ଫ୍ରିଜକୁ ସଫା କରିବା ସହ ଦୁର୍ଗନ୍ଧ ହଟାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ସହଜ ଟ୍ରିକ୍ସ

ନୀତିଦିନ ଘରର ଏମିତି ଜିନିଷ ବ୍ୟବହାର ହୋଇଥାଏ, ଯାହାକୁ ସଫା କରିବା ପାଇଁ ଆମ ଧ୍ୟାନ ଯାଏ ନାହିଁ । ଇଲେକଟ୍ରିକ ମେସିନ ଏମାନଙ୍କ ମଧ୍ୟରୁ ଏକ । ଅନେକ ବାର ଏମିତି ହୁଏ, ଫ୍ରିଜରେ ଅନେକ ଜିନିଷ ଅନେକ ଦିନ ଧରି ରହିଯାଇଥାଏ । ଏହାଦ୍ୱାରା ଫ୍ରିଜରେ ଦାଗ ପଡିବା ସହ ଦୁର୍ଗନ୍ଧ ହୋଇଥାଏ । ମାତ୍ର ଏହାକୁ ସଫା କରିବାରେ ଅନେକ ସମସ୍ୟା ଉପୁଜିଥାଏ ।

ଫ୍ରିଜରେ ଦୁର୍ଗନ୍ଧ ହେେ ଏହା ଖୁବ ଶୀଘ୍ର ଖରାପ ହୋଇଯାଏ । ଏଥିରେ ଥିବା ଖାଦ୍ୟ ତଥା ପରିବାରେ କିଟାଣୁ ଲାଗିବାର ସନ୍ଦେହ ମଧ୍ୟ ରହିଥାଏ । ତେବେ ଆଜି ଆମେ ଆପଣଙ୍କୁ ଫ୍ରିଜକୁ ସଫା କରିବାର ସହଜ ଉପାୟ ସମ୍ପର୍କରେ କହିବୁ । ଯାହାକୁ ମାନିଲେ ଆପଣଙ୍କ ଫ୍ରିଜ ଖୁବ ସହଜରେ ଅଳ୍ପ ସମୟ ମଧ୍ୟରେ ସଫା ହୋଇଯିବ ।

– ଲେମ୍ବୁ ଏକ ଏମିତି ପରିବା ଯାହା କେବଳ ଶରୀର ତଥା ତ୍ୱଚାକୁ ସୁନ୍ଦର କରିନଥାଏ । ଏହା ଦାଗ ଲାଗିଥିବା ସ୍ଥାନକୁ ମଧ୍ୟ ସଫା କରିଥାଏ ।ଏହାସହ ବ୍ୟାକ୍ଟେରିଆ ମାନଙ୍କ ନାଶ ମଧ୍ୟ କରିଥାଏ । ଫ୍ରିଜରେ ଦୁର୍ଗନ୍ଧ ହଟାଇବା ପାଇଁ କଟା ଲେମ୍ବୁକୁ ପାଣିରେ ପକାଇ ରଖିପାରିବେ ।

– ବେକିଂ ସୋଡାକୁ ପାଣିରେ ମିଶାଇ ଫ୍ରିଜକୁ ପୋଛନ୍ତୁ । ଏହାଦ୍ୱାରା ଫ୍ରିଜ ଭଲରେ ସଫା ହୋଇଯିବ ।

– ଲୁଣ ସାହାଯ୍ୟରେ ମଧ୍ୟ ଆପଣ ଫ୍ରିଜକୁ ସଫା କରିପାରିବେ । ଉଷୁମ ପାଣିରେ ଲୁଣ ପକାଇ ସଫା କରିବା ଦ୍ୱାରା ଅଧିକ ଫାଇଦା ମିଳିଥାଏ ।

– କମଳା ଚୋପା ସହ ଧଳା ଭିନେଗାର ମିଶାଇ ଆପଣ ଫ୍ରିଜକୁ ସଫା କରିପାରିବେ ।

– ଏସେନସିଆଲ ତେଲ ସାହାଯ୍ୟରେ ଆପଣ ଫ୍ରିଜରୁ ଦୁର୍ଗନ୍ଧ ହଟାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.