୀ। ଆମ ଶରୀରରେ ଏଭଳି କେତେକ ଅଙ୍ଗ ରହିଛି ଯାହାକୁ ସ୍ପର୍ଶ କରିବା ଦ୍ୱାରା ଜଣେ ସହଜରେ ଉତ୍ତେଜିତ ହୋଇଥାଏ। ଖାସ୍‌ କରି ପୁରୁଷଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଯାଏ। ପୁରୁଷମାନଙ୍କ ଶରୀରର କେତେକ ସ୍ଥାନକୁ ସ୍ପର୍ଶ କରିବା ଦ୍ୱାରା ସେମାନେ ଏତେମାତ୍ରାରେ ଉତ୍ତେଜିତ ହୋଇଯାଆନ୍ତି, ଯାହା ଆପଣ କଳ୍ପନା ବି କରିନଥିବେ। ଆସନ୍ତୁ ଜାଣିବା ଶରୀରର ସେହିଭଳି କେତେକ ସମ୍ବେଦନଶୀଳ ଅଙ୍ଗ ବିଷୟରେ ଯାହା ଆପଣଙ୍କ ମନରେ ସମ୍ଭୋଗର ଇଚ୍ଛା ଜାଗ୍ରତ କରିବ…

୧. କାନ ପଛପଟ:

ଉଭୟ ପୁରୁଷ ଓ ମହିଳାଙ୍କ କାନ ପଛପାଖ ଅଂଶ ଖୁବ୍‌ ସମ୍ବେଦନଶୀଳ ହୋଇଥାଏ। ଏହି ଅଂଶକୁ ସ୍ପର୍ଶ କରିବା ଦ୍ୱାରା ଜଣେ ଜଲ୍‌ଦି ଉତ୍ତେଜିତ ହୋଇଥାଏ। ପାର୍ଟନରଙ୍କ କାନ ପଛପାଖକୁ ହାଲ୍‌କାରେ କିସ୍‌ କରନ୍ତୁ କିମ୍ବା ତାଙ୍କୁ ଭଲ ଲାଗିବା ଭଳି କିଛି କୁହନ୍ତୁ। ଦେଖିବେ ସେ ନିଶ୍ଚୟ ଉତ୍ତେଜିତ ହେବେ।

ଏହାସହ ପଢ଼ନ୍ତୁ: ନିୟମିତ ଶାରୀରିକ ସମ୍ପର୍କ ରଖୁଥିବା ମହିଳାଙ୍କଠାରେ ଦେଖା ଦିଏନି ଏହି ସବୁ ରୋଗ

୨. ପଛ ବେକ:

ବେକର ପଛପାଖ ଏକ ସମ୍ବେଦନଶୀଳ ଅଙ୍ଗ। ପାର୍ଟନରଙ୍କୁ ମୁଡ୍‌କୁ ଆଣିବାକୁ ଚାହୁଁଥିଲେ, ତାଙ୍କ ପଛ ବେକକୁ ଆଙ୍ଗୁଠିରେ ଆଉଁସି ପାରନ୍ତି ନଚେତ୍‌ ଓଠରେ ସ୍ପର୍ଶ କରିପାରନ୍ତି। ଯେମିତିକି ସେ ଆପଣଙ୍କ ନିଃଶ୍ୱାସକୁ ଅନୁଭବ କରିପାରିବେ।

୩. ପିଠି:

ଆପଣ ଚାହିଁଲେ ପାର୍ଟନରଙ୍କ ପିଠିକୁ ମଧ୍ୟ ଆଙ୍ଗୁଠିରେ ସଲ୍‌ସଲ୍‌ କରିପାରିବେ। ପୁରୁଷଙ୍କୁ ପଛ ପଟୁ କୁଣ୍ଢାଇବା ଦ୍ୱାରା ମଧ୍ୟ ସେ ଉତ୍ତେଜିତ ହୋଇଥାନ୍ତି।

ଏହାସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କକୁ ନେଇ ସବୁ ଦମ୍ପତିଙ୍କ ଜୀବନରେ ଦେଖାଦିଏ ଏହି ୪ଟି ଗୁରୁତର ସମସ୍ୟା

୪. ଛାତି:

ସାଧାରଣତଃ ପୁରୁଷମାନଙ୍କ ଛାତିକୁ ଛୁଇଁଲେ ସେମାନେ ଉତ୍ତେଜିତ ହୋଇଯାଇଥାନ୍ତି। ଆପଣ ନିଜ ସ୍ୱାମୀଙ୍କୁ ମୁଡ୍‌କୁ ଆଣିବାକୁ ଚାହୁଁଥିଲେ ଏହି ଟ୍ରିକ୍‌ ପ୍ରୟୋଗ କରିପାରନ୍ତି।

ଏହାସହ ପଢ଼ନ୍ତୁ: ପ୍ରେମକୁ ଆହୁରି ମଜଭୁତ କରେ ଶାରୀରିକ ସମ୍ପର୍କ, ଜାଣନ୍ତୁ ସପ୍ତାହରେ କେତେ ଥର ରଖିବେ ସମ୍ବନ୍ଧ

୫. ଜଙ୍ଘ ତଳକୁ:

ଶାରୀରିକ ସମ୍ପର୍କ ବେଳେ ଜଙ୍ଘ ତଳ ଭାଗକୁ କେହି ଏତେ ଗୁରୁତ୍ୱ ଦେଇନଥାନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପୁରୁଷମାନଙ୍କ ଏହି ଅଙ୍ଗରେ ହିଁ ସବୁଠାରୁ ଅଧିକ କୁତୁକୁତୁ ଅନୁଭବ ହୋଇଥାଏ।

ଏହାସହ ପଢ଼ନ୍ତୁ: ଏହିସବୁ ଖାଦ୍ୟ ଆପଣଙ୍କ ବେଡ୍‌ରୁମ୍‌ ଲାଇଫ୍‌କୁ କରିପାରେ ଅଧିକ ଉପଭୋଗ୍ୟ

୬. ପାଦ:

ଅଧିକାଂଶ ଲୋକ ପାଦର ସମ୍ବେଦନଶୀଳ ପଏଣ୍ଟ ବିଷୟରେ ଜାଣି ନଥାନ୍ତି। ଏଣୁ ସମ୍ବନ୍ଧ ବନାଇବା ବେଳେ ପାଦକୁ ଗୁରୁତ୍ୱ ଦେଇନଥାନ୍ତି। ମାତ୍ର ପାଦ ହିଁ ଏକ ଏମିତି ଅଙ୍ଗ ଯାହାକୁ ସ୍ପର୍ଶ କରିବା ଦ୍ୱାରା ଶରୀରରେ ଉତ୍ତେଜନା ସୃଷ୍ଟି ହୋଇଥାଏ। ଖାସ୍‌ କରି ପାଦର କାଣି ଆଙ୍ଗୁଠିକୁ ମସାଜ୍‌ କରିବା ଦ୍ୱାରା ଉଭୟ ପୁରୁଷ ଓ ମହିଳାଙ୍କ ଶରୀରରେ ଶିହରଣ ସୃଷ୍ଟି ହୁଏ।

WCW 11

Recent Posts

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

7 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

32 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

41 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମ୍ମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

1 hour ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

2 hours ago